ETV Bharat / city

ଆଜି ରାଜ୍ୟରୁ ଆଖି ବୁଜିଲେ ଆଉ ୫ କୋରୋନା ଆକ୍ରାନ୍ତ

author img

By

Published : Oct 15, 2021, 11:56 AM IST

ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ରାଜ୍ୟରେ କୋଭିଡଜନିତ ମୃତ୍ୟୁସଂଖ୍ୟା ୮୨୭୯ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ଆଖି ବୁଜିଲେ ଆଉ ୫ କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ଆଖି ବୁଜିଲେ ଆଉ ୫ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ମୃତ୍ୟୁ ରିପୋର୍ଟ । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ଦୁଇ ଜଣ ଅଛନ୍ତି । ଜଣେ ୭୦ ବର୍ଷୀୟ ମହିଳା ଏବଂ ଆଉ ଜଣେ ୫୧ ବର୍ଷୀୟ ମହିଳା କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ସେହିପରି ନବରଙ୍ଗପୁରର ୭୦ ବର୍ଷୀୟ, ୪୦ ବର୍ଷୀୟ ଏବଂ ୫୩ ବର୍ଷୀୟ ବ୍ୟକ୍ତିଙ୍କ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୭୯କୁ ବୃଦ୍ଧି ପାଇଛି।

ଆଜି ରଜ୍ୟରେ ୪୬୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୬ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୨୭୬କୁ ବୃଦ୍ଧି ପାଇଛି । ସଂକ୍ରମଣ କମିଛି ଓ ମୃତ୍ୟୁସଂଖ୍ୟା ବି ହ୍ରାସ ହୋଇଛି । ହେଲେ ବିପଦ ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.