ETV Bharat / city

ବଢୁଛି GST ସଂଗ୍ରହ, ସୁଧୁରୁଛି ଅର୍ଥନୀତି

author img

By

Published : Sep 2, 2022, 7:26 PM IST

ବଢୁଛି ଜିଏସଟି ସଂଗ୍ରହ, ସୁଧୁରୁଛି ଅର୍ଥନୀତି
ବଢୁଛି ଜିଏସଟି ସଂଗ୍ରହ, ସୁଧୁରୁଛି ଅର୍ଥନୀତି

ରାଜ୍ୟରେ ଗତ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ ଜିଏସଟି ସଂଗ୍ରହ ହୋଇଛି । ଫଳରେ ଅର୍ଥନୀତି ସୁଧୁରୁଥିବା ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଦେଶରେ ଅଗଷ୍ଟ ୨୦୨୨ରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କା ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି । ୨୦୨୧ ଅଗଷ୍ଟ ମାସରେ ସଂଗୃହିତ ରାଜସ୍ବ ତୁଳନାରେ ଅଗଷ୍ଟ ୨୦୨୨ରେ ୨୮% ଜିଏସଟି ରାଜସ୍ବ ଆଦାୟ ହୋଇଛି । ସେହିପରି ଅଗଷ୍ଟ ୨୦୨୨ରେ ଓଡ଼ିଶାରେ ୩ ହଜାର ୮୮୪ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିବାବେଳେ ଗତ ବର୍ଷ ତୁଳନାରେ ଏହା ୧୭% ଅଧିକ । ଲଗାତାର ୬ ମାସ ପର୍ଯ୍ୟନ୍ତ ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଟପିଛି(Economics improves as GST Collection Rises) ।

ବଢୁଛି ଜିଏସଟି ସଂଗ୍ରହ, ସୁଧୁରୁଛି ଅର୍ଥନୀତି

୨୦୨୨ ଅଗଷ୍ଟ ମାସରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବାବେଳେ, ଏସଜିଏସଟି ପରିମାଣ ୩୦ ହଜାର ୯୫୧ କୋଟି ଟଙ୍କା ରହିଛି । ସେହିପରି ଚଳିତ ବର୍ଷ ଅଗଷ୍ଟ ମାସରେ ୭୭ ହଜାର ୭୮୨ କୋଟି ଟଙ୍କାର ଆଇଜିଏସଟି ଏବଂ ୧୦ ହଜାର ୧୬୮ କୋଟି ଟଙ୍କାର ସେସ ଆଦାୟ ହୋଇଛି । ଓଡ଼ିଶାରେ ଅଗଷ୍ଟ ୨୦୨୧ ତୁଳନାରେ ଅଗଷ୍ଟ ୨୦୨୨ରେ ୧୭% ଅଧିକ ଜିଏସଟି ରାଜସ୍ବ ସଂଗୃହିତ ହୋଇଛି । ଗତ ବର୍ଷ ଅଗଷ୍ଟ ମାସରେ ୩ହଜାର ୩୧୭ କୋଟି ଟଙ୍କାର ଜିଏସଟି ସଂଗୃହିତ ହୋଇଥିବାବେଳେ ଅଗଷ୍ଟ ୨୦୨୨ରେ ୩ ହଜାର ୮୮୪ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଛି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଇଜିଏସଟିରୁ ସିଜିଏସଟି ବାବଦରେ ୨୯ ହଜାର ୫୨୪ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୨୫ ହଜାର ୧୧୯ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ପରେ ଅଗଷ୍ଟ ୨୦୨୨ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ ରାଜସ୍ବ ସିଜିଏସଟି ବାବଦକୁ ୫୩ ହଜାର ୨୩୪ କୋଟି ଟଙ୍କା ଏବଂ ଏସଜିଏସଟି ବାବଦକୁ ୫୬ ହଜାର ୭୦ କୋଟି ଟଙ୍କା ରହିଥିବା ଜଣାପଡିଛି ।

