ETV Bharat / city

4 ବର୍ଷରେ ବଜ୍ରାଘାତରେ ୧୬୨୧ ମୃତ୍ୟୁ, ମିଳିଛି ଅନୁକମ୍ପା ରାଶି

author img

By

Published : Sep 3, 2021, 5:47 PM IST

In last 4 yrs  Odisha saw 1621 human casualties due to lightning strikes
4 ବର୍ଷରେ ବଜ୍ରାଘାତରେ ୧୬୨୧ ମୃତ୍ୟୁ, ମିଳିଛି ଅନୁକମ୍ପା ରାଶି

ଗତ ଚାରି ବର୍ଷରେ ରାଜ୍ୟରେ ବଜ୍ରାଘାତରେ ୧୬୨୧ ଜଣ ପ୍ରାଣ ହରାଇଛନ୍ତି । ଏନେଇ ବିଧାନସଭା ମୌସୁମୀ ଅଧିବେଶନରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଗତ 4 ବର୍ଷରେ ରାଜ୍ୟରେ ୧୬୨୧ ଜଣ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଏନେଇ ବିଧାନସଭାର ମୌସୁମୀ ଅଧିବେଶନରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଏହାକୁ ରୋକିବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ କରୁଛନ୍ତି ଯୋଜନା ବୋଲି ସୂଚନା ଦେଇଛନ୍ତି ରାଜସ୍ବମନ୍ତ୍ରୀ ।

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନ କରିଥିଲେ, ରାଜ୍ୟରେ କେତେ ଜଣ ବଜ୍ରାଘାତରେ ମୃତ୍ୟୁ ବରଣ କରିଛନ୍ତି । ଏହାର ଉତ୍ତର ରଖି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ତା.୦ ୩.୦୯.୨୦୨୧ ସୁଦ୍ଧା ବଜ୍ରାଘାତ ଜନିତ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯାଇଛି । ରାଜ୍ୟରେ ଗତ 4 ବର୍ଷ ଭିତରେ ବଜ୍ରାଘାତ ମୃତ୍ୟୁ ସଂଖ୍ୟା ମୋଟ 1621 ଜଣ ।

2021ରେ 178 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2020ରେ 274 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 2019ରେ 357 ଜଣଙ୍କ ମୃତ୍ୟୁ ହୋଇଛି । ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ( Ex-gratia ) ପ୍ରଦାନ କରାଯାଉଛି ।

ରାଜ୍ୟରେ ବଜ୍ରାଘାତରେ ଆଗୁଆ ସୂଚନା ଜାଣିବା ପାଇଁ ଅନ୍ତର୍ଜାତୀୟ ସଂସ୍ଥା 'Earth work' ସହ ଏକ ଚୁକ୍ତିନାମା ସ୍ବାକ୍ଷର କରାଯାଇଛି । Earth Networks ରାଜ୍ୟର ୮ ସ୍ଥାନ ଯଥା କେନ୍ଦୁଝର, ବଲାଙ୍ଗୀର , ବ୍ରହ୍ମପୁର , ଜୟପୁର , ରାଉରକେଲା, ଭୁବନେଶ୍ବର ଓ ପାଣିକୋଇଲି ଠାରେ Lighting Detection Sensor ବସାଇଛନ୍ତି । ଏହି ସେନସର ମାଧ୍ୟମରେ ୨୦୦ ରୁ ୨୫୦ କି.ମି. ମଧ୍ୟରେ ବଜ୍ରାଘାତର ସ୍ଥାନ ଜଣାପଡ଼ିଥାଏ ।

ସୂଚନାଥାଉକି ରାଜ୍ୟରେ ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି ବଜ୍ରାଘାତ ଜନିତ ମୃତ୍ୟୁ ଘଟଣା ।

ଭୁବନଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ରନାରାୟଣ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.