ETV Bharat / city

ମଙ୍କି ପକ୍ସ ମୁକାବିଲା: ସିଡିଏମଓ-ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ

author img

By

Published : Jun 2, 2022, 4:00 PM IST

ମଙ୍କି ଫକ୍ସ ମୁକାବିଲା:ଆଜି ସିଡିଏମଓ-ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ
ମଙ୍କି ଫକ୍ସ ମୁକାବିଲା:ଆଜି ସିଡିଏମଓ-ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ

ମଙ୍କି ପକ୍ସ ମୁକାବିଲା ନେଇ ହେବ ୨ ପ୍ରକାରର ସଭିଲାନ୍ସ । ରୋଗୀଙ୍କ ଉପରେ ରହିବ କଡ଼ା ନଜର କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଭୁବନେଶ୍ବର : ମଙ୍କି ପକ୍ସ ମୁକାବିଲା ନେଇ ଆଜି ସିଡିଏମଓ ଓ ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ। ମଙ୍କି ପକ୍ସ କିଛି କିଛି ଦେଶରେ ବ୍ୟାପିଛି ଆଉ କିଛି ଦେଶକୁ ବ୍ୟାପିଲାଣି। ମଙ୍କି ପକ୍ସର ପ୍ରଭାବ ଯଦି ଦେଶରେ ବ୍ୟାପେ ।

ମଙ୍କି ଫକ୍ସ ମୁକାବିଲା:ଆଜି ସିଡିଏମଓ-ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ

ତେବେ ଭାରତ ସରକାରଙ୍କର 2 ପ୍ରକାରର ସର୍ଭିଲାନ୍ସ ପ୍ରୟୋଗ କରାଯିବ। ଏହାସହ ରୋଗୀଙ୍କ ଉପରେ କଡା ନଜର ରହିବ। ଗଲା ମାସ ସୁଦ୍ଧା ଦେଶରେ ମଙ୍କି ପକ୍ସର କୌଣସି କେସ ସାମ୍ନାକୁ ଆସି ନାହିଁ। ଯଦି ମଙ୍କି ପକ୍ସର ପ୍ରଭାବ ଦେଶରେ ଦେଖାଯାଏ । ତେବେ ଭାରତ ସରକାରଙ୍କର 2 ପ୍ରକାରର ସର୍ଭିଲାନ୍ସ କରାଯିବ। ଗୋଟିଏ ହେଲା କମ୍ୟୁନିଟି ସଭିଲାନ୍ସ ଓ ଅନ୍ୟଟି ହସ୍ପିଟାଲ ସର୍ଭିଲାନ୍ସ ।

ଯଦି କୌଣସି କମ୍ୟୁନିଟିରେ ଏଭଳି ରୋଗୀ ରହିଛନ୍ତି । ତେବେ ସେମାନଙ୍କୁ ଆଇସୋଲେସନ କରିବା ସହ ସେମାନଙ୍କର ଟେଷ୍ଟ କରାଯିବ। ଯଦି ହସ୍ପିଟାଲରେ ଏଭଳି ରୋଗୀ ଛୋଟ ଛୁଆ ଆସୁଛନ୍ତି ସେମାନଙ୍କ ଉପରେ କଡା ନଜର ରହିବ। ବିଶେଷ କରି ଏହି ମଙ୍କି ପକ୍ସରେ ଜ୍ବର ସାଙ୍ଗକୁ ଘା ହୋଇଥାଏ। ବର୍ତ୍ତମାନ ରାଜ୍ୟର ଥିବା ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ମଙ୍କି ପକ୍ସ ଉପରେ ଅବଗତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.