ଦେଓମାଳି କାହାର ? ବାଚସ୍ପତିଙ୍କ ନିର୍ଦ୍ଦେଶ, ତିନି ବିଭାଗ ସମନ୍ୱୟରେ ନିଅ ପଦକ୍ଷେପ

author img

By

Published : Aug 1, 2022, 9:06 PM IST

ଦେଓମାଳି କାହାର
ଦେଓମାଳି କାହାର ()

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଦେଓମାଳିକୁ ନେଇ ବିଧାନସଭାରେ ଦେଇଥିବା ଉତ୍ତର ନେଇ ବିବାଦ ସୃଷ୍ଟି ହୋଇଛି । ଦେଓମାଳି ଓଡିଶାର ରାଜସ୍ବ ଓ ଜଙ୍ଗଲ ବିଭାଗ ଖାତାରେ ନଥିବା ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କୋରାପୁଟର ଦେଓମାଳିକୁ ନେଇ ବିଧାନସଭାରେ ଦେଇଥିବା ଉତ୍ତର ନେଇ ବିବାଦ ସୃଷ୍ଟି ହୋଇଛି । ଦେଓମାଳି ଓଡିଶାର ରାଜସ୍ବ ଓ ଜଙ୍ଗଲ ବିଭାଗ ଖାତାରେ ନଥିବା ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ଗୃହରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଆଚମ୍ବିତ ହୋଇଥିବା ବାଚସ୍ପତି ମଧ୍ୟ କହିଛନ୍ତି । ତେଣୁ ଜଙ୍ଗଲ, ରାଜସ୍ୱ ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ବୈଠକ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଦେଓମାଳି କାହାର? ବାଚସ୍ପତିଙ୍କ ନିର୍ଦ୍ଦେଶ, ତିନି ବିଭାଗ ସମନ୍ୱୟରେ ନିଅ ପଦକ୍ଷେପ

ଦେଓମାଳୀଙ୍କୁ ନେଇ ଉଠିଲା ବଡ ପ୍ରଶ୍ନ । ବନ ବିଭାଗ ମାନଚିତ୍ରରେ ନାହିଁ ଦେଓମାଳିର ନାଁ । ତାହେଲେ ଦେଓମାଳୀ ଗଲା କୁଆଡେ ? ଓଡିଶା-ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ବିବାଦ ଲାଗିରହିଥିବା ବେଳେ ଏବେ ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ଉତ୍ତର ଅନେକ ପ୍ରଶ୍ନ ଛିଡା କରିଛି । ଦେଓମାଳୀ ପର୍ବତ ଯଦି ଓଡିଶା ରେଭିନ୍ୟୁ ଖାତାରେ ନାହିଁ କି ବନବିଭାଗ ମାନତଚିତ୍ରରେ ନାହିଁ ତେବେ ଗଲା କୁଆଡେ ।

କଂଗ୍ରେସ ବିଧାୟକ କହିଛନ୍ତି ଯେ, ଗୋଟେ ପଟେ ଆନ୍ଧ୍ର କୋଟିଆକୁ ନେବା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛି । ଦେଓମାଳିରେ ଆନ୍ଧ୍ର ଅଧିକାରୀ ମାନେ ବୁଲୁଛନ୍ତି । ଦେଓମାଳି ସମୁଦ୍ର ପତନଠୁ 5000 ଫୁଟ ଉର୍ଦ୍ଧ୍ବରେ ରହିଛି । ପର୍ଯ୍ୟଟନ ମନ୍ତ୍ରୀ କିଭଳି ଜାଣିପାରିଲେନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବାଚସ୍ପତି ଏହା ଉପରେ ରୁଲିଂ ପାଇଁ ଦାବି କରିଛନ୍ତି ତାରା ପ୍ରସାଦ ବାହିନୀପତି ।

ଦେଓମାଳି ପ୍ରସଙ୍ଗକୁ ନେଇ ଗୃହରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ରାଜ୍ୟବାସୀଙ୍କ ମନରେ ଦେଓମାଳି କାହାର ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏହା ଗୃହରେ ରେକର୍ଡ ହୋଇଛି । ତେଣୁ ଆଜି ଗୃହ କାର୍ଯ୍ୟ ଶେଷ ହେବା ପୂର୍ବରୁ ମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି ଅମର ।

ସେପଟେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବାଚସ୍ପତି ମଧ୍ୟ ଆଚମ୍ବିତ ହୋଇଥିବା ଗୃହରେ ପ୍ରକାଶ କରିଛନ୍ତି । ତେଣୁ ଜଙ୍ଗଲ, ରାଜସ୍ବ ଓ ପର୍ଯ୍ୟଟନ ବିଭାଗ ମଳିତ ସମନ୍ୱୟ ବୈଠକ କରି ପଦକ୍ଷେପ ନେବାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କୁ ନିର୍ଦ୍ଦେଶ ଦେଲେ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.