ETV Bharat / city

ଟିକାକୁ ନେଇ ହେଉଥିବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ଡ. ଜୟନ୍ତ ପଣ୍ଡା

author img

By

Published : Apr 3, 2021, 10:18 PM IST

ଟିକାକୁ ନେଇ ଗୁଜବ ବିଶ୍ୱାସ କରନ୍ତୁ ନାହିଁ : ଜୟନ୍ତ ପଣ୍ଡା
ଟିକାକୁ ନେଇ ଗୁଜବ ବିଶ୍ୱାସ କରନ୍ତୁ ନାହିଁ : ଜୟନ୍ତ ପଣ୍ଡା

ଦେଶରେ କୋରୋନା ଟୀକାକରଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଥିପାଇଁ ଅନେକ ବ୍ୟକ୍ତି ଟିକାକୁ ନେଇ ଅନେକ ମତ ଦେଉଥିବା ଗୁଜବ ହେଉଛି । ଏହି ଗୁଜବକୁ ବିଶ୍ୱାସ ନ କରି ଟିକା ନେବା ପାଇଁ ଆଗେଇ ଆସନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ବୈଷୟିକ ଉପଦେଷ୍ଟା ଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ...

ଭୁବନେଶ୍ବର : ଦେଶରେ କୋରୋନା ଟୀକାକରଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଥିପାଇଁ ଅନେକ ବ୍ୟକ୍ତି ଟିକାକୁ ନେଇ ଅନେକ ମତ ଦେଉଥିବା ଗୁଜବ ହେଉଛି । ଏହି ଗୁଜବକୁ ବିଶ୍ୱାସ ନକରି ଟିକା ନେବା ପାଇଁ ଆଗେଇ ଆସନ୍ତୁ ବୋଲି କହିଛନ୍ତି ଡ. ଜୟନ୍ତ ପଣ୍ଡା । ସାରା ଦେଶରେ ଟୀକାକାରଣ ଦ୍ରୁତ ଗତିରେ ଆଗେଇବାରେ ଲାଗିଛି । ଅନେକ ସମୟରେ ଟିକାକୁ ନେଇ ଗୁଜବ ସୃଷ୍ଟି ହେଉଛି, ଯେଉଁଥିପାଇଁ ଲୋକମାନେ ପଛଘୁଞ୍ଚା ଦେଉଛନ୍ତି । ଗୁଜବକୁ ବିଶ୍ୱାସ ନକରି ଟୀକାକରଣ କରନ୍ତୁ ବୋଲି ସେ କହିଛନ୍ତି ।

ଟିକାକୁ ନେଇ ଗୁଜବ ବିଶ୍ୱାସ କରନ୍ତୁ ନାହିଁ : ଜୟନ୍ତ ପଣ୍ଡା

ଡ଼. ଜୟନ୍ତ ପଣ୍ଡା କହିଛନ୍ତି ଯେ, ଡାଇବେଟିସ କିମ୍ବା ଅନ୍ୟ ରୋଗ ପାଇଁ ମେଡ଼ିସିନ ଖାଉଥିଲେ ସେମାନେ ଟୀକା ନେବେ ନାହିଁ ବୋଲି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ଟିକାର କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ । କୋଟି କୋଟି ଲୋକ ଟୀକା ନେଇସାରିଲେଣି । ଓଡିଶାରେ ଗତକାଲି ଟୀକାକରଣରେ ରେକର୍ଡ କରିଛି । ଯାହା ଦୈନିକ ଭାବରେ ଅଢେ଼ଇ ଲକ୍ଷ ଟିକା ଦିଆଯାଇଛି । ଓଡ଼ିଶାରେ 15 ଲକ୍ଷରୁ ଟିକା ନେଇସାରିଲେଣି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କର ବୈଷୟିକ ଉପଦେଷ୍ଟା ଡ. ଜୟନ୍ତ ପଣ୍ଡା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.