ETV Bharat / city

OMICRON FEAR: ସଜାଗ ରୁହ, କମ୍ୟୁନିଟିରେ ରହିଛି ଓମିକ୍ରନ

author img

By

Published : Jan 2, 2022, 7:02 PM IST

OMICRON FEAR : ସଜାଗ ରୁହ କମ୍ୟୁନିଟିରେ ରହିଛି ଓମିକ୍ରନ
OMICRON FEAR : ସଜାଗ ରୁହ କମ୍ୟୁନିଟିରେ ରହିଛି ଓମିକ୍ରନ

ରାଜ୍ୟରେ ବଢ଼ିଲାଣି ଓମିକ୍ରନ ଭୟ । ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଭୁବନେଶ୍ବର : ରାଜ୍ୟରେ ବଢ଼ିଲାଣି ଓମିକ୍ରନ ଭୟ । ସଜାଗ ରୁହ କମ୍ୟୁନିଟିରେ ରହିଛି ଓମିକ୍ରନ । ରାଜ୍ୟରେ ଚିହ୍ନଟ ହେଲେ ଆଉ 23 ଓମିକ୍ରନ ଆକ୍ରାନ୍ତ। ଯେଉଁ ୨୩ ଜଣଙ୍କ ଠାରେ ଓମିକ୍ରନ ଚିହ୍ନଟ ହେଇଛି । ସେମାନଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ୪ ଜଣ ମହିଳା ରହିଛନ୍ତି । ସମସ୍ତଙ୍କ ବୟସ ୮ରୁ ୮୩ ବୟସ ମଧ୍ୟରେ ହୋଇଥିବା ଜଣାପଡିଛି । ସର୍ବାଧିକ ୭ ଜଣ କେଉଁଝରରୁ ଚିହ୍ନଟ ହେଇଥିବାବେଳେ ଖୋର୍ଦ୍ଧାରୁ ୪, ବୌଦ୍ଧରୁ ୨ ଜଣ, ବାଲେଶ୍ଵରରୁ ୧, ଜଗତସିଂହପୁରରୁ ୧, ସମ୍ବଲପୁରରରୁ ୩, ପୁରୀରୁ ୩ ଓ ଅନୁଗୁଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

OMICRON FEAR : ସଜାଗ ରୁହ କମ୍ୟୁନିଟିରେ ରହିଛି ଓମିକ୍ରନ

ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ(Contact Tracing ) ହୋଇଛି । ଏବଂ ରିପୋର୍ଟ ଆସିବା ବାକି ଅଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ୁଛି ୫୦ ପ୍ରତିଶତ ବିଦେଶ ଫେରନ୍ତା ଓ ୫୦ ପ୍ରତିଶତ ସ୍ଥାନୀୟ ଲୋକ ରହିଛନ୍ତି । ସ୍ଥାନୀୟ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରି (travel history) ଯାଞ୍ଚ ଚାଲିଛି । ଯେଉଁମାନଙ୍କର ବିଦେଶ ଫେରନ୍ତା ହିଷ୍ଟ୍ରି ନାହିଁ। ଆଗରୁ କେବେ ଯାଇଥିଲେ କି ତାହା ଯାଞ୍ଚ କରାଯିବ। ଯଦି ନାହିଁ ଆମେ ନିଶ୍ଚିତ ଭାବରେ ଧରିବା କଥା କମ୍ୟୁନିଟିରେ ଆମର ଓମିକ୍ରନ ଅଛି। ଏହା ମଧ୍ୟ କହିପାରିବା ଯେ କମ୍ୟୁନିଟିରେ କୋରୋନା ରହିଛି।

ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.