ETV Bharat / city

ସାଂସଦ ମୁନା ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼, କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Dec 16, 2021, 10:30 PM IST

ସାଂସଦ ମୁନା ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼, କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
ସାଂସଦ ମୁନା ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼, କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ସାଂସଦ ମୁନା ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ । ଦାରୁଠେଙ୍ଗରେ ସାଂସଦ ମୁନା ଖାଁଙ୍କ ସହ ଜଟଣୀ ପୂର୍ବତନ ବିଧାୟକ ବିଭୁତି ବଲବନ୍ତରାୟ ସ୍ମାର୍ଟକାର୍ଡ ହେଲ୍‌ଥ କାର୍ଡ ବଣ୍ଟନକୁ କଂଗ୍ରେସ କର୍ମୀ ବିରୋଧ କରିଥିଲେ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ସାଂସଦ ମୁନା ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ । ଦାରୁଠେଙ୍ଗରେ ସାଂସଦ ମୁନା ଖାଁଙ୍କ ସହ ଜଟଣୀ ପୂର୍ବତନ ବିଧାୟକ ବିଭୁତି ବଲବନ୍ତରାୟ ସ୍ମାର୍ଟକାର୍ଡ ହେଲ୍‌ଥ କାର୍ଡ ବଣ୍ଟନକୁ କଂଗ୍ରେସ କର୍ମୀ ବିରୋଧ କରିଥିଲେ । କଂଗ୍ରେସ କର୍ମୀଙ୍କ ପକ୍ଷରୁ କଳାପତାକା ମଧ୍ୟ ପ୍ରଦର୍ଶନ ହୋଇଥିଲା । ଏଥିରେ ଉତକ୍ଷିପ୍ତ ବିଜେଡି କର୍ମୀ କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସାଂସଦ ମୁନା ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼, କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ସରକାରୀ କାର୍ଯ୍ୟକ୍ରମ ହୋଇଥିବାବେଳେ ଏଥିରେ ସ୍ଥାନୀୟ ବିଧାୟକ ସୁର ରାଉତରାୟ ଓ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକା ଯାଇ ନଥିଲା । ଏହାକୁ କଂଗ୍ରେସ ବିରୋଧ କରିଥିଲା । ଏହାପରେ ବିଜେଡି କର୍ମୀଙ୍କ ଗୁଣ୍ଡଗିରି ଆରମ୍ଭ ହୋଇଯାଇଥିଲା ।

କଂଗ୍ରେସର ବିରୋଧ ପ୍ରଦର୍ଶନକୁ ନେଇ ବିଜେଡି କର୍ମୀମାନେ ସେମାନଙ୍କ ଆକ୍ରମଣ କରିବାକୁ ପଛାଇ ନଥିଲେ । ଛାତ୍ର କଂଗ୍ରେସ ସମ୍ପାଦକ ସୌମ୍ୟ ଶ୍ରୀଚନ୍ଦନ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.