ETV Bharat / city

ରାଜଧାନୀରୁ ବିପୁଳ ପରିମାଣର ବିଦ୍ୟୁତ ତାର ଜବତ, ୨ ଗିରଫ

author img

By

Published : Jan 17, 2021, 12:29 PM IST

Updated : Jan 17, 2021, 12:57 PM IST

ରାଜଧାନୀରୁ ବିଦ୍ୟୁତ ତାର ଚୋରି ଅଭିଯୋଗ
ରାଜଧାନୀରୁ ବିଦ୍ୟୁତ ତାର ଚୋରି ଅଭିଯୋଗ

ରାଜଧାନୀରେ ବିଦ୍ୟୁତ ତାର ଚୋରି ହେଉଥିବା ନେଇ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣର ବିଦ୍ୟୁତ ତାର ଜବତ । ଏନେଇ ଲିଙ୍ଗରାଜ ଥାନା ଅଞ୍ଚଳରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ବିଦ୍ୟୁତ ତାରକୁ କାଟି ଚୋରାଚାଲାଣ କରାଯାଉଥିବା ସମୟରେ ଚଢାଉ କରିଛି ପୋଲିସ ।

ରାଜଧାନୀରୁ ବିପୁଳ ପରିମାଣର ବିଦ୍ୟୁତ ତାର ଜବତ

ରାଜଧାନୀରେ ବିଦ୍ୟୁତ ତାର ଚୋରି ହେଉଥିବା ନେଇ ଖବର ପାଇବା ପରେ ଲିଙ୍ଗରାଜ ଥାନା ପକ୍ଷରୁ ଚଢାଉ ହୋଇଥିଲା । ଚଢାଉ ସମୟରେ ଗୋସାଗରେଶ୍ବ ଛକରୁ ବିପୁଳ ପରିମାଣର ବିଦ୍ୟୁତ ତାର ଜବତ କରିଛି ପୋଲିସ । ଏକ ପ୍ରାଇଭେଟ ପ୍ଲେସରୁ ଏହି ବିଦ୍ୟୁତ ତାରକୁ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ।

ତେବେ ଏହି ଘଟଣା ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଏତେ ପରିମାଣର ବିଦ୍ୟୁତ ତାର କେମିତି ଏଠାକୁ ଆସିଲା । ଏନେଇ ଅଧିକ ତଦନ୍ତ ଚଳାଇଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated :Jan 17, 2021, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.