ETV Bharat / city

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ଥାନାରେ ହାଜର ପାଇଁ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ନୋଟିସ

author img

By

Published : Oct 1, 2022, 10:52 PM IST

Updated : Oct 1, 2022, 11:12 PM IST

ଧର୍ମେନ୍ଦ୍ର ସାହୁ ମୃତ୍ୟ ମାମଲା: ପୋଲିସରେ ହାଜର ହେବେ ସାମ୍ବାଦିକ ଅକ୍ଷୟ ନାୟକ
ଧର୍ମେନ୍ଦ୍ର ସାହୁ ମୃତ୍ୟ ମାମଲା: ପୋଲିସରେ ହାଜର ହେବେ ସାମ୍ବାଦିକ ଅକ୍ଷୟ ନାୟକ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଆସନ୍ତାକାଲି ପୋଲିସରେ ହାଜର‌ ହେବେ ସାମ୍ବାଦିକ ଅକ୍ଷୟ ନାୟକ । ଧଉଳି ଥାନାରେ ହାଜର ହେବାକୁ ଅକ୍ଷୟଙ୍କୁ କମିସନରେଟ ପୋଲିସ ନୋଟିସ କରିଛି । ତେବେ ଏନେଇ ଇଟିଭି ଭାରତରେ ପ୍ରତିକ୍ରିୟା ରଖିଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ପୋଲିସକୁ ମିଳିବ ବଡ ସୁରାକ । ଘଟଣାର‌ ସବୁଠାରୁ ବଡ଼ ପ୍ରମାଣ ରଖିଥିବା ସାମ୍ବାଦିକ ଅକ୍ଷୟ ନାୟକ ଦେଇପାରନ୍ତି ଚାଞ୍ଚଲ୍ୟକର ପ୍ରମାଣ । ଏନେଇ ଆସନ୍ତାକାଲି ପୋଲିସରେ ହାଜର‌ ହେବା ପାଇଁ ଅକ୍ଷୟଙ୍କୁ ନୋଟିସ ଦିଆଯାଇଛି । ତେବେ ସେ କଣ ଜାଣିଛନ୍ତି ଓ କିଭଳି ତଥ୍ୟ ରଖିଛନ୍ତି, ସେନେଇ ପ୍ରତିକ୍ରିୟା ରଖିଛନ୍ତି ଅକ୍ଷୟ ନାୟକ ।

ଥାନାରେ ହାଜର ପାଇଁ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ନୋଟିସ

ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟ ମାମଲାରେ ପୋଲିସ ହାତରେ ଲାଗିପାରେ ବଡ଼ ତଥ୍ୟ । ଏହି ଘଟଣାର ସବୁଠାରୁ ବଡ଼ ପ୍ରମାଣ ସାମ୍ବାଦିକ ଅକ୍ଷୟ ନାୟକଙ୍କ ପାଖରେ ରହିଥିବା କୁହାଯାଉଥିବା ବେଳେ ଆସନ୍ତାକାଲି ପୋଲିସରେ ହାଜର‌ ହେବେ ଅକ୍ଷୟ । କମିସନରେଟ ପୋଲିସ ପକ୍ଷରୁ ଅକ୍ଷୟଙ୍କୁ ଦିଆଯାଇଥିବା ନୋଟିସ ଆଧାରରେ ଆସନ୍ତାକାଲି ଧଉଳି ଥାନାରେ ହାଜର ହୋଇ ସେ ତଥ୍ୟ ରଖିବେ । ମୃତ୍ୟୁ ପୂର୍ବରୁ ଅକ୍ଷୟଙ୍କ ସହ କଣ କଥା ହୋଇଥିଲେ ଧର୍ମେନ୍ଦ୍ର । କଣ ସବୁ ତଥ୍ୟ ଦେଇଥିଲେ । ଏଥିସହ ପୂର୍ବରୁ ଖବର ପରିବେଷଣ କରିଥିବା କିଛି ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ପୋଲିସକୁ ଦେବେ ।

ତେବେ ଆସନ୍ତା କାଲି ଅକ୍ଷୟ ପୋଲିସକୁ ଦେବାକୁ ଯାଉଥିବା ତଥ୍ୟ ସବୁ ଧର୍ମେନ୍ଦ୍ରଙ୍କ ମୃତ୍ୟ ମାମଲା ସହ ଜଡିତ ରହିଛି । ଯେଉଁ ତଥ୍ୟ ଆଧାରରେ ପୋଲିସ କିଛି ହାଇପ୍ରୋଫାଇଲ ଲିଙ୍କ୍‌ର ତଦନ୍ତ କରିବ । ଏନେଇ ପୋଲିସ ଦେଇଥିବା ନୋଟିସ ଆଧରରେ ଅକ୍ଷୟ ନାୟକ ଆସନ୍ତାକାଲି ଧଉଳି ଥାନାରେ ହାଜର ହୋଇ ସମସ୍ତ ତଥ୍ୟ ପୋଲିସ ନିକଟରେ ଉପସ୍ଥାପନ କରିବେ । ଯାହକି ପୋଲିସ ପାଇଁ ଗୁରୁତ୍ବପୁର୍ଣ୍ଣ ହେବ । ସୂଚନା ଅନୁସାରେ ଏକ ଭିଡିଓକୁ ନେଇ ଧର୍ମେନ୍ଦ୍ର ବିଚଳିତ ଥିଲେ । ସେହି ଭିଡିଓ ତାଙ୍କ ମୋବାଇଲରେ ଥିଲା ବୋଲି ମଧ୍ୟ ଧର୍ମେନ୍ଦ୍ର ମୃତ୍ୟୁ ପୁର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ‌ । ତେବେ ସେହି ଭିଡିଓ ସମ୍ପର୍କରେ କଣ ଜାଣିଛନ୍ତି ସେ ନେଇ ତଥ୍ୟ ଦେଇପାରନ୍ତି ଅକ୍ଷୟ । ତେବେ ଏନେଇ ଇଟିଭି ଭାରତରେ ପ୍ରତିକ୍ରିୟା ରଖିଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 1, 2022, 11:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.