ETV Bharat / city

Omicron Threat: ବିଦେଶ ଫେରନ୍ତା ପଜିଟିଭ ଆସିଲେ ହେବ Genome Sequencing

author img

By

Published : Nov 30, 2021, 6:16 PM IST

Health Director Bijay Mohapatra
Health Director Bijay Mohapatra

ବିଦେଶରୁ ଆସିଥିବା କୌଣସି ବ୍ୟକ୍ତିଙ୍କ କୋଭିଡ୍ ଟେଷ୍ଟ ପଜିଟିଭ ଆସେ ସେମାନଙ୍କର ଜିନମ ସିକ୍ବେନ୍ସିଂ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଦେଶରୁ ଆସିଥିବା କୌଣସି ବ୍ୟକ୍ତିଙ୍କ କୋଭିଡ୍ ଟେଷ୍ଟ ପଜିଟିଭ ଆସେ ସେମାନଙ୍କର ଜିନମ ସିକ୍ବେନ୍ସିଂ (Genome Sequencing ) କରାଯିବ । NCDC ଓ CDC ଗାଇଡ ଲାଇନ ଅନୁସାରେ ଏହି ଭୂତାଣୁର ବାସ୍ତବ ସଂଖ୍ୟା କଣ ? ତାକୁ ବୈଷୟିକ କମିଟି ଯାଞ୍ଚ କରୁଛି ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର (Health Director Bijay Mohapatra)

ସେହିପରି ସେ କହିଛନ୍ତି ବର୍ତମାନ ସୁଦ୍ଧା ଏହି ଭୂତାଣୁ ଆମ ପାଖରେ ଗୁରୁତ୍ବର ବୋଲି କୌଣସି ତଥ୍ୟ ନାହିଁ । ଏହାର ଲକ୍ଷଣ କିଛି ଅଲଗା ବୋଲି ମଧ୍ୟ ତଥ୍ୟ ନାହିଁ । ଟିକା କାମ ଦେବନି ବୋଲି ମଧ୍ୟ କିଛି ତଥ୍ୟ ନାହିଁ । ଓମିକ୍ରନ (Omicron) ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଶେଷଜ୍ଞ ଟିମ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି ।

Omicron Threat ବିଦେଶ ଫେରନ୍ତା ପଜିଟିଭ ଆସିଲେ ଜିନମ ସିକ୍ବେନ୍ସିଂ ହେବ

ଡେଲ୍ଟା ଭାଇରସ ଯେତେବେଳେ ଆସିଥିଲା, ଏମିତି ଚର୍ଚ୍ଚା ହେଉଥିଲା । କିନ୍ତୁ ଆମର ସେମିତି କିଛି ଘଟି ନଥିଲା । ସେହିଭଳି ଏବେ ଓମିକ୍ରନ ମଧ୍ୟ ନୂଆ ଭରିଆଣ୍ଟ ହୋଇ ଆସିଛି । ହେଲେ ବର୍ତମାନ ଯାଏ ଭାରତରେ ଏହା ଚିହ୍ନଟ ହୋଇନାହିଁ । ଅଲଗା ଦେଶରୁ ଆସୁଥିବା ଲୋକଙ୍କୁ ଅନ୍ତର୍ଜାତିକ କ୍ବାରେଣ୍ଟିନ ଗାଇଡ ଲାଇନ ଅନୁସାରେ ଆମ ସରକାର ମଧ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି । ଯେଉଁମାନେ ବିଦେଶରୁ ଆସିବେ, ବିମାନ ବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ସେମାନଙ୍କ ଉପରେ କଡା ନଜର ରଖାଯାଉଛି । ଯଦି କାହାର ପଜିଟିଭ ଆସିଲା, ସେହି ତଥ୍ୟ ସବୁ ରାଜ୍ୟକୁ ପଠାଯିବ । ରାଜ୍ୟରେ ଏବେ ରାଣ୍ଡମ ସିକ୍ବେନ୍ସିଂ ଚାଲିଛି । ଯଦି ବିଦେଶରୁ ଆସିଥିବା କୌଣସି ବ୍ୟକ୍ତିଙ୍କ ପଜିଟିଭ ଆସେ, ସେମାନଙ୍କର ଜିନମ ସିକ୍ବେନ୍ସିଂ ନିଶ୍ଚୟ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ଏବେ ବିଦେଶରୁ ଆସିଥିବା ଲୋକଙ୍କ ଜିନମ ସିକ୍ବେନ୍ସିଂ କରାଯାଉଛି । କରୋନାକୁ ପ୍ରତିହତ କରିବା ଲାଗି ଟିକାକରଣ ହିଁ ମୁଖ୍ୟ ଅସ୍ତ୍ର। ଲୋକଙ୍କୁ ଅନୁରୋଧ କରି କହିଛନ୍ତି ଯେଉଁମାନେ ଟିକା ନେଇନାହାନ୍ତି, ଶୀଘ୍ର ଟିକା ନିଅନ୍ତୁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.