ETV Bharat / city

OdishaAssembly : ରାଜ୍ୟର 5 ଟି ନଦୀବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି

author img

By

Published : Jul 14, 2022, 7:44 PM IST

OdishaAssembly
OdishaAssembly

ବିପଦରେ ରାଜ୍ୟର ଶତାଧିକ ନଦୀବନ୍ଧ । 270 ଟି ନଦୀବନ୍ଧକୁ ହେଲାଣି 50 ବର୍ଷରୁ ଅଧିକ । ଏଥିରୁ 5ଟି ନଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ 270 ଟି ନଦୀବନ୍ଧକୁ 50 ବର୍ଷରୁ ଅଧିକ ବର୍ଷ ହେଲାଣି । ଏଣୁ ବିପଦରେ ରହିଛି ରାଜ୍ୟର ଶତାଧିକ ନଦୀବନ୍ଧ । ଏଥିରୁ 5ଟି ନଦୀବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।

ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ, 'ରାଜ୍ୟରେ ଅନେକ ନଦୀବନ୍ଧ ଦୁର୍ବଳ ହେଲାଣି । ଏଥିମଧ୍ୟରେ 270ଟି ନଦୀବନ୍ଧକୁ 50 ବର୍ଷରୁ ଅଧିକ ବର୍ଷ ହୋଇଥିବା ବେଳେ 5ଟି ନଦୀବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି' ।

ସେହିପରି ନଦୀବନ୍ଧ ଗୁଡିକରେ 2133 ଟି ସ୍ଲୁଇସ ଗେଟ ରହିଛି । ତାହା ଭିତରୁ 150 ଟି ସ୍ଲୁଇସ ଗେଟ ମରାମତି ଆବଶ୍ୟକ କରୁଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.