ETV Bharat / city

ସହରରେ ମାତିଲେ ଚୁଟିକଟା ଡକାୟତି ଗ୍ୟାଙ୍ଗ, ବନ୍ଧୁକ ମୁନରେ ଲୁଟିଲେ ଆପାର୍ଟମେଣ୍ଟ

author img

By

Published : Oct 20, 2021, 6:13 AM IST

Updated : Oct 20, 2021, 8:55 AM IST

robbery gang in the city, apartment looted at gunpoint in the capital
ସହରରେ ମାତିଲେ ଚୁଟିକଟା ଡକାୟତି ଗ୍ୟାଙ୍ଗ,ବନ୍ଧୁକ ମୁନରେ ଲୁଟିଲେ ଆପାର୍ଟମେଣ୍ଟ

ଆତଙ୍କ ମଚାଇଲେ ଚୁଟିକଟା ଗ୍ୟାଙ୍ଗ। ହିନ୍ଦୀରେ କଥାବାର୍ତ୍ତା କରୁଥିବା ୪ ରୁ ୫ ଜଣ ଦୁବୃର୍ତ୍ତ ଡକାୟତି କରିଛନ୍ତି ଶହୀଦନଗର ଥାନା ଅଞ୍ଚଳର ନିଗମ ନଗରରେ । ଅଧିକ ପଢନ୍ତୁ...

ଭୁବନେଶ୍ବର: ସହରରେ ମାତିଲେ ଚୁଟିକଟା ଡକାୟତି ଗ୍ୟାଙ୍ଗ, ରାଜଧାନୀରେ ବନ୍ଧୁକ ମୁନରେ ଲୁଟିଲେ ଆପାର୍ଟମେଣ୍ଟ । ଆତଙ୍କ ମଚାଇଲେ ଚୁଟିକଟା ଗ୍ୟାଙ୍ଗ। ହିନ୍ଦୀରେ କଥାବାର୍ତ୍ତା କରୁଥିବା ୪ ରୁ ୫ ଜଣ ଦୁବୃର୍ତ୍ତ ଡକାୟତି କରିଛନ୍ତି ଶହୀଦନଗର ଥାନା ଅଞ୍ଚଳର ନିଗମ ନଗରରେ ।

ସହରରେ ମାତିଲେ ଚୁଟିକଟା ଡକାୟତି ଗ୍ୟାଙ୍ଗ,ବନ୍ଧୁକ ମୁନରେ ଲୁଟିଲେ ଆପାର୍ଟମେଣ୍ଟ

ସୋମବାର ରାତିରେ ରାଜଧାନୀର ଶହୀଦନଗର ଥାନା ନିଗମ ନଗରର ଲେନ ୨ ରେ ଥିବା ସୁରକ୍ଷା ଆପାର୍ଟମେଣ୍ଟରେ ପଶିଥିଲେ । ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡର ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବା ସହ ଆପାର୍ଟମେଣ୍ଟରେ ସୁପରଭାଇଜର‌ ରୁମରେ ପଶି ଖେଳାଇଛନ୍ତି ଆତଙ୍କ । ସୁପରଭାଇଜର ଟଙ୍କା ଓ ମୋବାଇଲ ଲୁଟ ସହ ଆପାର୍ଟମେଣ୍ଟର ରହୁଥିବା ଅବସରପ୍ରାପ୍ତ ଓଏଏସ ବିକର୍ତନ ପୋଥାଳଙ୍କୁ ବାହାରପଟୁ ତାଲା‌ ପକାଇଥିଲେ। ପରେ ପାର୍କିଂରେ ଥିବା ସିଆଜ କାର ସହ ଟଙ୍କା ଓ ସ୍କୁଟି ନେଇ ଚମ୍ପଟ ମାରିଛନ୍ତି ଦୁବୃର୍ତ୍ତ ।

ଘଟଣାସ୍ଥଳରେ ସ୍ପେଶାଲ ସ୍କ୍ବାର୍ଡ ସହ ସହିଦନଗର ଥାନା ପହଞ୍ଚି ତନାଘନା ଆରମ୍ଭ କରିଛି । ଘଟଣାସ୍ଥଳକୁ ଯାଇ ଅବସରପ୍ରାପ୍ତ ଓଏଏସଙ୍କ ଘରେ ପଚରାଉଚରା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି। ଏଥି ସହ ଆପାର୍ଟମେଣ୍ଟକୁ ଏଣ୍ଟ୍ରି ଓ ଏକଜିଟ ସିସିଟିଭି ଫୁଟେଜ ଚେକ ସହ ଗ୍ୟାଙ୍ଗର କାରନାମା ସମ୍ପର୍କରେ ଜାଣିବାକୁ ପାଇଛନ୍ତି। ଏଭଳି ଅପରାଧ ଓ ଗ୍ୟାଙ୍ଗର ଡକାୟତି ପ୍ରଥମ ଥର ଦେଖିବାକୁ ମିଳିଥିବା ବେଳେ ହିନ୍ଦୀରେ କଥାବାର୍ତ୍ତା ଓ ସୁପରଭାଇଜର ଚୁଟି କାଟିବା ତରିକାକୁ ନେଇ ପୋଲିସ କେଉଁ ଗ୍ୟାଙ୍ଗ ବୋଲି ସନ୍ଦେହ କରୁଛି । କାରଣ ପୂର୍ବରୁ ଅନେକ ଗ୍ୟାଙ୍ଗର ଡକାୟତି ବା ଲୁଟ ବେଳେ ଏଭଳି କିଛି କାରନାମା ଦେଖିବାକୁ ମିଳିଛି।

ଇନଫୋସିଟି ଥାନା ଏରିଆରେ ପୂର୍ବରୁ ଏକ ଗ୍ୟାଙ୍ଗ ଘର ବାହାରେ ତାଲା ପକାଇ ଡକାୟତି ସହ ଘରେ ଝାଡା ଫେରି ଆସିଥାନ୍ତି। ସେହିପରି ଆଉ ଏକ ଗ୍ୟାଙ୍ଗ ପୂର୍ବରୁ ଦେଖିବାକୁ ମିଳିଛି ଡକାୟତି ବେଳେ ବିଶେଷ କରି କାଳି ପକାଇ ବା ଘରର ଗ୍ରିଲ ବା ଝରକା ଭାଙ୍ଗିବାର ନଜିର ରହିଛି।

ସେହିପରି କିଛି ଗ୍ୟାଙ୍ଗ ଟଙ୍କା ଓ ନୋଟ ପକାଇ ରାସ୍ତାରୁ ଲୁଟପାଟ କରନ୍ତି। ଏହିଭଳି ଅନେକ ତରିକା ଦେଖିବାକୁ ମିଳିଥାଏ ଏଭଳି ଗ୍ୟାଙ୍ଗର ଡକାୟତି ଏବେ ପୋଲିସ ଚିନ୍ତାରେ ପଡିଛି । ଏନେଇ କୌଣସି ପ୍ରତିକ୍ରିୟା ପୋଲିସ ପକ୍ଷରୁ ମିଳିନାହିଁ। ବନ୍ଧୁକ ମୁନରେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ଏହି ୪ରୁ ୫ ଜଣିଆ ଗ୍ୟାଙ୍ଗ ଡକାୟତି ବେଳେ ଚୁଟି କାଟିବା ଭଳି ଅପରାଧର ତରିକା ଏବେ ପୋଲିସ ପାଇ ଧରିବା ପାଇ ଚ୍ୟାଲେଞ୍ଜ ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated :Oct 20, 2021, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.