ETV Bharat / city

Odisha Corona Death Report: ଦିନକରେ ଆଖି ବୁଜିଲେ ୧୯ ଆକ୍ରାନ୍ତ

author img

By

Published : Jan 30, 2022, 11:51 AM IST

State Corona death report
State Corona death report

ରାଜ୍ୟରେ ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି(ରବିବାର) ରାଜ୍ୟରେ ଆଜି ଆଉ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ଲଗାତାର ବଢୁଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜି( ରବିବାର) ରାଜ୍ୟରେ ଆଜି ଆଉ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୫୯୪କୁ ବୃଦ୍ଧି ହୋଇଛି ।

ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାରେ ସମୁଦାୟ ମୃତ୍ୟୁସଂଖ୍ୟା ୧୬୩୬ରେ ପହଞ୍ଚିଛି । ଗଞ୍ଜାମରୁ ୩ ଓ ଅନୁଗୋଳ, ମୟୂରଭଞ୍ଜରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କୁ ମୃତ୍ୟୁ ହୋଇଛି । ସେହପରି ପୁରୀ, ଭଦ୍ରକ, କଟକ,ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ପ୍ରକାଶ ଥାଉ କି, ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୮୪୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୪୫, ୯୧୧ରେ ପହଞ୍ଚିଛି । କିଛି ଦିନ ହେବେ ବାହାରୁଥିବା ପଜିଟିଭ ସଂଖ୍ୟା କମିଛି । ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.