ETV Bharat / city

ଆସିଲା ରିପୋର୍ଟ: ଉପବାଚସ୍ପତି, ମନ୍ତ୍ରୀଙ୍କ ସମେତ 12 ବିଧାୟକଙ୍କୁ କୋରୋନା

author img

By

Published : Sep 28, 2020, 3:39 PM IST

Updated : Sep 28, 2020, 6:02 PM IST

୨ ଦିନରେ ହୋଇଥିବା କୋରୋନା ପରୀକ୍ଷାରେ ମୋଟ ୧୪ ବିଧାୟକ ଓ ମନ୍ତ୍ରୀ କୋରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଲିଷ୍ଟରେ ବିଧାନସଭା ଉପବାଚସ୍ପତିଙ୍କ ସମେତ ମୋଟ 14 ଜଣ ବିଧାୟକ ଓ ମନ୍ତ୍ରୀ ସାମିଲ ଅଛନ୍ତି ।

ଉପବାଚସ୍ପତି, ମନ୍ତ୍ରୀଙ୍କ ସମେତ 14 ବିଧାୟକଙ୍କୁ କୋରୋନା
ଉପବାଚସ୍ପତି, ମନ୍ତ୍ରୀଙ୍କ ସମେତ 14 ବିଧାୟକଙ୍କୁ କୋରୋନା

ଭୁବନେଶ୍ବର: ଆସିଲା ବିଧାନସଭାରେ ହୋଇଥିବା ଦ୍ବିତୀୟ ଦିନର କୋଭିଡ୍‌ ରିପୋର୍ଟ । ରବିବାର କରାଯାଇଥିବା କୋରୋନା ପରୀକ୍ଷାରୁ ଆଉ ୧୨ ବିଧାୟକ ଓ ମନ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ରାଜ୍ୟ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ୨ ଦିନରେ ହୋଇଥିବା କୋରୋନା ପରୀକ୍ଷାରେ ମୋଟ ୧୪ ବିଧାୟକ ଓ ମନ୍ତ୍ରୀ କୋରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଲିଷ୍ଟରେ ବିଧାନସଭା ଉପବାଚସ୍ପତିଙ୍କ ସମେତ ମୋଟ 14 ଜଣ ବିଧାୟକ ଓ ମନ୍ତ୍ରୀ ସାମିଲ ଅଛନ୍ତି ।

ଆସିଲା ରିପୋର୍ଟ: ଉପବାଚସ୍ପତି, ମନ୍ତ୍ରୀଙ୍କ ସମେତ 12 ବିଧାୟକଙ୍କୁ କୋରୋନା
ଆସିଲା ରିପୋର୍ଟ: ଉପବାଚସ୍ପତି, ମନ୍ତ୍ରୀଙ୍କ ସମେତ 12 ବିଧାୟକଙ୍କୁ କୋରୋନା

ରବିବାର ବିଧାୟକ ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ସୋମବାର 12 ଜଣ ବିଧାୟକ କୋରୋନା ସଂକ୍ରମିତ ମଧ୍ୟରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ପୁରୀ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ଅଶୋକ କେ ବାଲ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକ ଭାଗୀରଥୀ ସେଠୀ, ବିଧାୟିକା ପଦ୍ମୀନି ଦିଆନ, ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ସୁକାନ୍ତ କେ ବେହେରା, ନାଉରି ନାୟକ, ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ବିଧାୟକ ସମୀର ରଞ୍ଜନ ଦାସ, ବିଧାୟକ ସୁଶାନ୍ତ କେ ନାୟକ ପ୍ରମୁଖ ରହିଛନ୍ତି । ତେବେ ଏହି ବିଧାୟକ ମାନେ ମଙ୍ଗଳବାର ହେବାକୁ ଥିବା ବିଧାନସଭା ଅଧିବେଶନରେ ଯୋଗଦେଇପାରିବେ ନାହିଁ ।

ପ୍ରକାଶ ଥାଉକି, ମଙ୍ଗଳବାର ଅର୍ଥାତ୍ ସେପ୍ଟମ୍ବର 29 ତାରିଖରୁ ବିଧାନସଭା କାର୍ଯ୍ୟ ଆରମ୍ଭ କରାଯିବା ନେଇ ବାଚସ୍ପତି ଘୋଷଣା କରିଛନ୍ତି । ବିଧାନସଭାକୁ କୋରୋନା କଟକଣା ଅନୁୟାୟୀ ପରିଚାଳନା କରିବା ପାଇଁ ସମସ୍ତପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Sep 28, 2020, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.