ETV Bharat / city

ଔଷଧ ବଦଳାଇଲେ ସରକାର, ସୁସ୍ଥ ହେଉନଥିବା ଅଭିଯୋଗରେ ରୋଗୀଙ୍କ ଇଚ୍ଛାମୃତ୍ୟୁ ଦାବି

author img

By

Published : Sep 17, 2022, 9:49 PM IST

କିଡ଼ନୀ ପ୍ରତିରୋପଣ କରିଥିବା ରୋଗୀ ପୂର୍ବରୁ ଖାଉଥିବା ଔଷଧକୁ ସରକାର ବଦଳାଇ ଦେଇଛନ୍ତି । ଏହି ଔଷଧ ଖାଇ ରୋଗୀ ସୁସ୍ଥ ହେବା ବଦଳରେ ପ୍ରାଣ ହରାଉଥିବା ଅଭିଯୋଗ ଆଣି ଇଚ୍ଛା ମୃତ୍ୟୁ ପାଇଁ ଦାବି କରିଛନ୍ତି ରୋଗୀ । ଭୁବନେଶ୍ବର ଲୋୟର ପିଏମଜିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଔଷଧ ବଦଳାଇଲେ ସରକାର, ସୁସ୍ଥ ହେଉନଥିବା ଅଭିଯୋଗରେ ରୋଗୀଙ୍କ ଇଚ୍ଛା ମୃତ୍ୟୁ ଦାବି
ଔଷଧ ବଦଳାଇଲେ ସରକାର, ସୁସ୍ଥ ହେଉନଥିବା ଅଭିଯୋଗରେ ରୋଗୀଙ୍କ ଇଚ୍ଛା ମୃତ୍ୟୁ ଦାବି

ଭୁବନେଶ୍ବର: 'ଔଷଧ ଦିଅ ନହେଲେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଅ' । ଦେହରେ ଏମିତି କିଛି ଲେଖି ବେକରେ ରଶି ଲଗାଇ ଲୋୟର ପିଏମଜିରେ ଅଭିନବ ପ୍ରତିବାଦ କରିଛନ୍ତି କିଡ଼ନୀ ପ୍ରତିରୋପଣକାରୀ । ରୋଗୀମାନେ ପୂର୍ବରୁ ଖାଉଥିବା ଔଷଧକୁ ସରକାର ବଦଳାଇ ଦେଇଛନ୍ତି । ରୋଗୀ ସୁସ୍ଥ ହେବା ବଦଳରେ ପ୍ରାଣ ହରାଉଥିବା ବିକ୍ଷୋଭକାରୀ ଅଭିଯୋଗ ଆଣିଛନ୍ତି । ଏଣୁ ସଠିକ ଔଷଧ ବା ସୁସ୍ଥ ହେଉଥିବା ପୁରୁଣା ଔଷଧ ଦାବିରେ ରୋଗୀମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଔଷଧ ବଦଳାଇଲେ ସରକାର, ସୁସ୍ଥ ହେଉନଥିବା ଅଭିଯୋଗରେ ରୋଗୀଙ୍କ ଇଚ୍ଛା ମୃତ୍ୟୁ ଦାବି

ମୁହଁରେ କଳା କପଡ଼ା ଲଗାଇ ବେକରେ ଫାଶୀ ଦେଇ ଏହି ଦାବି କରିଛନ୍ତି କିଡ଼ନୀ ପ୍ରତିରୋପଣକାରୀ । ଅଭିଯୋଗକାରୀଙ୍କ କହିବା ଅନୁସାରେ ରାଜ୍ୟରେ କିଡ଼ନୀ ଖରାପ ରୋଗୀମାନେ ନିଜ ପରିବାର ଲୋକଙ୍କଠୁ କିଡ଼ନୀ ପ୍ରତିରୋପଣ କରିବା ପରେ ନିୟମିତ ଔଷଧ ଖାଉଥିଲେ । ସେଥିରେ ସେମାନେ ସୁସ୍ଥ ମଧ୍ୟ ହେଉଥିଲେ । ହେଲେ ଏବେ ସରକାର ସେମାନଙ୍କର ଔଷଧ ବଦଳାଇ ଦେଇଛନ୍ତି । ଏହାପରେ ରାଜ୍ୟରେ ୨୩ରୁ ଊର୍ଦ୍ଧ୍ବ ରୋଗୀ ସୁସ୍ଥ ହେବା ବଦଳରେ ପ୍ରାଣ ହରାଇବା ସହିତ ଶହ ଶହ ବିକଳାଙ୍ଗ ହୋଇଯାଇଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି ।

