ETV Bharat / city

ଭୟଙ୍କର ହୋଇ ମାଡୁଛି କୋରୋନା: ଭିତ୍ତିଭୂମି ଉପରେ ନଜର

author img

By

Published : Jan 7, 2022, 10:30 PM IST

ଭୟଙ୍କର ହୋଇ ମାଡୁଛି କୋରୋନା: ଭିତ୍ତିଭୂମି ଉପରେ ନଜର
ଭୟଙ୍କର ହୋଇ ମାଡୁଛି କୋରୋନା: ଭିତ୍ତିଭୂମି ଉପରେ ନଜର

ରାଜ୍ୟରେ ମାଡୁଛି ସଂକ୍ରମଣ । ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ଆରମ୍ଭ ହୋଇ ଗଲାଣି ତୃତୀୟ ଲହରୀ। ଅଧିକ ପଢନ୍ତୁ

ଭୁବନେଶ୍ବର : ରାଜ୍ୟରେ ମାଡୁଛି ସଂକ୍ରମଣ । ଅନ୍ୟ ରାଜ୍ୟ ଗୁଡିକର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଯେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ମାତ୍ର କହି ହେବନି ଯେ ଏହା କେବେ ପିକ ନେବ । ଯେବେ ଗୋଟିଏ ଲହର ଆସେ ବଢେ । କିଛିଦିନ ରହେ ଓ ତା ପରେ ତଳକୁ ଖସେ । କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସଂକ୍ରମଣ ବଢୁଥିବା ସ୍ଥାନ ଗୁଡିକ ଉପରେ ରାଜ୍ୟ ସର୍ଭିଲାନ୍ସ ଟିମ ନଜର ରଖିଛନ୍ତି ।

ଭୟଙ୍କର ହୋଇ ମାଡୁଛି କୋରୋନା: ଭିତ୍ତିଭୂମି ଉପରେ ନଜର

ନଜର ପକାନ୍ତୁ ଓଡିଶାର କୋଭିଡ ପଜିଟିଭ ରିପୋର୍ଟ ଉପରେ:

ସଂକ୍ରମଣ ଟେଷ୍ଟ

ଜାନୁଆରୀ 1: 298 ...............62214

ଜାନୁଆରୀ 2: 424 .................61652

ଜାନୁଆରୀ 3: 424 ..................54793
ଜାନୁଆରୀ 4: 680 ..................51745

ଜାନୁଆରୀ 5:1216 ................68878

ଜାନୁଆରୀ 6:1897 ..................72370

ଜାନୁଆରୀ 7: 2703................ .68970



ରାଜ୍ୟରେ ଦୈନିକ ବଢୁଛି ସଂକ୍ରମଣ । ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର ଓ କଟକ ଜିଲ୍ଲାରେ ଏବେ ହୁ ହୁ ବଢୁଛି କୋରୋନା । ମାତ୍ର ସ୍ବାସ୍ଥ୍ୟ ବିଭାଗ ସବୁ ଜିଲ୍ଲା ଗୁଡିକୁ ସମ୍ବେଦନଶୀଳ ଭାବେ ନେଇ କାମ କରୁଛୁ । ରାଜ୍ୟର ଟ୍ରାନ୍ସମିସନ ରେଟ ବହୁତ ହାଇ ରହିଛି। ଆଗକୁ ନିଶ୍ଚିତ ଆହୁରି ଅଧିକ କେସ ଦେଖିବା । ସବୁ ବର୍ଗରେ ସଂକ୍ରମଣ ବଢ଼ିବ। ଏହା ମଧ୍ୟରେ ଛୋଟ ପିଲାମାନେ ମଧ୍ୟ ରହିଛନ୍ତି । ଯେଉଁମାନଙ୍କ ବୟସ 0-18 ବର୍ଷର ଶିଶୁଙ୍କ ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଏ ରିପୋର୍ଟ ପ୍ରଦାନ କରାଯାଇଛି ।

ଶିଶୁ ସଂକ୍ରମଣ ରିପୋର୍ଟ ଉପରେ ନଜର ପକାନ୍ତୁ:

ଜାନୁଆରୀ 1: 33

ଜାନୁଆରୀ 2: 67
ଜାନୁଆରୀ 3: 47

ଜାନୁଆରୀ 4: 119

ଜାନୁଆରୀ 5: 187

ଜାନୁଆରୀ 6: 258
ଜାନୁଆରୀ 7: 409

ବର୍ତ୍ତମାନ ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ଥିବା କୋଭିଡ ହସ୍ପିଟାଲରେ ବେଡ଼ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବେବି ରାଜ୍ୟରେ ବେଡ଼ ବହୁତ ଫାଙ୍କା ରହିଛି । ତଥାପି ଆମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛୁ । ରାଜ୍ୟର ପ୍ରତ୍ୟେକ ସ୍ଥାନରେ ବ୍ଲକ ଲେବୁଲ ଠୁ ନେଇ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ ଖୋଲା ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.