ETV Bharat / city

‘ଓଡ଼ିଶାରେ ଏପର୍ଯ୍ୟନ୍ତ ଦୃଷ୍ଟିକୁ ଆସିନି ନକଲି ଟିକା’

author img

By

Published : Sep 6, 2021, 3:10 PM IST

'ଓଡ଼ିଶାରେ କୌଣସି ନକଲି ଟିକା ନଜରକୁ ଆସିନି'
'ଓଡ଼ିଶାରେ କୌଣସି ନକଲି ଟିକା ନଜରକୁ ଆସିନି'

ଓଡ଼ିଶାରେ ଏପର୍ଯ୍ୟନ୍ତ କୌଣସି ନକଲି ଟିକା ବ୍ୟବହାର ନଜରକୁ ଆସିନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ନକଲି କୋଭିସିଲ୍ଡ ଟିକା ବ୍ୟବହାରକୁ ନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାରେ ଏପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଆସିନାହିଁ ଯାହାଦ୍ବାରା ନକଲି ଟିକା ବ୍ୟବହାର କରାଯିବ। କେନ୍ଦ୍ରର ଚିଠି ପରେ ରାଜ୍ୟର ସମସ୍ତ କେନ୍ଦ୍ରକୁ ଏ ବାବଦରେ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

'ଓଡ଼ିଶାରେ କୌଣସି ନକଲି ଟିକା ନଜରକୁ ଆସିନି'

ନକଲି କୋଭିସିଲ୍ଡ ଟିକା ବ୍ୟବହାରକୁ ନେଇ କେନ୍ଦ୍ର ସରକାର ଏ ବାବଦରେ ସମସ୍ତ ରାଜ୍ୟକୁ ଅବଗତ କରାଇଛନ୍ତି । ଦକ୍ଷିଣ ଓ ପୂର୍ବ ଏସିଆ ଏବଂ ଆଫ୍ରିକାରେ ନକଲି ଟିକା ବ୍ୟବହାର କରାଯାଉଥିବା ନେଇ ନଜରକୁ ଆସିଛି । ତେଣୁ ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ସମସ୍ତ ଦେଶକୁ ସତର୍କ କରାଇଛି । ଓଡ଼ିଶାରେ ଏ ଯାଏଁ ନକଲି ଟିକା ନାହିଁ । ଏନେଇ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକକୁ ସତର୍କ କରାଯାଇଛି । ଟିକା ଦେବା ପୂର୍ବରୁ ଟିକା କାଚରେ ଥିବା ଲେବୁଲ ଓ ଅନ୍ୟାନ୍ୟ ଜିନିଷ ଦେଖି ଟିକା ଦେବାକୁ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକକୁ ନିର୍ଦ୍ଦେଶ ଦିଆଯାଇଛି ।

ଟିକାକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ରହିଛି । ଟିକା ନେବା ପାଇଁ ଅଧିକାଂଶ ଲୋକ ନିଜ ଇଚ୍ଛାରେ ଆସୁଛନ୍ତି । ହେଲେ ଯଦି ଟିକା ନେବା ପାଇଁ ଲୋକ ଆସୁଛନ୍ତି କେନ୍ଦ୍ରକୁ ତେବେ ଠିକ ସମୟରେ ଆସନ୍ତୁ ଗହଳି କରନ୍ତୁ ନାହିଁ । କୌଣସି କାରଣରୁ ରାତି ତମାମ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । ଅନେକ ସ୍ଥାନରେ ଗହଳି ନିୟନ୍ତ୍ରଣ କରିବାକୁ ଟୋକାନ ବ୍ୟବସ୍ଥା କରାଯାଇଛି । ହେଲେ ସେଠାରେ ବି ଗହଳି ଦେଖିବାକୁ ମିଳୁଥିବା ନଜରକୁ ଆସିଛି ବୋଲି ପାଣିଗ୍ରାହୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.