ETV Bharat / city

ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଶିକ୍ଷାମନ୍ତ୍ରୀ ସମୀର ଦାଶ

author img

By

Published : Jul 30, 2021, 12:54 PM IST

Updated : Jul 31, 2021, 10:35 AM IST

ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ପରୀକ୍ଷା କେନ୍ଦ୍ର ପରିଦର୍ଶନ
ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ପରୀକ୍ଷା କେନ୍ଦ୍ର ପରିଦର୍ଶନ

ଆଜିଠୁ ଆରମ୍ଭ ହୋଇଯାଇଛି ଅଫଲାଇନ ସ୍ବତନ୍ତ୍ର ମାଟ୍ରିକ ପରୀକ୍ଷା । କିପରି ଚାଲିଛି ପରୀକ୍ଷା ଓ କୋରୋନା ନିୟମ ଅନୁସାରେ ସମସ୍ତ ନିୟମ ପାଳନ ହେଉଛି କି ନାହିଁ ତାର ତଦାରଖ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଯାଇଛି ଅଫଲାଇନ ସ୍ବତନ୍ତ୍ର ମାଟ୍ରିକ ପରୀକ୍ଷା । କିପରି ଚାଲିଛି ପରୀକ୍ଷା ଓ କୋରୋନା ନିୟମ ଅନୁସାରେ ସମସ୍ତ ନିୟମ ପାଳନ ହେଉଛି କି ନାହିଁ ତାର ତଦାରଖ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଭୁବନେଶ୍ବର ୟୁନିଟ 1 ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ ।

ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ପରୀକ୍ଷା କେନ୍ଦ୍ର ପରିଦର୍ଶନ

ଅଫଲାଇନ ପରୀକ୍ଷା ପାଇଁ ଭୁବନେଶ୍ବରରେ 3 ଟି ପରୀକ୍ଷା କେନ୍ଦ୍ର ହୋଇଛି । ସେଥିମଧ୍ୟରୁ ୟୁନିଟ 1 ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ପରୀକ୍ଷା କିଭଳି ଚାଲିଛି, କୋଭିଡ କଟକଣା ଭିତରେ ସବୁ ହେଉଛି କି ନାହିଁ ତାହା ବୁଲି ତଦାରଖ କରିଛନ୍ତି ବିଭଗୀୟ ମନ୍ତ୍ରୀ । ରାଜ୍ୟରେ ହୋଇଥିବା ସମସ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଠିକଠାକ ଚାଲିଥିବା କହିଛନ୍ତି ସମୀର ଦାସ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଓ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ରାଜ୍ୟରେ ସମୁଦାୟ ୧୫, ୧୩୬ଜଣ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ସମଗ୍ର ରାଜ୍ୟରେ ୫୦୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କୋଭିଡ ନିୟମ ଅନୁସାରଣ କରି ଏହି ପରୀକ୍ଷା କରାଯାଉଛି । ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ପରୀକ୍ଷା ଚାଲିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated :Jul 31, 2021, 10:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.