ETV Bharat / city

‘ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ’

author img

By

Published : Aug 25, 2021, 1:46 PM IST

‘ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ’
‘ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ’

ତୃତୀୟ ଲହର ଆସିଲେ ବି ଦ୍ଵିତୀୟ ଲହର ଭଳି ହୋଇ ନ ପାରେ । ଯଦି ଭାଇରସ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ। ଅଧିକ ପଢନ୍ତୁ...

ଭୁବନେଶ୍ବର: ତୃତୀୟ ଲହର ଆସିଲେ ବି ଦ୍ଵିତୀୟ ଲହର ଭଳି ହୋଇ ନ ପାରେ । ଯଦି ଭାଇରସ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ। ଯଦି ରୂପ ନ ବଦଳାଏ ତାହାହେଲେ ଏତେ ପ୍ରଭାବ ରହିବ ନାହିଁ। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କେଉଁ ମଡେଲ କହୁଛି ଦେଶରେ ଦିନକୁ 4ରୁ 5 ଲକ୍ଷ ପଜିଟିଭି ଚିହ୍ନଟ ହେବ। ଆଉ କେଉଁ ମଡେଲ କହୁଛି ଏତେ ପ୍ରଭାବ ପଡିବ ନାହିଁ। ଆଇଆଇଟି କାନପୁର ସୂତ୍ର ମଡେଲ କହୁଛି ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ।

‘ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ’

କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି। କଟକ ଏସିବିରେ ଇକୋମୋ ଚିକିତ୍ସା ଆସନ୍ତା 27 ତାରିଖରେ ଆରମ୍ଭ ହେବ। ପୂର୍ବ ଭାରତରେ ସରକାରୀ ଭାବେ ସବୁଠାରୁ ବଡ଼ ୟୁନିଟ ଏହା ହେବ। ମଙ୍ଗଳବାର ଏନେଇ ଏସସିବି ମେଡିକାଲରେ ସମୀକ୍ଷା କରାଯାଇଛି। ସମୁଦାୟ 9ଟି ଇକୋମୋ ମେସିନ ରହିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.