ETV Bharat / city

2022 ଶିକ୍ଷା ବର୍ଷ ପାଇଁ ପରୀକ୍ଷା ଠୁ ନିଯୁକ୍ତି ସବୁ ପ୍ରକ୍ରିୟା ସରିଛି: ଗଣଶିକ୍ଷା ମନ୍ତ୍ରୀ

author img

By

Published : Jan 1, 2022, 4:48 PM IST

2022 ଶିକ୍ଷା ବର୍ଷ ପାଇଁ ପରୀକ୍ଷା ଠୁ ନିଯୁକ୍ତି ସବୁ ପ୍ରକ୍ରିୟା ସରିଛି: ଗଣଶିକ୍ଷା ମନ୍ତ୍ରୀ
2022 ଶିକ୍ଷା ବର୍ଷ ପାଇଁ ପରୀକ୍ଷା ଠୁ ନିଯୁକ୍ତି ସବୁ ପ୍ରକ୍ରିୟା ସରିଛି: ଗଣଶିକ୍ଷା ମନ୍ତ୍ରୀ

2022 ଶିକ୍ଷା ବର୍ଷ ପାଇଁ ଯୋଜନା ସରିଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ(Odisha School And Mass Education Minister Samir ranjan Dash) । ପରୀକ୍ଷା ଠୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ସବୁଥିରେ ପ୍ରକ୍ରିୟାକରଣ ସରିଥିବା ମନ୍ତ୍ରୀଙ୍କ ସୂଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: 2022 ଶିକ୍ଷା ବର୍ଷ ପାଇଁ ଗଣଶିକ୍ଷା ବିଭାଗର ଯୋଜନା । ଚଳିତ ବର୍ଷ ମଧ୍ୟରେ ସରିବ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ବାକି ଥିବା ବ୍ଲକରେ 64 ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ଯୋଜନା କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି(Odisha School And Mass Education Minister Samir ranjan Dash) ।

2022 ଶିକ୍ଷା ବର୍ଷ ପାଇଁ ପରୀକ୍ଷା ଠୁ ନିଯୁକ୍ତି ସବୁ ପ୍ରକ୍ରିୟା ସରିଛି: ଗଣଶିକ୍ଷା ମନ୍ତ୍ରୀ
ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା କ୍ଷେତ୍ରରେ ଓଡିଶା ଅନେକ ସଫଳତା ଅର୍ଜନ କରିଛି । 250 ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ବାକି ଅନ୍ୟ ବ୍ଲକରେ 64 ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଚଳିତ ବର୍ଷ ଷଷ୍ଠ ଶ୍ରେଣୀରୁ ପାଠ ପଢ଼ା ଆରମ୍ଭ କରାଯିବ । ଏଥିପାଇଁ ଡିସେମ୍ବର 19 ରୁ ଜାନୁଆରୀ 19 ପର୍ଯ୍ୟନ୍ତ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ । ପରବର୍ତ୍ତୀ ସମୟରେ ଷଷ୍ଠ ଶ୍ରେଣୀ ପାଇଁ ନାମଲେଖା ପ୍ରକ୍ରିୟାକରଣ ଆରମ୍ଭ ହେବ । ରାଜ୍ୟର ସମସ୍ତ ସରକାରୀ ସ୍କୁଲକୁ 2022 ମଧ୍ୟରେ ୫ଟି ଅଧୀନରେ ରୂପାନ୍ତରଣ କରାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ନିୟମିତ ହେଲେ ରାଜ୍ୟର ୮,୧୦୨ କନିଷ୍ଠ ଶିକ୍ଷକ

ଏଥିସହ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପତି ବାହାରି ସାରିଛି । ଆଦର୍ଶ ବିଦ୍ୟାଳୟରେ 1700 ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାଥମିକ ଶିକ୍ଷାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାକୁ କିଭଳି ଗୁରତ୍ୱ ଦିଆଯିବ ସେ ଉପରେ ଧ୍ୟାନ ଦିଆଯାଉଛି । ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷା ସଠିକ ସମୟରେ କରି ଫଳ ବାହାର କରିବା ପାଇଁ ଆଶା ରଖିଛୁ, ଯଦି କିଛି ସମସ୍ୟା ଉପୁଜେ ସରକାର ସେଥିପାଇଁ ପ୍ରସ୍ତୁତ ଅଛନ୍ତି ।
ସବୁ ପ୍ରସ୍ତୁତି ଶେଷ ହୋଇଛି, ନୋଡାଲ ଅଫିସର ପହଞ୍ଚିବା ଆରମ୍ଭ କରିଛନ୍ତି । BEO, DEO ବ୍ୟକ୍ତିଗତ ଭାବେ ସ୍କୁଲ ପରିଦର୍ଶନ କରି ସମୀକ୍ଷା କରୁଛନ୍ତି । ଆସନ୍ତା 4 ତାରିଖରେ, BEO, DEO ମାନଙ୍କ ସହ ଏନେଇ ବୈଠକରେ ଆଲୋଚନା କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.