ଗତ ୪୬ ଦିନ ଧରି ଧାରଣାରେ ବସି ରହିଛନ୍ତି ଏହି ରୋଗୀ । ଉନ୍ନତମାନର ବା ପୂର୍ବ ଔଷଧ ପାଇଁ ଦାବି କରି ସେମାନେ ନେତା, ମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଥିଲେ । ମାତ୍ର ସରକାର ଏ ନେଇ କୌଣସି ଗୁରୁତ୍ବ ଦେଲେ ନାହିଁ । ସେମାନେ ଦିନକୁ ଦିନ ଅସୁସ୍ଥ ହେଉଥିବାବେଳେ, ସେମାନଙ୍କ ମଧ୍ୟରୁ ଏବେ ଜଣଙ୍କର ମୃତ୍ୟୁ ଘଟିଛି । ଏଣୁ ପୁରୁଣା ଔଷଧ ଦେବା ପାଇଁ ସେମାନେ ଦାବି କରିଛନ୍ତି ।

ଏହା ବି ପଢନ୍ତୁ- ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ, ୨୦ ବେଳକୁ ଲଘୁଚାପ

ଏ ନେଇ ଜଣେ ଆନ୍ଦୋଳନକାରୀ କହିଛନ୍ତି, "ପୁରୁଣା ଓ ନୂଆ ଔଷଧ ନାଟକ ଭିତରେ ଆମେ ଜୀବନ ଯୁଦ୍ଧରେ ଅତିଷ୍ଠ ହୋଇପଡିଲୁଣୁ । ଏଥିପାଇଁ ଆମକୁ ଯଦି ଠିକ ଔଷଧ ବା ସୁସ୍ଥ ହେଉଥିବା ସେହି ପୁରୁଣା ଔଷଧ ଦେଇପାରୁନା ତେବେ ଆମକୁ ମାରିଦିଅ । ଯଦି ଏହା ପରେ ବି ସରକାର ନ ଶୁଣନ୍ତି ତେବେ ଏଭଳି ତିଳ ତିଳ କରି ବଞ୍ଚିବା ଅପେକ୍ଷା ଆମେ ସମସ୍ତେ ଏକାଠି ମରିଯିବୁ । ଆଉ ଏଥିପାଇଁ ସରକାର ହିଁ ଦାୟୀ ରହିବେ ।"

ସେହିପରି ଆଉ ଜଣେ ଆନ୍ଦୋଳନକାରୀ କହିଛନ୍ତି, "ସ୍ବାସ୍ଥ୍ୟ ସେବା ମୌଳିକ ସେବା ହୋଇଥିବା ବେଳେ ଆମକୁ ବି ମିଳୁ । ଆମେ ବି ଏହି ଦେଶର ନାଗରିକ, ଆଉ ସରକାର ଚୟନରେ ଆମର ମଧ୍ୟ ଭାଗିଦାରିତା ରହିଛି । ଏଣୁ ଆମ ପାଇଁ ଔଷଧ ଖାଇବାର ଗୋଟିଏ ନିୟମ କରାଯାଉ । ନଚେତ୍‌ ଶେଷ ଇଚ୍ଛା ମୃତ୍ୟୁ । ଆମକୁ ଯଦି ଉଭୟ ସରକାର ବଞ୍ଚାଇ ପାରିବେନି ତା' ହେଲେ ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.