ETV Bharat / city

Panchayat Polls: ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ବଢୁଛି ଟେନସନ

author img

By

Published : Jan 31, 2022, 10:23 PM IST

independent-zp
Panchayat Election: ସ୍ୱାଧିନ ପ୍ରାର୍ଥୀଙ୍କୁ ନେଇ ବଢୁଛି ଟେନସନ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ବାତାବରଣ ହୋଇଛି ସରଗରମ । ରାଜ୍ୟରେ ଜିଲ୍ଲା ପରିଷଦ ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ଯାହା ରାଜନୈତିକ ଦଳମାନଙ୍କର ଟେନସନ ପାଲଟିଛି । ତେବେ ଏହି ପ୍ରାର୍ଥୀ ଜିତିଲେ କେଉଁ ଦଳକୁ ସମର୍ଥନ କରିବେ ତାହାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ନେତା । ଅଧିକ ପଢନ୍ତୁ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ସବୁ ରାଜନୈତିକ ଦଳର ଟେନସନ ବଢୁଛି,କାରଣ ଚଳିତ ପଞ୍ଚାୟତ ନିର୍ବାଚନରେ 299 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ। ହେଲେ ସମସ୍ତଙ୍କର ମୁଁହରେ ଗୋଟିଏ କଥା କିଛି ଫରକ ପଡ଼ିବନି। ବିଶେଷକରି ଯେଉଁମାନେ ସଂଗଠନରେ ସକ୍ରିୟ ଅଛନ୍ତି,ପ୍ରାର୍ଥୀ ପାଇଁ କଡା ଦାବିଦାର ଅଛନ୍ତି,ଯେଉଁମାନେ ଟିକେଟ ନପାଇ ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ଭାବେ ନାମାଙ୍କନ କରି ପ୍ରାର୍ଥୀ ହୋଇଛନ୍ତି। ସେଥି ପାଇଁ ସବୁ ଦଳରେ ଟେନସନ ଲାଗି ରହିଛି । ଉପରେ କୌଣସି ପ୍ରଭାବ ପଡିବନାହିଁ ବୋଲି ବାହାସ୍ଫୋଟ ମାରୁଛନ୍ତି । ତେବେ ଏନେଇ କଣ କହୁଛନ୍ତି ବିଭିନ୍ନ ରାଜନୈତିକ ଦଳ ଅସନ୍ତୁ ଦେଖିବା ।

ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ବଢୁଛି ଟେନସନ



କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି, ଲୋକ କଂଗ୍ରେସ ପ୍ରତି ମନ ବଳେଇଲେଣି ଗତ ଦୁଇଟି ନିର୍ବାଚନ ଅପେକ୍ଷା ଭଲ ହେବ ଫଳାଫଳ। କର୍ମୀଙ୍କ ସ୍ତରରେ ବହୁତ ଉତ୍ସାହ ଅଛି। ସ୍ୱାଧୀନ ପ୍ରାର୍ଥୀ ବିଜେଡିରେ। ଶୃଙ୍ଖଳାର ଅଭାବ ଯୋଗୁଁ ଅଧିକ ବିଜେଡିର। ଏହାର ସୁଯୋଗ ନେବ କଂଗ୍ରେସ। ଦୁଇ ଦଳ ଲୋକଙ୍କ ବିରୋଧୀ କାର୍ଯ୍ୟ କରୁଛନ୍ତି। ଲୋକଙ୍କ ପାଇଁ କାମ କରୁନାହାନ୍ତି। ଏହାର ସୁଯୋଗ ନେବ କଂଗ୍ରେସ। ଅନ୍ୟ ଦକରୁ ପ୍ରାର୍ଥି ନେଇ ବିଜେପି ପ୍ରାର୍ଥି ଦେଉଛି। ତେଣୁ କଂଗ୍ରେସର ଉତ୍ଥାନରେ ବିଜେପିର ପତନ ହେବ ବୋଲି କହିଛନ୍ତି କଂଗ୍ରେସ ନେତା ଶରତ ରାଉତ ।



