ETV Bharat / city

ରାଜ୍ୟରେ ବଢୁଛି ସଂକ୍ରମଣ, ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ

author img

By

Published : Jun 16, 2022, 3:36 PM IST

ରାଜ୍ୟରେ ବଢୁଛି ସଂକ୍ରମଣ, ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ
ରାଜ୍ୟରେ ବଢୁଛି ସଂକ୍ରମଣ, ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ

ଗତ ୭ ଦିନ ଭିତରେ ରାଜ୍ୟରେ କୋରୋନା ସଂକ୍ରମଣ ୨ ଅଙ୍କ ଭିତରେ ରହୁଛି । ଏଣୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତି ତୁରନ୍ତ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ଧରି ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଶେଷ ୭ ଦିନ ଭିତରେ ରାଜ୍ୟର କୋଭିଡ଼ ସଂକ୍ରମଣ ୨ ଅଙ୍କ ଭିତରେ ରହୁଛି । ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତି ତୁରନ୍ତ ପରୀକ୍ଷା କରନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ବଢୁଛି ସଂକ୍ରମଣ, ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ

ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ," ସଂକ୍ରମଣ ବଢୁଥିବାରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡ଼ିବ। ଟେଷ୍ଟିଂ ବଢ଼ାଇବାକୁ କୁହାଯାଇଛି । ଭିଡ଼କୁ ଯାଆନ୍ତୁ ନାହିଁ କି ଭିଡ଼ କରନ୍ତୁ ନାହିଁ, ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତି ତୁରନ୍ତ ପରୀକ୍ଷା କରନ୍ତୁ । ଆଜି ସାମାନ୍ୟ ବଢିଛି । ଦେଶର ବିଭିନ୍ନ ରାଜ୍ୟରେ ଯେଉଁ ଭଳି ସଂକ୍ରମଣ ବଢୁଛି ତେଣୁ ତାକୁ ଦେଖି ଆମକୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ପଡ଼ିବ । ବିଭାଗ ପକ୍ଷରୁ ଯେଉଁଭଳି ସର୍ଭିଲାନ୍ସ ଚାଲିବ କଥା ଚାଲିଛି । ଟେଷ୍ଟିଂ ଚାଲିଛି ତାକୁ ବଢ଼େଇବା ପାଇଁ କୁହାଯାଇଛି ।"

ଏହା ବି ପଢନ୍ତୁ- Odisha Corona: କୋରୋନା କହର, 24 ଘଣ୍ଟାରେ 41 ସଂକ୍ରମିତ

ସଂକ୍ରମଣ ବଢୁଥିବାରୁ ଭିଡ଼କୁ ଯାଆନ୍ତୁ ନାହିଁ । ମାସ୍କ ପିନ୍ଧିବା ସହ ସ୍ବତଃ ପ୍ରବୃତ୍ତି ଭାବେ ଆଗକୁ ଆସି ଟେଷ୍ଟିଂ କରାଇବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସଂକ୍ରମଣ ଅଳ୍ପ ବଢିଲେ ବି ତାକୁ ଅଣଦେଖା କରିବା ଉଚିତ ନୁହେଁ, ବରଂ ସତର୍କ ରହିବା ଉଚିତ । କୋଭିଡ଼ ସମେତ ସମସ୍ତ ରୋଗକୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜୁନ 21ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସର୍ଭିଲାନ୍ସ ଚାଲିବ । ସ୍ବାସ୍ଥ୍ୟକର୍ମୀ ମାନେ ଘରକୁ ଘର ବୁଲି ସର୍ଭେ କରିବେ ।

ତେବେ ସୂଚନା ଥାଉକି ଦେଶରେ ଦୈନିକ କୋରୋନା ସଂକ୍ରମଣ ୧୨ ହଜାର ଟପିଛି । ଗତକାଲି ତୁଳନାରେ ପାଖାପାଖି ୪୦% ବଢିଛି ସଂକ୍ରମଣ । ତେବେ ରାଜ୍ୟରେ ଆଜି ଦୀର୍ଘ ଦିନ ପରେ ଦୈନିକ ସଂକ୍ରମଣ ୪୧ ଜଣ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ୧୪ଟି ଜିଲ୍ଲାରେ ସଂକ୍ରମଣ ୦(ଶୂନ୍ୟ) ରହିଥିବା ବେଳେ ବାକି ଜିଲ୍ଲାରେ ସଂକ୍ରମଣ ବଢିଛି ।

ରାଜ୍ୟର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ମୋଟ ୮୭ ରହିଥିବା ବେଳେ କଟକରେ ୧୮, ବୌଦ୍ଧରେ ୧୨, ସୁନ୍ଦରଗଡ଼ରେ ୧୩, ଝାରସୁଗୁଡାରେ ୭, ବାଲେଶ୍ବରରେ ୫, ସମ୍ବଲପୁରରେ ୪, ଜଗତସିଂହପୁର ଓ କେନ୍ଦୁଝର ଓ ପୁରୀରେ ୨, ଏବଂ ନୂଆପଡା କଳାହାଣ୍ଡି, ଅନୁଗୋଳ, ବରଗଡ଼, ଭଦ୍ରକ, ବଲାଙ୍ଗୀରରେ ଜଣେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.