ETV Bharat / city

ପରେଡ ସମୟରେ ଶୁଭେ ଜଣେ ମହିଳାଙ୍କ ସ୍ବର, ଯାହାଙ୍କ ପ୍ରଶଂସା କରିଥିଲେ ଏପିଜେ ଅବଦୁଲ କାଲାମ

author img

By

Published : Jan 26, 2022, 5:24 PM IST

Updated : Jan 26, 2022, 7:14 PM IST

ପରେଡ ସମୟରେ ଶୁଭେ ଜଣେ ମହିଳାଙ୍କ ସ୍ବର,ଯାହାଙ୍କ ପ୍ରଶଂସା କରିଥିଲେ ଏପିଜେ ଅବଦୁଲ କାଲାମ
ପରେଡ ସମୟରେ ଶୁଭେ ଜଣେ ମହିଳାଙ୍କ ସ୍ବର,ଯାହାଙ୍କ ପ୍ରଶଂସା କରିଥିଲେ ଏପିଜେ ଅବଦୁଲ କାଲାମ

ଗଣତନ୍ତ୍ର ଦିବସ ଆସିଲେ ପରେଡ ସମୟରେ ଶୁଭେ ଜଣେ ମହିଳାଙ୍କ ସ୍ବର । ତାଙ୍କ ସେହି ସ୍ବର ଆଜି ତାଙ୍କୁ ଲୋକଙ୍କ ନିକଟକୁ ପରିଚିତ କରିଛି । ଯାହାଙ୍କୁ ଦିନେ ପ୍ରଶଂସା କରିଥିଲେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ । ଅଧିକ ପଢନ୍ତୁ

ଭୁବନେଶ୍ବର: ସରିଛି ସାଧାରଣତନ୍ତ୍ର ଦିବସର ରାଜ୍ୟସ୍ତରୀୟ ସମାରୋହ । ପତାକା ଉତ୍ତୋଳନ ସହ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ। ହେଲେ ପରେଡ ସମୟରେ ଶୁଣିବାକୁ ମିଳେ ଜଣେ ମହିଳାଙ୍କ ସ୍ବର। ଯିଏ ଦିଅନ୍ତି ପରେଡ ଗ୍ରାଉଣ୍ଡର ଟିକ ନିକ ଖବର। କେବଳ ସାଧାରଣତନ୍ତ୍ର ଦିବସ ନୁହେଁ ଗଣତନ୍ତ୍ର ଦିବସରେ ମଧ୍ୟ ସେ ନିଜର ସ୍ବର ସଂଞ୍ଚାଳନ କରନ୍ତି। ସେ ହେଉଛନ୍ତି ରାଜ୍ୟ ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗର କାର୍ଯ୍ୟରତ ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ।

ପରେଡ ସମୟରେ ଶୁଭେ ଜଣେ ମହିଳାଙ୍କ ସ୍ବର, ଯାହାଙ୍କ ପ୍ରଶଂସା କରିଥିଲେ ଏପିଜେ ଅବଦୁଲ କାଲାମ

ପରେଡ କରୁଥିବା ଟ୍ରୁପର ବିବରଣୀ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଙ୍କ ସମେତ ଅତିଥିମାନଙ୍କ ସମ୍ପର୍କରେ ସୂଚନା‌ ଶୁଣିବାକୁ ମିଳେ। ଯାହାଙ୍କ ସ୍ବର ପରେଡ ଗ୍ରାଉଣ୍ଡ ସହ ଅନେକ ଟେଲିଭିଜନ ଗଣମାଧ୍ୟମର ଲାଇଭ ବେଳେ ମଧ୍ୟ ଶୁଣିବାକୁ ମିଳିଥାଏ । ଯିଏ ଅନେକ ସମୟରେ ବିଭିନ୍ନ ସରକାରୀ କାର୍ଯକ୍ରମରେ ସଭା ପରିଚାଳନା କରନ୍ତି‌। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ଥିବା କାର୍ଯ୍ୟକ୍ରମରେ ମଧ୍ୟ ନିଜ ସ୍ବରରେ ସଭା ପରିଚାଳନା କରିଛନ୍ତି। ଯାହାକୁ ନେଇ ୨୦୦୬ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ ତାଙ୍କର ସ୍ବର ଶୁଣି ପ୍ରଶଂସା କରିଥିଲେ‌।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Jan 26, 2022, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.