ETV Bharat / city

ଯାଆଁଳା ଫାଣ୍ଡି କଙ୍କାଳର ମିଳୁନି ସୁରାକ, କ୍ରାଇମବ୍ରାଞ୍ଚ ନେବ କି ତଦନ୍ତ ଦାୟିତ୍ବ

author img

By

Published : Apr 5, 2021, 8:37 PM IST

ଯାଆଁଳା ଫାଣ୍ଡି କଙ୍କାଳର ମିଳୁନି ସୁରାକ
ଯାଆଁଳା ଫାଣ୍ଡି କଙ୍କାଳର ମିଳୁନି ସୁରାକ

ଯାଆଁଳ ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଯାଆଁଳ ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ଏଯାଏଁ ପୋଲିସ ପାଉନି ସୁରାକ । ସମୟ ଗଡିବା ସହ ସସପେନ୍ସ ବି ବଢୁଛି । ଯାହାକୁ ନେଇ ଏବେ କମିଶନରେଟ ପୋଲିସର ତଦନ୍ତ ଉପରେ ଉଠିଛି ପ୍ରଶ୍ନ ।

ଏପଟେ ତଦନ୍ତ ପକ୍ରିୟାକୁ ନେଇ ମାନବାଧିକାର କର୍ମୀ ଉଠାଇଛନ୍ତି ପ୍ରଶ୍ନ । ଯାହାକୁ ନେଇ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି । ଏନେଇ ତ୍ବରିତ ତଦନ୍ତ ପାଇ ଡିଜିପିଙ୍କୁ ନୋଟିସ ହୋଇଛି ।

ଯାଆଁଳା ଫାଣ୍ଡି କଙ୍କାଳର ମିଳୁନି ସୁରାକ

ଏଭଳି ସ୍ଥିତିରେ ପୋଲିସ ଡିଜି କମିଶନରେଟ ପୋଲିସର ଅପାରଗତାକୁ ଦୃଷ୍ଟିରେ ଦେବେ କି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ। ଯାହାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ଡିସିପି କହିଛନ୍ତି, ତଦନ୍ତ ଚାଲିଛି । ମହିଳା ଥାନା ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏନେଇ ଅଧିକ ପ୍ରଚାର ପ୍ରସାର ପ୍ରୟାସ ଜାରି ରଖିବାକୁ କହିଛନ୍ତି ଡିସିପି ଭୁବନେଶ୍ବର ।

ତେବେ ଗତ କିଛିଦିନ ପୂର୍ବରୁ କଙ୍କାଳର ପରିଚୟ ପାଇବାକୁ ସ୍କେଚ ଜାରି ହୋଇଥିଲା । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ କଙ୍କାଳ ସ୍କେଚର ପୋଷ୍ଟର ମାରିଥିଲେ ବି ମିଳୁନି ପରିଚୟ କି ହଟୁନି ରହସ୍ୟ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.