ETV Bharat / city

ନୀତି ଆୟୋଗରେ ରାଜ୍ୟର ଦାବି: ଭାଗଚାଷୀ ଋଣ ଉପରେ ଫୋକସ୍

author img

By

Published : Aug 18, 2019, 5:10 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଭାଗଚାଷୀଙ୍କୁ କୃଷି ଋଣ, ମାଛଚାଷ ଓ ପଶୁପାଳନକୁ ବୀମା ଅନ୍ତର୍ଭୁକ୍ତ କରିବା ପାଇଁ ନୀତି ଆୟୋଗରେ ରାଜ୍ୟ ସରକାରଙ୍କ ଦାବି । ନୀତି ଆୟୋଗରୁ ଫେରିବା ପରେ ପ୍ରତିକ୍ରିୟା ରଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ବର: ନୀତି ଆୟୋଗ ବୈଠକରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଉକ୍ତ ବୈଠକରେ ଭାଗଚାଷୀଙ୍କୁ କୃଷିଋଣ ପ୍ରଦାନ ଓ ଅନ୍ୟ ଚାଷୀମାନଙ୍କୁ ଯେଉଁଭଳି ଭାବେ ସୁବିଧା ଦିଆଯାଉଛି ସେହିଭଳି ସୁବିଧା ମାଛଚାଷ, ପଶୁପାଳନ ଓ ହର୍ଟିକଲଚର ଭଳି ବିଭାଗରେ ଲାଗୁ କରିବା ପାଇଁ ରାଜ୍ୟ ପ୍ରସ୍ତାବ ଦେଇଥିବା ନେଇ କହିଛନ୍ତି ମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଏଥିସହ ଏହି ଶ୍ରେଣୀର ଚାଷୀଙ୍କୁ କିଭଳି ସୁବିଧାରେ ଋଣ ଓ ବୀମା ମିଳିପାରିବ ସେନେଇ ନୀତି ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟ ଦାବି କରିଛି । କେବଳ ଏତିକି ନୁହେଁ, ପାରମ୍ପରିକ ଚାଷ ବଦଳରେ ରାଜ୍ୟରେ ଅର୍ଥନୀତିକ ଫାଇଦା ଥିବା ଚାଷକୁ ଉତ୍ସାହିତ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଦିଗରେ ଧ୍ୟାନ ଦେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

ସେହିଭଳି ଚାଷ ସମ୍ବନ୍ଧିତ ମ୍ୟାପ୍ ସୁବିଧା ପାଇଁ ମଧ୍ୟ କୁହାଯାଇଛି । ରାଜ୍ୟର ପ୍ରମୁଖ ଚାଷ ଭାବେ ପରିଚିତ ଧାନ ବଦଳରେ ଅଧିକ ଲାଭ ଦେଉଥିବା ଡାଲି, ପନିପରିବା, ତୈଳବୀଜ ଓ ସମୟୋପଯୋଗୀ ଚାଷକୁ ପ୍ରୋତ୍ସାହନ ଦେଇ ଏ କ୍ଷେତ୍ରରେ ରାଜ୍ୟକୁ ସହାୟତା କରିବା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି । ଏହା ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସୁଧାର ଆଣି ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ମହଜୁଦ ରଖିହେବ ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଛନ୍ତି । ତେବେ ଆବଶ୍ୟକ ସମୟରେ ଏହି ସାମଗ୍ରୀକୁ ବିକ୍ରି କରି ରାଜ୍ୟର ଚାହିଦା ମେଣ୍ଟାଇବା ସମ୍ଭବପର ବୋଲି କୁହାଯାଇଛି ।

ପ୍ରକାଶ ଯେ, କୃଷିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣିବା ପାଇଁ ଶୁକ୍ରବାର ମୁମ୍ବାଇରେ ଆୟୋଜିତ ନୀତି ଆୟୋଗ ଅଧିବେଶନରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ନିତି ଆୟୋଗ ବୈଠକରେ ରାଜ୍ୟର ଦାବି:
ଭାଗଚାଷୀଙ୍କୁ କୃଷି ଋଣ, ମାଛଚାଷ ଓ ପଶୁପାଳନକୁ ବୀମା ନିତି ଆୟୋଗରୁ ଫେରିବା ପରେ ରାଜ୍ୟ ରଖିଥିବା ଦାବି ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଭାଗଚାଷୀଙ୍କୁ କୃଷିଋଣ ପ୍ରଦାନ ଓ ଅନ୍ୟ ଚାଷୀମାନଙ୍କୁ ଯେଉଁଭଳି ଭାବେ ସୁବିଧା ଦିଆଯାଉଛି ସେହିଭଳି ସୁବିଧା ମାଛଚାଷ, ପଶୁପାଳନ ଓ ହର୍ଟିକଲ୍ଚର ଭଳି ବିଭାଗରେ ଲାଗୁ କରିବା ପାଇଁ ରାଜ୍ୟ ପ୍ରସ୍ତାବ ଦେଇଛି । ।Body:କିଭଳି ଭାବେ ଏହି ଶ୍ରେଣୀର ଚାଷକୁ ଋଣ ଓ ବୀମା ସୁବିଧା ମିଳିପାରିବ ସେନେଇ ନୀତି ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟ ଦାବି କରିଛି । କେବଳ ଏତିକି ନୁହେଁ, ପାରମ୍ପରିକ ଚାଷ ବଦଳରେ ରାଜ୍ୟରେ ଅର୍ଥନୀତିକ ଫାଇଦା ଥିବା ଚାଷକୁ ଉତ୍ସାହିତ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଦିଗରେ ଧ୍ୟାନ ଦେବାକୁ ପ୍ରସ୍ତାବ ଦିଆଯାଇଛି । ସେହିଭଳି ଚାଷ ସମ୍ବନ୍ଧିତ ମ୍ୟାପ୍ ସୁବିଧା ପାଇଁ ମଧ୍ୟ କୁହାଯାଇଛି । ରାଜ୍ୟର ପ୍ରମୁଖ ଚାଷ ଭାବେ ପରିଚିତ ଧାନ ବଦଳରେ ଅଧିକ ଲାଭ ଦେଉଥିବା ଡାଲି, ପନିପରିବା, ତୈଳବୀଜ ଓ ସମୟୋପଯୋଗୀ ଚାଷକୁ ପ୍ରୋତ୍ସାହନା ଦେଇ ଏ କ୍ଷେତ୍ରରେ ରାଜ୍ୟକୁ ସହାୟତା କରିବା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି । ଏହା ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସୁଧାର ଆଣି ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ମହଜୁଦ ରଖିହେବ ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଛନ୍ତି । ତେବେ ଆବଶ୍ୟକ ସମୟରେ ଏହି ସାମଗ୍ରୀକୁ ବିକ୍ରି କରି ରାଜ୍ୟର ଚାହିଦା ମେଣ୍ଟାଇବା ସମ୍ଭବପର ବୋଲି କୁହାଯାଇଛି । Conclusion:ଉଲ୍ଲେଖଯୋଗ୍ୟ ଯେ, କୃଷିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣିବା ପାଇଁ ଶୁକ୍ରବାର ମୁମ୍ବାଇରେ ଆୟୋଜିତ ନିତି ଆୟୋଗ ଅଧିବେଶନରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ତେବେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ମଧ୍ୟ ନିତି ଆୟୋଗ ବୈଠକରେ ଉପସ୍ଥିତ ଥିଲେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.