ବିଜେପି ବିକାଶମୂଳକ କାର୍ଯ୍ୟ କରୁଛି। ଲୋକଙ୍କୁ ନିଯୁକ୍ତି ମିଳିଛି। ରେଳବାଇ,ବିମାନବନ୍ଦର, ପର୍ଯ୍ୟଟନ ଭଳି ବିକାଶମୂଳକ କାର୍ଯ୍ୟ କରୁଛି। ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଛି । ଲୋକେ ସବୁ ବୁଝିସାରିଲେଣି। ବିଜେପି ପ୍ଲସ ହେବ। ସିଷ୍ଟମରେ ଚୟନ ହୋଇଛି। ଲୋକଙ୍କ ଭିତରେ ଉତ୍ସାହ ଅଛି। ଉତ୍ସାହର ସହ ଲୋକ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁଭଳି କୋରୋନା ମୁକାବିଲା କଲେ,ବିକାଶମୂଳକ କାର୍ଯ୍ୟ କଲେ ଲୋକେ ବୁଝିଲେଣି। କିନ୍ତୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ। ବିଜେଡି ବିଭିନ୍ନ ଦଳରୁ ଉଠାଇଛନ୍ତି। ସମସ୍ତଙ୍କୁ ପ୍ରାର୍ଥୀ କରି ପାରିଲେନି। ସେମାନେ ସ୍ୱାଧୀନ ଭାବେ ପ୍ରାର୍ଥି ହୋଇଛନ୍ତି। ବିଜେପିରେ ଯଦି ଥିବେ କାଁ ଭାଁ ଥିବେ। ବିଜେଡି ପାଇଁ ସ୍ୱାଧୀନ ସମସ୍ୟା ସୃଷ୍ଟି କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।



ସେପଟେ ବିଜେଡି କିନ୍ତୁ ମୁଁହ ଟାଣରେ ନବୀନଙ୍କ ନେତୃତ୍ୱକୁ ଭଲ ପାଇ ବିଜେଡିରେ ସମସ୍ତେ ସାମିଲ ହେଉଥିବା କହିଛି । ବିଦ୍ରୋହିଙ୍କୁ ବିଜେଡି ବୁଝା ସୁଝା କରି ସାରିଲାଣି।ସମସ୍ତେ ବିଜେଡି ସହ ଅଛନ୍ତି କାର୍ଯ୍ୟ କରୁଛନ୍ତି।ସ୍ୱାଧୀନ ଲୋକଙ୍କୁ କେହି ଭୋଟ ଦେବେନି। ବିଜେଡି ସରକାରରେ ଲୋକଙ୍କ ପାଇଁ ଯୋଜନା,ଲୋକଙ୍କ ସମସ୍ୟା ସୁଧାରିବାକୁ ପ୍ରୟାସ ,ଉନ୍ନତି ଓ ପ୍ରଗତି ମୂଳକ କାର୍ଯ୍ୟକୁ ଆଧାର କରି ଲୋକଙ୍କ ପାଖକୁ ଯାଉଛୁ। ଲୋକେ ବୁଝିଛନ୍ତି ସରକାର ତାଙ୍କ ପାଇଁ ଅଛି। ଯିଏ ବି ଥିଲେ ସେମାନେ ବିଜେଡିରେ ମିଶିଲେଣି। ବିଜେଡିରେ ବିଦ୍ରୋହି କେହି ନାହାନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ତେବେ ନିର୍ବାଚନ ଫଳାଫଳ ଆସିଲା ପରେ ସ୍ପଷ୍ଟ ହେବ ସ୍ୱାଧିନ ପ୍ରାର୍ଥୀ କେଉଁ ଦଳକୁ ଆଉ ଯିବେ ବା କିଏ ସ୍ୱାଧୀନ ପ୍ରାର୍ଥୀଙ୍କ ସାହାଯ୍ୟରେ ନେତୃତ୍ୱ ଗଠନ କରୁଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.