ETV Bharat / city

ଦୀପାବଳିରେ ମମିତାଙ୍କ ପାଇଁ ଲଗାନ୍ତୁ ଦୀପ: ରାଜ୍ୟ ବିଜେପି

author img

By

Published : Nov 2, 2021, 4:49 PM IST

State BJP
State BJP

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ସ୍ବର୍ଗତ ଆତ୍ମାର ଶାନ୍ତି ପାଇଁ ଓ ପରିବାରକୁ ନ୍ୟାୟ ଦେବା ପାଇଁ ଏହି ଦୀପାବଳିରେ ମମିତାଙ୍କ ପାଇଁ ଲଗାନ୍ତୁ ଦୀପ । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଜାରି ରହିଛି ବିଜେପିର ସଂଗ୍ରାମ । ତମାମ ଆନ୍ଦୋଳନ, ବିକ୍ଷୋଭ, ଧାରଣା, ପ୍ରତିବାଦ ସତ୍ବେ ସରକାର ଘଟଣାକୁ ନେଇ ପୁରା ନୀରବ । ଏପରି ସ୍ଥଳେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଆଜି (ମଙ୍ଗଳବାର) ବିଜେପି କରିଛି ବଡ ଘୋଷଣା ।

ମମିତାଙ୍କ ପାଇଁ ଦୀପାବଳୀରେ ଲଗାନ୍ତୁ ଦୀପ ଟିଏ: ରାଜ୍ୟ ବିଜେପି

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ସ୍ବର୍ଗତ ଆତ୍ମାର ଶାନ୍ତି ପାଇଁ ଓ ପରିବାରକୁ ନ୍ୟାୟ ଦେବା ପାଇଁ ଏହି ଦୀପାବଳିରେ ଘରେ ଦୀପଟିଏ ଲଗାଇବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସମୀର କହିଛନ୍ତି ରାଜ୍ୟରେ ବର୍ତ୍ତମାନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ମମିତା ମେହେର ହତ୍ୟାକାଣ୍ଡ ସାଢେ 4 କୋଟି ଓଡିଆଙ୍କୁ ଲଜ୍ଜିତ କରିଛି । ମମିତାକୁ ନ୍ୟାୟ ଦେବା ପାଇଁ 25 ଦିନ ହେଲା ରାଜ୍ୟବାସୀ ଲଢେଇ କରୁଛନ୍ତି । ଏହି ଘଟଣା ରାଜ୍ୟବାସୀଙ୍କୁ ଲଜ୍ଜିତ ମର୍ମାହତ କରିଛି ।

ଏନସିଆରବି ରିପୋର୍ଟ କହୁଛି, ରାଜ୍ୟରେ ଦୁଷ୍କର୍ମ, ନିର୍ଯାତନା, ଏସିଡ ଆକ୍ରମଣ ବଢିଛି । ସାଇବର ଅପରାଧ ମଧ୍ୟ ଗତ 7 ବର୍ଷ ହେଲା ବଢି ଚାଲିଛି । ଗତ 5 ବର୍ଷ ଭିତରେ 27 ହଜାର ପିଲା ନିଖୋଜ ହୋଇଛନ୍ତି । ବିଜେଡି ଶାସନରେ ଓଡିଶାରେ ମହିଳା ବିପଦରେ ଅଛନ୍ତି । ଦିନକୁ 6ଟି ଦୁଷ୍କର୍ମ ହେଉଥିବା ବେଳେ 9ଟି ଅପହରଣ ହେଉଛି ବୋଲି ସମୀର ଅଭିଯୋଗ କରିଛନ୍ତି ।

ସେହିପରି ସମୀର ରାଜ୍ୟବାସୀ, ରାଜ୍ୟ ବାହାରେ ଥିବା ଓଡିଆ ଓ ପ୍ରବାସୀ ଓଡିଆଙ୍କୁ ଦୀପାବଳି ଦିନ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦୀପଟିଏ ଜାଳିବାକୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.