ETV Bharat / city

କଲେଜ ଖୋଲିବା ନେଇ ଜାରି ରହିଛି ବିଚାର ବିମର୍ଷ: ଉଚ୍ଚ ଶିକ୍ଷାମନ୍ତ୍ରୀ

author img

By

Published : Aug 2, 2021, 6:30 PM IST

Updated : Aug 2, 2021, 7:00 PM IST

କଲେଜ ଖୋଲିବା ନେଇ ଜାରି ରହିଛି ବିଚାର ବିର୍ମଷ: ଉଚ୍ଚ ଶିକ୍ଷା ମନ୍ତ୍ରୀ
କଲେଜ ଖୋଲିବା ନେଇ ଜାରି ରହିଛି ବିଚାର ବିର୍ମଷ: ଉଚ୍ଚ ଶିକ୍ଷା ମନ୍ତ୍ରୀ

ଧିରେ ଧିରେ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ ଆଉ ଖୋଲିବାରେ ଲାଗିଛି ଶିକ୍ଷାନୁଷ୍ଠାନ । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ୟୁଜି ଓ ପିଜି କଲେଜ ଖୋଲିବା ନେଇ ଚାଲିଛି ବିଚାର ବିମର୍ଷ । ଯଦି କଲେଜ ଖୋଲାଯିବ, ତେବେ ପୂର୍ବରୁ ଜଣାଇ ଦିଆଯିବ। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । କୋରୋନା କଟକଣା ମଧ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲାଯାଇଥିବାବେଳେ ଆସନ୍ତା 16 ତାରିଖରୁ 9ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ତେବେ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଚାଲିଛି ବିଚାର ବିମର୍ଷ ଚାଲିଥିବା ନେଇ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଗାଇଡଲାଇନ ଆଧାରରେ ଉଚ୍ଚ ଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେବ ।

କଲେଜ ଖୋଲିବା ନେଇ ଜାରି ରହିଛି ବିଚାର ବିର୍ମଷ: ଉଚ୍ଚ ଶିକ୍ଷା ମନ୍ତ୍ରୀ

ତେବେ କୋରୋନା କଟକଣା ମଧ୍ୟରେ ପିଲାଙ୍କ ପାଠପଢ଼ା କିଭଳି ହେବ ପାଠପଢା । ଆଉ ଶ୍ରେଶୀ ଗୃହରେ ସାମାଜିକ ଦୂରତ୍ବ ରକ୍ଷା କରାଯିବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବ । ତେବେ କଲେଜ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Aug 2, 2021, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.