ETV Bharat / city

ଜାନୁଆରୀ ୧୫ ସୁଦ୍ଧା ପିକ ଛୁଇଁବ ସଂକ୍ରମଣ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jan 10, 2022, 11:56 AM IST

health director bijay mohapatra on state covid situation
ଜାନୁଆରୀ ୧୫ ସୁଦ୍ଧା ପିକ ଛୁଇଁବ ସଂକ୍ରମଣ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଦେଶରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରାଜ୍ୟରେ ମଧ୍ୟ ସଂକ୍ରମଣ କ୍ରମଶଃ ବୃଦ୍ଧି ହେଉଛି । ଏହାକୁ ନେଇ ସତର୍କ କରାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଦେଶରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରାଜ୍ୟରେ ମଧ୍ୟ ସଂକ୍ରମଣ କ୍ରମଶଃ ବୃଦ୍ଧି ହେଉଛି । ଏହାକୁ ନେଇ ସତର୍କ କରାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଜନସାଧାରଣ ଏହାକୁ ହାଲୁକା ନ ନେଇ ସତର୍କ ରହିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଜାନୁଆରୀ ୧୫ ସୁଦ୍ଧା ପିକ ଛୁଇଁବ ସଂକ୍ରମଣ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଦେଶରେ ସଂକ୍ରମଣ ବଢିବା ଯୋଗୁଁ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ମୁଖ୍ୟତଃ ରାଜ୍ୟର4 ରୁ 5ଟି ଜିଲ୍ଲାରେ ଅଧିକ ସଂକ୍ରମଣ ହୋଉଥିବା ଦେଖିବାକୁ ମିଳିଛି । ଏହାସହ ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ମଧ୍ୟ ରହିଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ କିଛି ବିଶେଷଜ୍ଞ କହିଛନ୍ତି ଯେ ଜାନୁଆରୀ 15 ସୁଦ୍ଧା ସଂକ୍ରମଣ ପିକ ନେବାର ସମ୍ଭାବନା ରହିଛି । ସେହି ଅନୁଯାୟୀ ରାଜ୍ୟରେ ମଧ୍ୟ ତାର 10 ରୁ 15 ଦିନ ଭିତରେ ପିକ ନେବାର ସମ୍ଭାବନା ରହିଛି।

ବର୍ତ୍ତମାନ ରାଜ୍ୟରେ ଟେଷ୍ଟ ସର୍ଭିଲାନ୍ସ ଓ ଟୀକାକରଣକୁ ବ୍ୟାପକ କରାଯାଇଛି। ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧି ପାଉଛି, ଲୋକେ ହାଲୁକା ନ ନେଇ ସଜାଗ ହେବା ଆବଶ୍ୟକ। କୋରୋନା ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ସେପଟେ ରାଜ୍ୟରେ ଟେଷ୍ଟିଂ କିଟକୁ ନେଇ କଳାବଜାରୀ ବୃଦ୍ଧି ଘଟୁଛି । ତେଣୁ ଆଇସିଏମଆର ଦ୍ଵାରା ଅନୁମୋଦିତ କିଟରେ ଟେଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.