ETV Bharat / city

ଅଗଷ୍ଟ 3ରୁ ପୁଣି ଭିଜିବ ସାରା ରାଜ୍ଯ

author img

By

Published : Jul 30, 2019, 7:52 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର

ରାଜ୍ୟରେ ଅଗଷ୍ଟ 3 ରୁ ପୁଣି ବର୍ଷା ହେବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ନବରଙ୍ଗପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବର: ଆସନ୍ତା ଅଗଷ୍ଟ 3 ରୁ ପୁଣି ବର୍ଷିବ । ରାଜ୍ୟରେ ଅଗଷ୍ଟ 3 ରୁ ପୁଣି ବର୍ଷା ହେବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଅନ୍ୟପଟେ ଆଗଷ୍ଟ 2 ତାରିଖରେ ରାଜ୍ୟର ମାଲକାନଗିରି, ଗଜପତି, ମୟୁରଭଞ୍ଜ, ସୁନ୍ଦରଗଡ଼, ବରଗଡ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର

ବର୍ତ୍ତମାନ ଦୁଇ ଦିନ ପାଗ କୋହଲା ରହିବା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ମଧ୍ୟ ସୂଚନା ମିଳିଛି । ଗତ 24 ଘଣ୍ଟା ଭିତରେ ରାଜ୍ୟର ନବରଙ୍ଗପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ ମଧ୍ୟ ପବନର ବେଗ ଅଧିକ ଥିବାରୁ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ମସ୍ୟଜୀବିଙ୍କୁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆସନ୍ତା ଅଗଷ୍ଟ 3 ରୁ ପୁଣି ବର୍ଷିବ Body:ଆସନ୍ତା ଅଗଷ୍ଟ 3 ରୁ ପୁଣି ବର୍ଷିବ

ରାଜ୍ୟ ରେ ଅଗଷ୍ଟ 3 ରୁ ପୁଣି ବର୍ଷା ହେବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଅନ୍ୟ ପଟେ ଆଗଷ୍ଟ 2 ତାରିଖ ରେ ରାଜ୍ୟ ର ମାଲକାନଗିରି, ଗଜପତି, ମୟୁରଭଞ୍ଜ, ସୁନ୍ଦରଗଡ଼,ବରଗଡ ଆଦି ଜିଲାରେ ପ୍ରବଳ ବର୍ଷା ହେବାର ପୂର୍ବା ଅନୁମାନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଦୁଇ ଦିନ ପାଗ କେହଲା ରହିବା ସହ ଉତ୍ତର ଓଡ଼ିଶା କିଛି ସ୍ଥାନ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବର ମଧ୍ୟ ସୂଚନା ମିଳିଛି। ଗତ 24 ଘଂଟା ଭିତରେ ରାଜ୍ୟ ର ନବରଙ୍ଗପୁର ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ ମଧ୍ୟ ଜଳଭାଗ ରେ ପବନ ର ବେଗ ଅଧିକ ଥିବାରୁ ଆସନ୍ତା 24 ଘଂଟା ପର୍ଯ୍ୟନ୍ତ ସମୁଦ୍ର ଯିବା କୁ ମସ୍ୟ ଯିବି ମାନଙ୍କୁ ବାରଣ କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.