ETV Bharat / city

୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି

author img

By

Published : Aug 27, 2020, 2:36 PM IST

flood situation
୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି

ଗତ ଦୁଇ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଗାଣ ବର୍ଷା କାରଣରୁ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ 55.8 ମିଲିମିଟର ବର୍ଷା ହୋଇଛି । 41 ବ୍ଲକରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

ଭୁବନେଶ୍ବର: ଗତ ଦୁଇ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଗାଣ ବର୍ଷା କାରଣରୁ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ 55.8 ମିଲିମିଟର ବର୍ଷା ହୋଇଛି । 41 ବ୍ଲକରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି

ପ୍ରବଳ ବର୍ଷା କାରଣରୁ ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଯାଜପୁରର ତଳିଆ ଅଞ୍ଚଳରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ବାଲେଶ୍ବର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡାରେ ମଧ୍ୟ ଅନେକ ତଳିଆ ଅଞ୍ଚଳରେ ବନ୍ୟା ଯୋଗୁଁ ଲୋକମାନଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଜାରି ରହିଛି ।

ଏପଟେ ବନ୍ୟା କାରଣରୁ ମୟୂରଭଞ୍ଜରେ 2 ଏବଂ କେନ୍ଦୁଝରରେ ଜଣଙ୍କର ମୃତ୍ୟୁ ଘଟିଛି । ବାରିପଦା ଟାଉନ, କେନ୍ଦୁଝର ହାଟଡ଼ିହି, ବାଲେଶ୍ବର, ଯାଜପୁରର ବନ୍ୟା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଚାଲିଛି । ତେବେ ପ୍ରଥମେ ଲୋକଙ୍କୁ ସ୍ଥାନାନ୍ତର କରିବା ପରେ ବନ୍ୟାର କ୍ଷୟକ୍ଷତି ନେଇ ଆକଳନ କରାଯିବ ।

ତେବେ ଝାରସୁଗୁଡ଼ାରେ ସର୍ବାଧିକ ୧୭୭ ମିଲିମିଟର ବର୍ଷା ହୋଇଥିବା ବେଳେ ଦେବଗଡ଼ ୧୨୮.୫, ସମ୍ବଲପୁର ୧୧୬.୭, ବୌଦ୍ଧ ୧୧୪, ଅନୁଗୁଳରେ ୧୦୭ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କନ୍ଧମାଳ କେନ୍ଦୁଝର, ବରଗଡ଼,ବଲାଙ୍ଗୀର,ନୂଆପଡା, ସୁବର୍ଣପୁର, ବାଲେଶ୍ବର, ମୟୂରଭଞ୍ଜ,ଢେଙ୍କାନାଳ ଓ କଳାହାଣ୍ଡିରେ ୫୦ ମିଲିମିଟରରୁ ଊର୍ଦ୍ଧ୍ବ ବର୍ଷା ହୋଇଛି ।

ତେଲକୋଇ ବ୍ଲକରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ହୋଇଛି । ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଓ ତେଲ ନଦୀରେରେ ବନ୍ୟା ଆଶଙ୍କା ନେଇ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.