ETV Bharat / city

ITR ଗୁପ୍ତତଥ୍ୟ ଲିକ୍ ଘଟଣା, ପାଇଲଟ ବିହୀନ ଏୟାରକ୍ରାଫ୍ଟ ଡାଟା ଚୋରି ସନ୍ଦେହ

author img

By

Published : Sep 22, 2021, 2:21 PM IST

ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଚୋରି ଘଟଣା, ପାଇଲଟ ଲେସ ଏୟାରକ୍ରାଫ୍ଟ ଡାଟା ଚୋରି ସନ୍ଦେହ
ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଚୋରି ଘଟଣା, ପାଇଲଟ ଲେସ ଏୟାରକ୍ରାଫ୍ଟ ଡାଟା ଚୋରି ସନ୍ଦେହ

ସାମ୍ନାକୁ ଆସିଲା ଚାନ୍ଦିପୁର ଡିଆରଡିଓ ତଥ୍ୟ ଚୋରି ଘଟଣାର ଆଉ ଏକ ଖୁଲାସା। ପାଇଲଟ ବିହୀନ ଏୟାରକ୍ରାଫ୍ଟ ଟେଷ୍ଟ ସମ୍ପର୍କିତ ତଥ୍ୟ ଲିକ ହୋଇଥିବା ସନ୍ଦେହରେ ତନାଘନା। ଅଧିକ ପଢନ୍ତୁ...

ଭୁବନେଶ୍ବର: ସାମ୍ନାକୁ ଆସିଲା ଚାନ୍ଦିପୁର ଡିଆରଡିଓ ତଥ୍ୟଚୋରି ଘଟଣାର ଆଉ ଏକ ଖୁଲାସା। ପାଇଲଟ ବିହୀନ ଏୟାରକ୍ରାଫ୍ଟ ଟେଷ୍ଟ ସମ୍ପର୍କିତ ତଥ୍ୟ ଲିକ ହୋଇଥିବା ସନ୍ଦେହରେ ତନାଘନା। ଏୟାରଫୋର୍ସ ସ୍ବତନ୍ତ୍ର ଟିମର ଚାଲିଛି ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା। କାରଣ ପୂର୍ବରୁ ଏନେଇ ଏୟାରକ୍ରାଫ୍ଟର ଟେଷ୍ଟ ପାଇଁ DRDOରେ ଚାଲିଥିଲା କାର୍ଯକ୍ରମ। ଯଦି ଏଭଳି ସୁରାକ ପଡୋଶୀ ରାଷ୍ଟ୍ର ଗୁଇନ୍ଦା ହାତରେ ପଡେ ତେବେ ଭାରତୀୟ ବାୟୁ ସେନା ଏୟାରକ୍ରାଫ୍ଟର ସୂଚନା ପ୍ରଘଟ ହୋଇପାରେ । ତେବେ ଗିରଫ ୫ ଅଭିଯୁକ୍ତ ସେ ସମ୍ପର୍କିତ କଣ ତଥ୍ୟ ଦେଇଛନ୍ତି, ସେନେଇ ତନାଘନା କରୁଛି ବାୟୁ ସେନାର ତଦନ୍ତକାରୀ ଟିମ।

ସେପଟେ ହନିଟ୍ରାପ ଗୁମର ଫିଟିଛି। ୨୦୨୦ ଫେବୃଆରୀରେ ଯୁବତୀ ସହ ଯୋଗସୁତ୍ରରେ ଥିଲେ ୫ ଅଭିଯୁକ୍ତ। ଏଥିପାଇଁ ୫ଜଣଙ୍କୁ ଵିଭିନ୍ନ ପରିଚୟ ଦେଇ ଯୋଗାଯୋଗରେ ଥିଲେ ଯୁବତୀ। କେତେବେଳେ ଯୁବତୀ ନିଜକୁ ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କର୍ମଚାରୀ ତ ଆଉ କାହାକୁ ପୋର୍ଟବ୍ଲେୟାର ନର୍ସ ଭାଵେ ପରିଚୟ ଦେଇଥିଲେ। ଆଉ କାହାକୁ ରାଜସ୍ଥାନର ସ୍ଥାୟୀ ବାସିନ୍ଦା ତ ଆଉ ଜଣକୁ ୟୁକେ ଲିଭରପୁଲରେରେ ରହୁଥିବା ଜଣେ ଯୁବତୀ, ଯାହାଙ୍କ ଭାରତୀୟ ପ୍ରତି ରୁଚି ଓ ମିସାଇଲର ରିସର୍ଚ୍ଚ କରୁଥିବା କହି ତଥ୍ୟ ଲିକ କରୁଥିଲେ‌ ।

ଯୁବତୀ ଜଣକ ଦେଢ ବର୍ଷରେ ଅନେକ ତଥ୍ୟ ଅଭିଯୁ୍କ୍ତଙ୍କଠାରୁ ନେଇଛି । ଏହାସହିତ ସମ୍ପୃକ୍ତ ଯୁବତୀ ଅଭିଯୁକ୍ତଙ୍କୁ ବିବାହ ଅଫର୍ ଦେବା ଏବଂ ଭିଡିଓଚାଟରେ ନ୍ୟୁଡ ଚାର୍ଟ କରିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ତେଣୁ ଯୁବତୀ ଜଣକ ଓ୍ବାନ ମ୍ୟାନ ଅପରେଟିଭ ଥିଲେ ନା ଆଉ କିଛି ସହଯୋଗୀ ଅଛନ୍ତି, ସେ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ୍ ଟିମ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.