ETV Bharat / city

୩ ଦିନିଆ ରିମାଣ୍ଡରେ କିଡ଼ନୀ ଠକ, ଖୋଲିବ ହସ୍ପିଟାଲ ଲିଙ୍କର ଗୁମର

author img

By

Published : Jan 16, 2021, 12:31 PM IST

Updated : Jan 16, 2021, 12:39 PM IST

ନୟାପଲ୍ଲୀ ଥାନାରେ କିଡନୀ ଠକେଇ ନେଇ ହୋଇଥିବା ଅଭିଯୋଗ କ୍ରମେ ଗିରଫ ହୋଇଥିବା ଠକ ହିଂମାଶୁକୁ ପୋଲିସ 3 ଦିନିଆ ରିମାଣ୍ଡରେ ଆଣିଛି । ଅଧିକ ପଢନ୍ତୁ...

Kidney racket scam accused on 3days police remand
୩ ଦିନିଆ ରିମାଣ୍ଡରେ କୀଡ଼ନି ଠକ, ଖୋଲିବ ହସ୍ପିଟାଲ ଲିଙ୍କର ଗୁମର

ଭୁବନେଶ୍ବର: କିଡ଼ନୀ ପାଇଁ ଲକ୍ଷାଧିକ ଟଙ୍କା ନେଇ ଗିରଫ ହୋଇଥିବା ଠକ ହିଂମାଶୁ ଭୂଷଣ ନନ୍ଦକୁ ପୋଲିସ 3 ଦିନିଆ ରିମାଣ୍ଡରେ ଆଣିଛି । ରିମାଣ୍ଡ ବେଳେ ଏହି ଠକେଇ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି, ହସ୍ପିଟାଲ, ଡାକ୍ତର ଆଦିଙ୍କ ସମ୍ବନ୍ଧରେ କମିଶନରେଟ ପୋଲିସ ପଚରାଉଚୁରା କରି ଏହି ଠକେଇର ଗୁମର ଖୋଲିବ ବୋଲି ଆଶା କରିଛି ।

୩ ଦିନିଆ ରିମାଣ୍ଡରେ କୀଡ଼ନି ଠକ, ଖୋଲିବ ହସ୍ପିଟାଲ ଲିଙ୍କର ଗୁମର

କୋର୍ଟ ୩ଦିନ ରିମାଣ୍ଡ ପାଇଁ ଅନୁମତି ଦେବା ପରେ କମିଶନରେଟ ପୋଲିସ ଅଭିଯୁକ୍ତକୁ ଝାରପଡା ଜେଲରୁ ଆଣିଛି । ରିମାଣ୍ଡ ବେଳେ ପୋଲିସ ବିଭିନ୍ନ ସମ୍ପର୍କରେ ପଚରାଉଚୁରା କରି ଗୁମରକୁ ଖୋଲିବ ବୋଲି ଲକ୍ଷ୍ୟ ରଖିଛି । ଅଭିଯୁକ୍ତ କିଡ଼ନୀ ଆବଶ୍ୟକତା ଥିବା ଲୋକଙ୍କ ତଥ୍ୟ କିପରି ପାଉଥିଲା, ଏହି ଘଟଣାରେ କେଉଁ ଡାକ୍ତର ସାମିଲ ଥିଲେ, ପ୍ରତିରୋପ କେଉଁ ହସ୍ପିଟାଲରେ ହେଉଥିଲା, କେଉଁ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି, କିଡ଼ନୀ ଡୋନେସନର କାଗଜପତ୍ର ଆଳରେ କିଏ ରୋଗୀ ଓ ସମ୍ପର୍କୀୟଙ୍କ ସହ ଯୋଗଯୋଗ କରୁଥିଲେ ଆଦି ଦିଗରେ ପୋଲିସ ଧ୍ୟାନ ଦେବ ।

ସେହିପରି ଅଭିଯୁକ୍ତ କିଡ଼ନୀ ପ୍ରତିରୋପଣ ପାଇଁ ଆଣିଥିବା ଠକେଇ ଟଙ୍କାରେ କିଭଳି ନିଜର ସମ୍ଫତ୍ତି ଠୁଳ କରିଥିଲା ଓ କେଉଁଠି ଘର ରହିଛି, କେତୋଟି ଆକାଉଣ୍ଟରେ ଟଙ୍କା ରଖିଛି ସେ ନେଇ ଖୋଳତାଡ଼ କରିବ କମିସନରେଟ ପୋଲିସ । ଏଭଳି କିଡ଼ନୀ ପ୍ରତିରୋପଣ ପାଇଁ କୌଣସି ଟଙ୍କା କାରବାର ହୁଏ ନାହିଁ ବରଂ ଏଭଳି ଲୋକଙ୍କଠୁ ଦୁରରେ ରୂହନ୍ତୁ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ସୂଚନା ଥାଉ କି, ନୟାପଲ୍ଲୀ ଥାନାରେ ପ୍ରତାପ ଚନ୍ଦ୍ର ମିଶ୍ର ନାମରେ ଜଣେ ବ୍ୟକ୍ତି କିଡ଼ନୀ ପାଇଁ ଅଭିଯୁକ୍ତ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଥିବା ଅଭିଯୋଗ କରିଥିଲେ । ତେବେ ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏହି ମାମଲାରେ ଠକ ହିଂମାଶୁକୁ ଗିରଫ କରିଥିଲା । ପରେ ଲକ୍ଷ୍ମିସାଗର ଓ ମଂଚେଶ୍ବର ଥାନାରେ ଅଭିଯୁକ୍ତ ନାମରେ ମଧ୍ୟ ଠକେଇ ଅଭିଯୋଗ ହୋଇଥିଲା ।

ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ

Last Updated : Jan 16, 2021, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.