ETV Bharat / city

ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ: କଂଗ୍ରେସ ପକ୍ଷରୁ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ

author img

By

Published : May 21, 2022, 3:44 PM IST

Former Prime Minister Rajiv Gandhi's death anniversary celebrated by congress
କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ । ଏହି ଅବସରରେ କଂଗ୍ରେସ ଭବନ ଓ ରାଜୀବ ଭବନ ଠାରେ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ । ଏହି ଅବସରରେ କଂଗ୍ରେସ ଭବନ ଓ ରାଜୀବ ଭବନ ଠାରେ କଂଗ୍ରେସ ପକ୍ଷରୁ ସ୍ମୃତି ଦିବସ ପାଳନ କରାଯାଇଥିଲା । ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରି କଂଗ୍ରେସ ନେତାମାନେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ଆଜିର ଦିନରେ ଆଧୁନିକ ଭାରତ ଗଠନର ଜନନାୟକଙ୍କୁ ମନେପକାଇ ତାଙ୍କର ସ୍ମୃତି ଚାରଣ କରାଯାଇଛି। ଯୁବକ ଓ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାରେ ରାଜୀବ ଗାନ୍ଧୀଙ୍କ ବହୁତ ଅବଦାନ ଥିଲା। ଏହାସହ ଟେକ୍ନୋଲୋଜି ପ୍ରସାର ନିମନ୍ତେ ରାଜୀବଙ୍କ ଅବଦାନ ଅତୁଳନୀୟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ରାଜୀବ ଗାନ୍ଧୀଙ୍କ ନିଷ୍ଠାଧାର କାର୍ଯ୍ୟଶୈଳୀକୁ ଆଜିର ଯୁବକ ଓ ଯୁବତୀ ପ୍ରେରଣା ନେବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ଶରତ ରାଉତ କହିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.