ETV Bharat / city

ଭୁତ ନେଉଥିଲା ଟଙ୍କା, ଗିରଫ କଲା ଇଓଡବ୍ଲ୍ୟୁ

author img

By

Published : Aug 2, 2019, 8:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାଲେଶ୍ବରରେ ମୃତ ପେନସନଧାରୀଙ୍କ ଟଙ୍କା ହଡପ ଅଭିଯୋଗ । ଏକ କୋଟି ୩୨ ଲକ୍ଷ ସରକାରୀ ଟଙ୍କା ଚଲୁ କରିଥିବା ଅଭିଯୋଗରେ ପୁଣି ଜଣକୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା ।

ଭୁବନେଶ୍ବର: ମୃତ୍ୟୁ ପରେ ଭୁତ ନେଉଥିଲା ପେନସନ ଟଙ୍କା । ଏପରି ଖବର ସମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲାରୁ । ଯେଉଁ ପେନସନଧାରୀଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ନାମରେ ଜାଲିଆତି କରି ଟଙ୍କା ହଡ଼ପ ଅଭିଯୋଗ । ଏକ କୋଟି ୩୨ ଲକ୍ଷ ସରକାରୀ ଟଙ୍କା ଚଲୁ କରିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା ଜଣଙ୍କୁ ଗିରଫ କରିଛି । ଅଭିଯୋଗରେ ଗିରଫ ଇଓଡ଼ବ୍ଲ୍ୟୁ କରିଛି । ପୂର୍ବରୁ ଦୁଇ ଜଣ ଗିରଫ ହୋଇଥିବା ବେଳେ ଯେଉଁ ପେନସନଧାରୀଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ନାମରେ ଜାଲିଆତି କରି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଇଓଡ଼ବ୍ଲୁ ।

ଯେଉଁ ପେନସନଧାରୀମାନଙ୍କ ମୃତ୍ୟୁ ହୋଇସାରିଛି, ସେମାନଙ୍କ ନାମରେ ଜାଲିଆତି କରି ଦେଢ଼ କୋଟି ଟଙ୍କା ଠକେଇ କରିଛି ବ୍ରହ୍ମଜ୍ୟୋତି ବେହେରା । ପୂର୍ବରୁ ଏଭଳି ଜାଲିତାତି କରି ବ୍ୟାଙ୍କ ଅଫ୍ ଇଣ୍ଡିଆର ବାଣିଜ୍ୟର ପ୍ରତିନିଧି ପ୍ରଭାତ ଦାସ ଓ ଦୁର୍ଗା ଚରଣ ପଣ୍ଡାକୁ ଇଓଡବ୍ଲୁ ଗିରଫ କରିସାରିଛି । ଏମାନଙ୍କ ସହଯୋଗରେ ଜାଲ କାଗଜପତ୍ର ବାହାର କରି ଦେଢ଼ କୋଟି ଟଙ୍କା ହଡପ ହୋଇଥିବା ନେଇ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ସରୋଜ ମହାନ୍ତି ଇଓଡ଼ବ୍ଲୁୁରେ ଅଭିଯୋଗ କରିଥିଲେ।

