ETV Bharat / city

ରାଧାରାଣୀଙ୍କୁ ଟିକେଟ ମିଳିବାପରେ ଝାରସୁଗୁଡ଼ା ଜିଲ୍ଲା BJP ସଭାପତିଙ୍କ ଇସ୍ତଫା

author img

By

Published : May 9, 2022, 9:12 AM IST

Updated : May 9, 2022, 10:02 AM IST

ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଳ ସାହୁଙ୍କ ଇସ୍ତଫା
ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଳ ସାହୁଙ୍କ ଇସ୍ତଫା

ହଜମ ହେଲାନାହିଁ ଟିକେଟ ବଣ୍ଟା । ଅଣଦେଖା ଅଭିଯୋଗ ଆଣି ଦଳରୁ ମୁହଁ ଫେରାଇଲେ ସଭାପତି । ଝାରସୁଗୁଡ଼ା ଜିଲ୍ଲା BJP ସଭାପତି ପଦରୁ ମଙ୍ଗଳ ସାହୁ ଇସ୍ତଫା । ଅଧିକ ପଢନ୍ତୁ

ଭୁବନେଶ୍ବର: ହଜମ ହେଲାନାହିଁ ଟିକେଟ ବଣ୍ଟା । ଦଳରୁ ମୁହଁ ଫେରାଇଲେ ସଭାପତି । ଝାରସୁଗୁଡ଼ା ଜିଲ୍ଲା BJP ସଭାପତି ପଦରୁ ମଙ୍ଗଳ ସାହୁ ଇସ୍ତଫା ଦେଇଛନ୍ତି । ଏ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି । ବ୍ରଜରାଜନଗନ ଉପନିର୍ବାଚନରେ ଟିକେଟ୍ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କହିଛନ୍ତି ମଙ୍ଗଳ ସାହୁ ।

ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଳ ସାହୁଙ୍କ ଇସ୍ତଫା
ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଳ ସାହୁଙ୍କ ଇସ୍ତଫା

ଗତକାଲି (ରବିବାର) ବିଜେପି ପକ୍ଷରୁ ବ୍ରଜରାଜନଗର ଉପନିର୍ବାଚନ ଦଳୀୟ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ନାମ ଘୋଷଣା କରିଥିଲା । ଏହା ପରେ ଖପ୍ପା ହୋଇଥିଲେ ବିଜେପି ଜିଲ୍ଳା ସଭାପତି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ ମଙ୍ଗଳ ସାହୁ । ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଜିଲ୍ଲା ବିଜେପି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ମଙ୍ଗଳ ସାହୁ । ସେ ଏହି ଇସ୍ତଫା ପତ୍ର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଦେଇଛନ୍ତି ।

ସେ ଲେଖିଛନ୍ତି, "ଦଳ ମୁରବୀହୀନ ହୋଇଯାଇଛି । ମୁଁ 25 ବର୍ଷ ହେଲା ମଣ୍ଡଳ ସଭାପତିରୁ ଜିଲ୍ଲା ସାଧାରଣ ସମ୍ପାଦକ, କିଷାନ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ I 3 ବର୍ଷ ହେଲା ଜିଲ୍ଲା ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲି । ମାତ୍ର ଏବେ ଅସହାୟ ମନେ କରୁଛି ।"

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :May 9, 2022, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.