ETV Bharat / city

ରାଜଧାନୀରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, DCP କହିଲେ ଏହା ହତ୍ୟା ନୁହେଁ ଆତ୍ମହତ୍ୟା

author img

By

Published : May 19, 2022, 2:06 PM IST

Updated : May 19, 2022, 2:34 PM IST

ମାନସିକ ଚିନ୍ତାରୁ ଯୁବକଙ୍କ ଆତ୍ମହତ୍ୟା, ଶିଖରଚଣ୍ଡୀ ପାହାଡ ତଳୁ ମୃତଦେହ ଉଦ୍ଧାର
ମାନସିକ ଚିନ୍ତାରୁ ଯୁବକଙ୍କ ଆତ୍ମହତ୍ୟା, ଶିଖରଚଣ୍ଡୀ ପାହାଡ ତଳୁ ମୃତଦେହ ଉଦ୍ଧାର

ଇନଫୋସିସ୍‌ ଥାନା ଶିଖରଚଣ୍ଡୀ ପାହାଡ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ଦେଲେ ଭୁବନେଶ୍ବର ଡିସିପି । ଅଧିକ ପଢନ୍ତୁ

ଭୁବନେଶ୍ବର: ଇନଫୋସିସ୍‌ ଥାନା ଶିଖରଚଣ୍ଡୀ ପାହାଡ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ଦେଲେ ଭୁବନେଶ୍ବର ଡିସିପି । ମୃତ ଯୁବକ ଜଣଙ୍କ ହେଉଛନ୍ତି ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ ।

ରାଜଧାନୀରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, DCP କହିଲେ ଏହା ହତ୍ୟା ନୁହେଁ ଆତ୍ମହତ୍ୟା

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅଭିନାଶଙ୍କ ମୃତଦେହ ଶିଖରଚଣ୍ଡୀ ପାହାଡ ତଳୁ ଜବତ ହୋଇଥିଲା । ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଅବିନାଶକୁ ହତ୍ୟା କରିବା ପରେ ହତ୍ୟାକାରୀ ମାନେ ମୃତଦେହକୁ ଜାଳି ଦେବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଇଥିବା ବେଳେ ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ତେବେ ଅବିନାଶ ମାନସିକ ଚିନ୍ତାରେ ଥିବାରୁ ତାଙ୍କୁ ହତ୍ୟା ନୁହେଁ ବରଂ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ଡିସିପି ।

ତେବେ ଘଟଣା ସ୍ଥଳରୁ ଏକ ସୁଇସାଇଡ଼ ନୋଟ ଜବତ ପୋଲିସ ଜବତ କରିଥିବା ବେଳେ ନୋଟର ଅକ୍ଷର ପରିବାର ଲୋକେ ଚିହ୍ନଟ କରିଛନ୍ତି । କେଉଁ କାରଣ ଅବିନାଶ ମାନସିକ ଚିନ୍ତାରେ ରହୁଥିଲେ ସେନେଇ ତଦନ୍ତ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated :May 19, 2022, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.