ETV Bharat / city

କର୍ମଚାରୀ ଛଟେଇକୁ ବିରୋଧ, ଟାଟା ପାୱାର କମ୍ପାନୀ ଘେରିଲେ ପିଡିଏଫଇ

author img

By

Published : Jul 19, 2021, 7:11 PM IST

ଟାଟା ପାୱାର କମ୍ପାନୀର କର୍ମଚାରୀ ଛଟେଇ ବିରୋଧରେ କଲେ ପ୍ରତିବାଦ
ଟାଟା ପାୱାର କମ୍ପାନୀର କର୍ମଚାରୀ ଛଟେଇ ବିରୋଧରେ କଲେ ପ୍ରତିବାଦ

ଟାଟା କମ୍ପାନୀର ମନମାନୀକୁ ବିରୋଧ କରି ରାଜରାସ୍ତାରେ ବିକ୍ଷୋଭରତ କର୍ମଚାରୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ନିଯୁକ୍ତି ଦାବିରେ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ସୋମବାର ଓଇଆରସି(OERC) ର ୭୫୦୦ ଛଟେଇ କର୍ମଚାରୀଙ୍କୁ ନିଯୁକ୍ତି ଦାବିରେ ଟାଟା ପାୱାରକୁ ଘେରାଉ କଲେ ପିଡ଼ିଏଫଇଏ । ଏନେଇ କର୍ମଚାରୀ ମାନେ ଚାକିରୀରୁ ଛଟେଇ ଅଭିଯୋଗରେ ଟାଟା ବିଦ୍ୟୁତ ଯୋଗାଣ ଅଫିସ ଘେରାଓ କରିବା ସହ ପିଡ଼ିଏଫଇଏ କର୍ମଚାରୀ ସଂଘ ।

ଟାଟା ପାୱାର କମ୍ପାନୀର କର୍ମଚାରୀ ଛଟେଇ ବିରୋଧରେ କଲେ ପ୍ରତିବାଦ

ପିଡ଼ିଏଫଇଏ ଟାଟା ସେସୁକୁ ବିକ୍ରି ହୋଇଯିବା ପରେ ୭୫୦୦ କର୍ମଚାରୀ ଛଟେଇ କରାଯାଇଛି । ଯାହାକୁ ବିରୋଧ କରି ଦୀର୍ଘ ୫ମାସରୁ ଉର୍ଦ୍ଧ୍ବ ଦିନ ହେଲା ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସିଛନ୍ତି ଛଟେଇ କର୍ମଚାରୀ । କୋରୋନା ମହାମାରୀ ସମୟରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ସେପଟେ ଏତେ ସଂଖ୍ୟକ କର୍ମଚାରୀଙ୍କ ଛଟେଇକୁ ବିରୋଧ କରି ହାତରେ ପ୍ଲାକାର୍ଡ ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ କର୍ମଚାରୀ । ସେପଟେ ଏନେଇ ପ୍ରତିବାଦକୁ ସମର୍ଥନ କରିଛି ଯୁବ କଂଗ୍ରେସ ।

ସେପଟେ ରାଜ୍ୟ ସରକାର ଟାଟା ପାୱାର ପ୍ରୀତିରେ ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀଙ୍କୁ ପ୍ରତାରଣା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଯେ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇନାହିଁ ଏହା ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.