ETV Bharat / city

‘ସମସ୍ତଙ୍କୁ ମିଳୁ SMART HEALTH CARD’

author img

By

Published : Aug 18, 2021, 10:15 PM IST

ସମସ୍ତ ରାଜ୍ୟବାସୀଙ୍କୁ SMART HEALTH CARDରେ ସାମିଲ କରନ୍ତୁ ରାଜ୍ୟ ସରକାର । ଦାବି କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

‘ସମସ୍ତଙ୍କୁ ମିଳୁ ସ୍ବାସ୍ଥ୍ୟ SMART CARD’
‘ସମସ୍ତଙ୍କୁ ମିଳୁ ସ୍ବାସ୍ଥ୍ୟ SMART CARD’

ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୯୭ଲକ୍ଷ ୫୦ହଜାର ପରିବାର ବା ୩ କୋଟି ୩୦ ଲକ୍ଷ ଜନସାଧାରଣଙ୍କ ପାଇଁ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଯାହାକୁ ସ୍ବାଗତ କରିଛି ପ୍ରଦେଶ କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ଵାଗତ କରିବା ସହ ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ପାଇଁ ଲାଗୁ କରିବାକୁ ଦାବି କରିଛନ୍ତି । ଏନେଇ ଦଳ ଏକ ପ୍ରେସ ବାର୍ତ୍ତା ମଧ୍ୟ ଜାରି କରିଛି ।

‘ସମସ୍ତଙ୍କୁ ମିଳୁ ସ୍ବାସ୍ଥ୍ୟ SMART CARD’
‘ସମସ୍ତଙ୍କୁ ମିଳୁ ସ୍ବାସ୍ଥ୍ୟ SMART CARD’

SMART HEALTH CARD ପ୍ରତ୍ୟେକ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟସେବା ଉଭୟ ସରକାରୀ ଓ ୨୦୦ରୁ ଊର୍ଦ୍ଧ୍ବ ବେସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ସେବା ପାଇପାରିବେ । ଏହା ଭଲ ପଦକ୍ଷେପ, କିନ୍ତୁ ପାଖାପାଖି ୧କୋଟି ରାଜ୍ୟବାସୀ ଏ ଭଳି ସେବା ପାଇବାରୁ କଣ ପାଇଁ ବଞ୍ଚିତ ହେବେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

ଏହି ୧ କୋଟି ଲୋକଙ୍କ ଭିତରୁ ଅନ୍ତତଃ ୯୦ଲକ୍ଷ ଲୋକଙ୍କର ୫ଲକ୍ଷ ଟଙ୍କା ତ ଦୂରର କଥା ଲକ୍ଷେ ବା ୨ଲକ୍ଷ ଟଙ୍କା ବାର୍ଷିକ ଡାକ୍ତରଖାନାରେ ଖର୍ଚ୍ଚ କରିବାର ସମ୍ବଳ ନାହିଁ । ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଓ ନିଜେ ସ୍ଵାଧୀନ ବ୍ୟବସାୟ କରି ଚଳୁଥିବା ଏହି ଶ୍ରେଣୀଭୁକ୍ତ ରାଜ୍ୟବାସୀ ସର୍ବାଧିକ ଭୁକ୍ତଭୋଗୀ ହେବେ । ପଡ଼ୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଙ୍ଗଳାର ସମସ୍ତ ୯ କୋଟି ଜନତାଙ୍କ ପାଇଁ ସ୍ବାସ୍ଥ୍ୟ ସାଥୀକାର୍ଡ ପ୍ରଦାନ କରିଛନ୍ତି । ତେଣୁ ଓଡ଼ିଶା ସରକାର ମଧ୍ୟ ସମସ୍ତ ରାଜ୍ୟବାସୀଙ୍କ ପାଇଁ ତୁରନ୍ତ ଏହି ଯୋଜନା ପରିବର୍ତ୍ତିତ କରି ଲାଗୁ କରିବାକୁ ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି ।

ସ୍ବାସ୍ଥ୍ୟସେବା ଏକ ମୌଳିକ ଅଧିକାର । ତେଣୁ ଏଥିରୁ ୨୬ ଭାଗ ରାଜ୍ୟବାସୀଙ୍କୁ ବଞ୍ଚିତ କରିବାର ଅଧିକାର ରାଜ୍ୟ ସରକାରଙ୍କ ନାହିଁ ବୋଲି ନିରଞ୍ଜନ କହିଛନ୍ତି । ଯେଉଁମାନଙ୍କର ସ୍ଵାସ୍ଥ୍ୟବୀମା ଭଳି ଆନୁସଙ୍ଗିକ ସୁବିଧା ସୁଯୋଗ ରହିଛି, ସେମାନେ ସ୍ବେଚ୍ଛାକୃତ ଭାବେ ସରକାରୀ ପ୍ରୋତ୍ସାହନକୁ ପରିତ୍ୟାଗ କରିବା ଉଚିତ ବୋଲି ମଧ୍ୟ କହିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.