ବାଲେଶ୍ଵର ଜିଲ୍ଲାର ନରହରିପୁର ଗ୍ରାମର ବ୍ରହ୍ମଜ୍ୟୋତି ବେହେରାଙ୍କ ମା ସାବିତ୍ରୀ ବେହେରା ବ୍ୟାଙ୍କରୁ ପେନସନ ଟଙ୍କା ନେଉଥିଲେ । ସାବିତ୍ରୀଙ୍କ ମୃତ୍ୟୁ ପରେ ବ୍ରହ୍ମଜ୍ୟୋତି ବ୍ୟାଙ୍କରେ ଏନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ । ତେବେ ସେ ପୂର୍ବରୁ ଥିବା ସେହି ବ୍ୟାଙ୍କର ବାଣିଜ୍ୟକ ପ୍ରତିନିଧି ପ୍ରଭାତ ଦାସଙ୍କ ସହଯୋଗରେ ସାବିତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏଟିଏମ୍ ବାହାର କରିଥିଲେ । ଏହି ଏଟିଏମ୍ ମାଧ୍ୟମରେ ବ୍ରହ୍ମଜ୍ୟୋତି ଜାଲିଆତି କରି 2014-18 ରେ ପ୍ରାୟ 67ଲକ୍ଷ ଟଙ୍କା ଉଠେଇଥିଲା । ସେହିପରି ଭାବରେ ମୃତ୍ୟୁ ହୋଇଥିବା ପର୍ଶୁରାମ ଗିରିଙ୍କ ପେନସନ ମଧ୍ୟ ଜାଲିଆତି କରି ତାଙ୍କ ଆକାଉଣ୍ଟ୍ରୁ 65ଲକ୍ଷ ଟଙ୍କା ହଡ଼ପ କରିଥିଲେ । ଏପରି ଘଟଣା ଜାଣିପାରି ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରବନ୍ଧକ ସରୋଜ ମହାନ୍ତି ଅଭିଯୋଗ କରିଥିଲେ ।

ପରେ 1.32 କୋଟି ଟଙ୍କା ଠକେଇ ଅଭିଯୋଗରେ ପ୍ରଭାତ କୁମାର ଦାସଙ୍କୁ 14 ଡିସେମ୍ବର 2018 ମସିହାରେ ଓ ଦୁର୍ଗା ଚରଣ ପଣ୍ଡା 2 ଫେବୁୟାରୀ 2019ରେ ଗିରଫ ହୋଇଥିବା ବେଳେ ଶୁକ୍ରବାର ଦିନ ବ୍ରହ୍ମଜ୍ୟୋତିକୁ ଗିରଫ କରିଛି ଇଓଡ଼ବ୍ଲୁ । ଏମାନଙ୍କ ନାମରେ କେଶ ନମ୍ୱର୍ 419,420,409,467,468,471 ଧାରାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଟଙ୍କା ହଡ଼ପ ଘଟଣାରେ ଆହୁରି ଅନେକ ଲୋକ ସଂପୃକ୍ତ ରହିଥିବା ଜଣାପଡ଼ିଛି । ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଇଓଡବ୍ଲୁ ସୂଚନା ଦେଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଜାଲିଆତି କରି ମୃତ୍ୟୁ ଲୋକର ପେନସନ ଟଙ୍କା ହଡ଼ପ। ଜଣେ ଗିରଫ।

ଏକ କୋଟି ୩୨ ଲକ୍ଷ ସରକାରୀ ଟଙ୍କା ଚଲୁ କରିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଦୁଇ ଜଣ ଗିରଫ ହୋଇଥିବା ବେଳେ ଯେଉଁ ପେନସନ ଧାରୀଙ୍କର୍ ମୃତ୍ୟୁ ଘଟିଛି ସେମାନଙ୍କ ନାମ ରେ ଜାଲିଆତି କରି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ କରିଛି ଇଓଡ଼ବ୍ଲୁ।

Body:

ଯେଉଁ ଲୋକମାନଙ୍କ ପେନସନ ଧାରି ମନେ ମୃତ୍ୟୁ ବରଣ କରିସାରିଛନ୍ତି ସେମାନଙ୍କ ନାମ ରେ ଏକ ଜାଲିଆତି କରି ଦେଢ଼ କୋଟି ଟଙ୍କା ଠକେଇ କରିଛି ବ୍ରହ୍ମ ଯୋତି ବେହେରା। ପୂର୍ବରୁ ଏଭଳି ଜାଲିତାତି କରି ବ୍ୟାଙ୍କ ଓଫ୍ ଇଣ୍ଡିଆର ବାଣିଜ୍ୟର ପ୍ରତିନିଧି ପ୍ରଭାତ ଦାସ ଓ ଦୁର୍ଗା ଚରଣ ପଣ୍ଡାକୁ ଇଓଡାବ୍ଲୁ ଗିରଫ କରିସାରିଛି। ଏମାନଙ୍କ ସହଯୋଗରେ ଜାଲ କାଗଜପତ୍ର ବାହାର କରି ଦେଢ଼ କୋଟି ଟଙ୍କା ଠକେଇ ଥିବା ନେଇ ବ୍ୟାଙ୍କ ଅଫ ଇଣ୍ଡିଆ ର ମ୍ୟାନେଜର ସରୋଜ ମହାନ୍ତି ଏ ନେଇ ଇଓଡ଼ବ୍ଲୁୁ ରେ ଅଭିଯୋଗ କରିଥିଲେ।

ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲାର ନରହରିପୁର ଗ୍ରାମ ର ବ୍ରହ୍ମ ଯୋତୀ ବେହେରାଙ୍କ ମା ସାବିତ୍ରୀ ବେହେରା ବ୍ୟାଙ୍କରୁ ପେନସନ ଟଙ୍କା ନେଉଥିଲେ। ସାବିତ୍ରୀଙ୍କ ମୃତ୍ୟୁ ପରେ ବ୍ରହ୍ମ ଜୋତି ବ୍ୟାଙ୍କରେ ଏନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ। ତେବେ ପୂର୍ବରୁ ଥିବା ସେହି ବ୍ୟାଙ୍କର ବାଣିଜ୍ୟକ ପ୍ରତିନିଧି ପ୍ରଭାତ ଦାସ ଙ୍କ ସହଯୋଗରେ ଏକ ସାବିତ୍ରୀ ଙ୍କ ବ୍ୟାଙ୍କ ଆକାଉଣ୍ଟ୍ ରେ ଏଟିଏମ୍ ବାହାର କରିଥିଲେ। ଏହି ଏଟିଏମ୍ ମାଧ୍ୟମରେ ବ୍ରହ୍ମ ଜୋତୀ ଜାଲିଆତି କରି 2014-18 ରେ ପ୍ରାୟ 67ଲକ୍ଷ ଟଙ୍କା ଉଠେଇଥିଲା। ସେହିପରି ଭାବରେ ମୃତ୍ୟୁ ହୋଇଥିବା ପର୍ଶୁରାମ ଗିରି ଙ୍କ ପେନସନ ମଧ୍ୟ ଜାଲିଆତି କରି ତାଙ୍କ ଆକାଉଣ୍ଟ୍ ରୁ 65ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏପରି ଘଟଣା ଜାଣିପାରି ବ୍ୟାଙ୍କ ଅଫ ଇଣ୍ଡିଆ ର ପ୍ରବନ୍ଧକ ସରୋଜ ମହାନ୍ତି ଏନେଇ ଅଭିଯୋଗ କରିଥିଲେ। ଯାହା ଫଳରେ। 1.32 କୋଟି ଟଙ୍କା ଠକେଇ ଅଭିଯୋଗରେ ପ୍ରଭାତ କୁମାର ଦାସ ଙ୍କୁ 14 ଡିସେମ୍ବର 2018ମସିହାରେ ଓ ଦୁର୍ଗା ଚରଣ ପଣ୍ଡା 2 ଫେବୁୟାରି 2019 ରେ ଗିରଫ ହୋଇଥିବା ବେଳେ ଶୁକ୍ରବାର ଦିନ ବ୍ରହ୍ମ ଜୋ ତି କୁ ଗିରଫ କରିଛି ଇଓଡ଼ବ୍ଲୁ। ଏମାନଙ୍କ ନାମ ରେ କେଶ ନମ୍ୱର୍ 419,420,409,467,468,471ଧାରାରେ ମାମଲା ରୁଜୁ ହୋଇଛି। ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ତେବେ ଯେଉଁ ପେନସନ ଧାରୀଙ୍କ ମୃତ୍ୟୁ ହୋଇସାରିଛି ସେମାନଙ୍କ ଟଙ୍କା ହଡ଼ପ କରୁଥିଲେ। ଏହି ଟଙ୍କା ହଡ଼ପ ଘଟଣା ରେ ଆହୁରି ଅନେକ ଲୋକ ସଂପୃକ୍ତ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଇଓଡବ୍ଲୁ ସୂଚନା ଦେଇଛି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.