ETV Bharat / city

ରାଜଧାନୀରେ ଖ୍ରୀଷ୍ଟମାସ: ଶ୍ରଦ୍ଧାଳୁ ମାନିଲେ କଟକଣା, ମିଳିମିଶି କଲେ ପ୍ରାର୍ଥନା

author img

By

Published : Dec 25, 2021, 4:09 PM IST

କଟକଣାରେ ପାଳିତ ହେଉଛି ଯୀଶୁଙ୍କ ଜନ୍ମଦିନ
କଟକଣାରେ ପାଳିତ ହେଉଛି ଯୀଶୁଙ୍କ ଜନ୍ମଦିନ

କୋଭିଡ କଟକଣାରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳୁଛନ୍ତି ରାଜଧାନୀବାସୀ । ଯେଉଁମାନେ କୋରୋନା ଟେଷ୍ଟ କରୁଛନ୍ତି, ସେହିମାନେ ହିଁ ଚର୍ଚ୍ଚ ଭିତରକୁ ଯାଇ ପ୍ରାର୍ଥନା କରୁଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଧରାବତଣ କରିଛନ୍ତି ପ୍ରଭୁ ଯୀଶୁ । ଏନେଇ ସବୁଠି ଉତ୍ସବର ମାହୋଲ । ସେ ଖ୍ରୀଷ୍ଟ ଧର୍ମର ପ୍ରବର୍ତ୍ତକ । ଯୀଶୁ କହିଛନ୍ତି, ‘ମୁଁ ପଥ, ସତ୍ୟ ଓ ଜୀବନ' ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ’। ସେଥିପାଇଁ ଯୀଶୁଙ୍କ ସାନିଧ୍ୟ ପାଇବା ପାଇଁ ସଭିଏଁ ଆଜିର ଦିନରେ ତାଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇଥାନ୍ତି । କିନ୍ତୁ ଚଳିତ ବର୍ଷ ବି କଟକଣାରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରୁଛନ୍ତି ଶ୍ରଦ୍ଧାଳୁ। କଟକଣା ମଧ୍ୟରେ ପର୍ବ ପାଳୁଛନ୍ତି ରାଜଧାନୀବାସୀ । ଚର୍ଚ୍ଚଗୁଡିକରେ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ପ୍ରାର୍ଥନା ଆରମ୍ଭ ହୋଇଛି। ଯେଉଁମାନେ କୋରୋନା ଟେଷ୍ଟ କରୁଛନ୍ତି, ସେହିମାନେ ହିଁ ଭିତରକୁ ଯାଇ ପ୍ରାର୍ଥନା କରୁଛନ୍ତି । ଆଉ କେହି କେହି ଘରେ ରହି ପର୍ବ ପାଳୁଛନ୍ତି । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ସାଜସଜ୍ଜା କରାଯାଇଛି ।

କଟକଣାରେ ପାଳିତ ହେଉଛି ଯୀଶୁଙ୍କ ଜନ୍ମଦିନ

ବାଇବେଲ ଅନୁସାରେ ୨୫ ଡିସେମ୍ବରରେ ବେଥଲହାମର ଏକ ମେଣ୍ଢାଶାଳରେ ମାଆ ମେରୀ ଓ ପିତା ଯୋଶେଫଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ ଯୀଶୁ । ତେଣୁ ଏହି ଦିନଟିକୁ ଭୁବନେଶ୍ଵରର କ୍ୟାଥୋଲିକ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପ୍ରଭୁ ଯୀଶୁଙ୍କ ଧରାବତରଣ ଉପଲକ୍ଷେ ଯୀଶୁଙ୍କୁ ଆରାଧନା କରି ଖୁସି ମନାଇଥାନ୍ତି । କଟକଣା ପାଇଁ ଭିତରକୁ ପ୍ରବେଶ ନଥିବାବେଳେ ଶ୍ରଦ୍ଧାଳୁ ବାହାରେ କରାଯାଇଥିବା ଯୀଶୁଙ୍କ ପ୍ରତିକୃତିରେ ଆରାଧନା କରୁଛନ୍ତି ।

ସେହିପରି ସାନ୍ତାକ୍ରୁଜ ବେଶରେ ଶ୍ରଦ୍ଧାଳୁମାନେ ଚର୍ଚ୍ଚ ପରିସରରୁ ବାହାରି ସହର ପରିକ୍ରମା କରିଥାନ୍ତି । ଆଉ ସମସ୍ତଙ୍କୁ ଉପହାର ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏସବୁ କିଛି ନାହିଁ । ତଥାପି ନିରାଡ଼ମ୍ବରରେ ପାଳନ ହେଉଛି ପର୍ଵ । କୋରୋନା କିଭଳି ହଟିଯାଉ, ଆଉ ନୂଆ ବର୍ଷ ଏକ ସୁସ୍ଥ ବର୍ଷ ହେଉ, ଏହି କାମନା କରିଛନ୍ତି ଶ୍ରଦ୍ଧାଳୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.