ETV Bharat / city

୨୫୮ଟି ବିଦ୍ୟାଳୟରେ ଆରମ୍ଭ ହେଲା IBM ଷ୍ଟେମ୍ ସୁବିଧା, ଶିଖାଇବ ଜୀବନକୌଶଳ

author img

By

Published : Jun 9, 2021, 10:50 AM IST

ବିଦ୍ୟାଳୟରେ IBM ଷ୍ଟେମ୍ ସୁବିଧାର ଶୁଭାରମ୍ଭ
ବିଦ୍ୟାଳୟରେ IBM ଷ୍ଟେମ୍ ସୁବିଧାର ଶୁଭାରମ୍ଭ

ରାଜ୍ୟର 30ଟି ଜିଲ୍ଲାର 258ଟି ବିଦ୍ୟାଳୟରେ ଆଇବିଏମ ଷ୍ଟେମ ସୁବିଧାର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବିଦ୍ୟାଳୟରେ IBM ଷ୍ଟେମ୍ ସୁବିଧାର ଶୁଭାରମ୍ଭ । ରାଜ୍ୟର 30ଟି ଜିଲ୍ଲାର 258ଟି ବିଦ୍ୟାଳୟରେ ଆଇବିଏମ ଷ୍ଟେମ ସୁବିଧାର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଏହି ସୁବିଧା ମାଧ୍ୟମରେ ବିଦ୍ୟାଳୟର ଛାତ୍ରୀମାନେ ଡିଜିଟାଲ ସାକ୍ଷରତା ଅର୍ଜନ କରିବା ସହିତ ଜୀବନକୌଶଳ ତଥା ଭବିଷ୍ୟତର ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ । IBM ଷ୍ଟେମ ସୁବିଧା ଥିବା ବିଦ୍ୟାଳୟଗୁଡିକ ଏକବିଂଶ ଶତାଦ୍ଦୀର ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ରାଜ୍ୟର ଅନ୍ୟ ବିଦ୍ୟାଳୟ ପାଇଁ ରୋଲ ମଡେଲ ସାଜିବ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଥିପାଇଁ ଆଇବିଏମ ଏବଂ ଏହାର ସହଯୋଗୀ ତଥା ଅନ୍ୟମାନେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରସ୍ତୁତ କରିବେ । ଫଳସୂରୁପ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ହେବ ବୋଲି କାର୍ଯ୍ୟକ୍ରମରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ରାଜ୍ୟରେ ଶିକ୍ଷା ପ୍ରଦର୍ଶନ ଟ୍ରେନିଂ ଅଭିବୃଦ୍ଧି ଘଟିଥିବା କହିଛନ୍ତି ଶିକ୍ଷାମନ୍ତ୍ରୀ । ୨୦୧୮-୧୯ ଶିକ୍ଷାବର୍ଷରେ ଉପରୋକ୍ତ ଓଡ଼ିଶାର ସ୍କୋର ୩୪୯ ହୋଇଥିବାବେଳେ ତାହା ୨୦୧୯-୨୦ ଶିକ୍ଷାବର୍ଷରେ ୮୩୮କୁ ବୃଦ୍ଧି ପାଇଛି । ଯାହା ରାଜ୍ୟର ମାନ୍ୟତାକୁ ସମୃଦ୍ଧ କରିଛି । ଏହି ତାଲିମ କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାର ୫୧୫ ଜଣ ଶିକ୍ଷକ, ୨୫୮ ଜଣ ପ୍ରଧାନଶିକ୍ଷକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦ ଅଂଶଗ୍ରହଣ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.