ଏହା ବି ପଢନ୍ତୁ- Campa Cola Come Back ! ବିଦେଶୀ କମ୍ପାନୀକୁ ଟକ୍କର ଦେବ ଦେଶୀ ବ୍ରାଣ୍ଡ

ସେହିପରି ଦେଶରେ ଗତ ବର୍ଷ ଅର୍ଥାତ୍‌ ୨୦୨୧ ଅଗଷ୍ଟ ମାସରେ ମୋଟ୍‌ ୧ ଲକ୍ଷ ୧୨ ହଜାର ୨୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା । ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ମାସରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି । ସେହିପରି ଗତ ବର୍ଷ ତୁଳନାରେ ୨୦୨୨ ଅଗଷ୍ଟ ମାସରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ବ ୫୭% ଅଧିକ ଥିବାବେଳେ ଘରୋଇ କାରବାରରୁ ସଂଗୃହିତ ରାଜସ୍ବ ୧୯% ଅଧିକ ରହିଛି ।

ଅଗଷ୍ଟ ମାସକୁ ମିଶାଇ ଗତ ୬ ମାସ ଧରି ଲଗାତାର ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ, ଗତବର୍ଷର ସମାନ ଅବଧି ତୁଳନାରେ, ଜିଏସଟି ରାଜସ୍ବ ସଂଗ୍ରହ ୩୩% ଅଭିବୃଦ୍ଧି ଦେଖାଦେଇଛି । ଯାହାକି କ୍ରମାଗତ ଭାବେ ରାଜସ୍ବ ସଂଗ୍ରହରେ ଦେଖାଦେଇଥିବା ବୃଦ୍ଧିକୁ ପ୍ରଦର୍ଶିତ କରୁଛି । ଉତ୍ତମ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଜିଏସଟି ପରିଷଦ ବିଗତ ଦିନଗୁଡ଼ିକରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାର ସ୍ପଷ୍ଟ ପ୍ରଭାବ ରାଜସ୍ବ ସଂଗ୍ରହ କ୍ଷେତ୍ରରେ ଦେଖିବାକୁ ମିଳିଛି ।

ଉନ୍ନତ ରିପୋର୍ଟିଂ ସହିତ ଆର୍ଥିକ ସୁଧାରର ସକାରାତ୍ମକ ପ୍ରଭାବ ଲଗାତାର ଭାବେ ଜିଏସଟି ରାଜସ୍ବ ସଂଗ୍ରହ ଉପରେ ପଡ଼ୁଛି । ଜୁଲାଇ ୨୦୨୨ ମାସରେ, ୭.୬ କୋଟି ଇ-ୱେ ବିଲ୍‌ ପ୍ରସ୍ତୁତ କରାଯାଇଥିଲା, ଯାହାକି ଜୁନ୍‌ ୨୦୨୨ରେ ପ୍ରସ୍ତୁତ ଇ-ୱେ ବିଲ ସଂଖ୍ୟା ୭.୪ କୋଟିରୁ ଅଧିକ । ସେହିପରି ଜୁଲାଇ ୨୦୨୧ରେ ପ୍ରସ୍ତୁତ ୬.୪ କୋଟି ଇ-ୱେ ବିଲ ଠାରୁ ୧୯ ପ୍ରତିଶତ ଅଧିକ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ତ୍ରିନାଥ ଲେଙ୍କା । ସେ କହିଛନ୍ତି ଯେ, "ଦେଶର ରାଜସ୍ବ ସଂଗ୍ରହ ସକରାତ୍ମକ ରହିଥିବାବେଳେ ଜିଡିପି ବୃଦ୍ଧି ପାଇଛି । ଅନ୍ୟ ବିକାଶ ଶୀଳ ଦେଶ ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛନ୍ତି ।" ଉତ୍ପାଦନ ଓ ରପ୍ତାନୀ ଉପରେ ନଜର ଦେବାକୁ ସେ ମତ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.