ETV Bharat / city

Covid Crisis: ରାଜ୍ୟରେ ହସ୍ପିଟାଲାଇଜେସନ ଓ ଅକ୍ସିଜେନର ଆବଶ୍ୟକତା କମ୍

author img

By

Published : Jan 18, 2022, 2:16 PM IST

Covid Crisis: ରାଜ୍ୟରେ ହସ୍ପିଟାଲାଇଜେସନ ଓ ଅକ୍ସିଜେନର ଆବଶ୍ୟକତା କମ୍
Covid Crisis: ରାଜ୍ୟରେ ହସ୍ପିଟାଲାଇଜେସନ ଓ ଅକ୍ସିଜେନର ଆବଶ୍ୟକତା କମ୍

ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଏହି ଲହରରେ ହସ୍ପିଟାଲାଇଜେସନ ଓ ଅକ୍ସିଜେନର ଆବଶ୍ୟକତା କମ୍ । ପେଡିଆଟ୍ରିକ୍ ଆଡମିଶନ ମଧ୍ୟ ବହୁତ କମ୍ ରହିଥିବା ସୂଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: ଦେଶରେ ଏବେ ତଳମୁହାଁ ହୋଇଛି କୋରୋନା । ରାଜ୍ୟରେ ଗତକାଲି(ସୋମବାର) ସଂକ୍ରମଣ ସାମାନ୍ୟ ଖସିବା ପରେ ଆଜି ପୁଣି ବଢିଛି । ଆଶ୍ବସ୍ତିକର ବିଷୟ ଏହା ଯେ, ଏହି ଲହରରେ ହସ୍ପିଟାଲାଇଜେସନ ଓ ଅକ୍ସିଜେନର ଆବଶ୍ୟକତା କମ୍ ରହିଛି । ଏବେ ଜେନେରାଲ ବେଡ୍‌ରେ 9%, ICU ବେଡ୍‌ରେ 15 % ଆଡମିଶନ ହୋଇଛି । ଭେଣ୍ଟିଲେଟରରେ 5ରୁ 6 % ଥିବାବେଳେ ପେଡିଆଟ୍ରିକ୍ ଆଡମିଶନ ମଧ୍ୟ ବହୁତ କମ୍ ଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Covid Crisis: ରାଜ୍ୟରେ ହସ୍ପିଟାଲାଇଜେସନ ଓ ଅକ୍ସିଜେନର ଆବଶ୍ୟକତା କମ୍

ସରକାରୀ ତଥ୍ୟ ଅନୁଯାୟୀ, ଜେନେରାଲ ବେଡ୍‌ରେ 8,335 ମଧ୍ୟରୁ 776 ଜଣ ରୋଗୀ ରହିଛନ୍ତି । ଯାହା 9.31 ପ୍ରତିଶତ । ଆଇଆସିୟୁରେ ମୋଟ 2956 ବେଡ଼ ରହିଥିବାବେଳେ ଏଥିରେ 471 ରୋଗୀ ଆଡମିଶନ କରିଛନ୍ତି । ସେହିପରି ଶିଶୁମାନଙ୍କ ପାଇଁ 1,110 ବେଡ଼ ରହିଛି, ସେଥିମଧ୍ୟରୁ କେବଳ 20 ଜଣ ରୋଗୀ ଏଠାରେ ରହିଛନ୍ତି । ଯାହା 1.80 ଅଟେ । ଏବେ ଆଇସିୟୁରେ 15.93 ପ୍ରତିଶତ ରୋଗୀ ଅଛନ୍ତି । ଏଥିରେ ଶିଶୁଙ୍କ ପାଇଁ 382ଟି ବେଡ଼ ରହିଛି । ତନ୍ମଧ୍ୟରୁ 22 ଜଣ ଭେଣ୍ଟଲେଟରରେ ରହିଛନ୍ତି । ଏହି କ୍ରମରେ ଭେଣ୍ଟଲେଟରରେ ମୋଟ 933ଟି ବେଡ଼ ରହିଥିବାବେଳେ ସେଥିମଧ୍ୟରୁ 50 ଜଣ ରୋଗୀ ଆଡମିଶନ ହୋଇଛନ୍ତି । ଯାହା ମାତ୍ର 5.36 ପ୍ରତିଶତ ଅଟେ ।

ରାଜ୍ୟରେ ମୋଟ 11 ହଜାର 291 ବେଡ଼ ରହିଥିବାବେଳେ 1,247 ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହୋମ ଆଇସୋଲେସନରେ 68,585 ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ମୋଟ ୮୮ଟି ସରକାରୀ କୋଭିଡ ହସ୍ପିଟାଲ ଏବଂ ପ୍ରାଇଭେଟ ନର୍ସିଂ ହୋମ ରହିଛି । ସରକାରୀ କୋଭିଡ ହସ୍ପିଟାଲରେ 7,402 ଜେନେରାଲ ବେଡ଼, 2548 ଆଇସିୟୁ ବେଡ଼ ଓ ଭେଣ୍ଟଲେଟରରେ 793 ବେଡ଼ ରହିଛି । ଅନ୍ୟପଟେ ପ୍ରାଇଭେଟ ନର୍ସିଂ ହୋମର 933 ଜେନେରାଲ ବେଡ୍, ଆଇସିୟୁରେ 408 ବେଡ୍‌, ଭେଣ୍ଟଲେଟରରେ 140 ବେଡ଼ ଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.