ETV Bharat / city

Health Director On New variant; ରାଜ୍ୟରେ ନାହିଁ ବିପଦଜନକ ଭାରିଆଣ୍ଟ

author img

By

Published : Nov 24, 2021, 6:49 PM IST

ରାଜ୍ୟରେ ନାହିଁ ବିପଦଜନକ Variant : ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ ନାହିଁ ବିପଦଜନକ Variant : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ବିଦେଶକୁ ଯିବାଆସିବା କାରଣରୁ ବିଶେଷ ଭାବରେ ସଂକ୍ରମିତ ବ୍ୟାପିଥାଏ । ଏବେ ସେହି ଦେଶମାନଙ୍କରୁ ଯିବା ଆସିବା ଉପରେ କଟକଣା ରହୁଛି । ନୂଆ ଭ୍ୟାରିଆଣ୍ଟ ସେଠି ଆସି ନାହିଁ । ରାଜ୍ୟରେ ଏବେ ନୂଆ ଭାରିଆଣ୍ଟ ପାଇଁ ବିପଦ ନଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ(health director bijay mohapatra on covid variant) । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଦେଶକୁ ଯିବାଆସିବା କାରଣରୁ ବିଶେଷ ଭାବରେ ସଂକ୍ରମିତ ବ୍ୟାପିଥାଏ । ଏବେ ସେହି ଦେଶମାନଙ୍କରୁ ଯିବା ଆସିବା ଉପରେ କଟକଣା ରହୁଛି । ତେବେ ଏନେଇ ବିଶେଷଜ୍ଞମାନେ ନିଜ ପ୍ରତିକ୍ରିୟା ରଖିଛନ୍ତି । କୋଭିଡ଼ ଯଦି ନିଜର ଭାରିଆଣ୍ଟ ପରିବର୍ତ୍ତନ କରେ ତେବେ ବିପଦ ଅଛି । ନୂଆ ଭାରିଆଣ୍ଟ ସେଠି ଆସି ନାହିଁ । ଓଡିଶାରେ ବିପଦଜନକ ଭାରିଆଣ୍ଟ ନାହିଁ ।

ରାଜ୍ୟରେ ନାହିଁ ବିପଦଜନକ Variant : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନିରନ୍ତର ପରୀକ୍ଷା କରାଯାଉଛି । ନୂଆ ଭାରିଆଣ୍ଟ ଆସିଲେ ଜଣାପଡିବ । ଅନ୍ୟ ଦେଶର ସ୍ଥିତିକୁ ଆମର କଣ ହେବ । ଏବେ ଠାରୁ କିଛି କହିହେବ ନାହିଁ । ଆମେ ପ୍ରତିଦିନ ଟେଷ୍ଟିଙ୍ଗ କରୁଛୁ । ପଜିଟିଭି ସଂଖ୍ୟା ଉପରେ ନଜର ରଖୁଛୁ । ଲଂସେଣ୍ଟ ରିପୋର୍ଟ କୋଭାକସିନର ଏଫିକାସି ରେଟ 50 % ରିପୋର୍ଟ ଦେବା ପ୍ରସଙ୍ଗ ।

ଫ୍ରାନ୍ସରେ ହୋଇଥିବା ଷ୍ଟଡି ଅନୁଯାୟୀ କୋଭାକ୍ସିନ 80%ରୁ ଅଧିକ ଏବଂ କୋଭିସିଲଡ଼ର 95% ଏଫିକାସି ରେଟ ରହିଛି । ବିଭିନ୍ନ ଷ୍ଟଡିରେ ବିଭିନ୍ନ ତଥ୍ୟ ଆସିବ । ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା କଡାକଡି ରହିଛି । ଆମର ପ୍ରତି ଏରିଆରେ ସର୍ଭିଲାନ୍ସ ଟିମ ମଧ୍ୟ ରହିଛି । ସୁନ୍ଦରଗଡ଼ ପରେ ଆଉ ସଂକ୍ରମଣ ବଢିନି । ଆମେ ତା ଉପରେ ନଜର ରଖୁଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.