ETV Bharat / city

ରାଜ୍ୟରେ ୨୫ରୁ ୩୦% ରହିଛି ଡେଲ୍‌ଟା ଭାରିଆଣ୍ଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jan 29, 2022, 1:22 PM IST

ରାଜ୍ୟରେ ୨୫ରୁ ୩୦% ରହିଛି ଡେଲ୍‌ଟା ଭାରିଆଣ୍ଟ: ସ୍ୱାସ୍ଥ୍ୟ ନିର୍ଦେଶକ
ରାଜ୍ୟରେ ୨୫ରୁ ୩୦% ରହିଛି ଡେଲ୍‌ଟା ଭାରିଆଣ୍ଟ: ସ୍ୱାସ୍ଥ୍ୟ ନିର୍ଦେଶକ

ରାଜ୍ୟରେ ୨୫ରୁ ୩୦ ପ୍ରତିଶତ ଡେଲ୍‌ଟା ଭାରିଆଣ୍ଟ ରହିଛି । ରାଜ୍ୟରେ ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶାରେ ଓମିକ୍ରନ ମାମଲା ସହ ଡେଲ୍‌ଟା ଭାରିଆଣ୍ଟ ରହିଛି । କିଛି ଦିନ ତଳେ ସାମ୍ପୂଲ ସର୍ଭେରୁ ରାଜ୍ୟରେ ଏବେ ବି 25 ରୁ 30% ଡେଲ୍‌ଟା ଥିବା ଜଣାପଡ଼ିଛି । ଡେଲ୍ଟା ଭାରିଆଣ୍ଟ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର କରୁଥିବାରୁ ରାଜ୍ୟରେ ସଂକ୍ରମଣ କ୍ରମାଗତ ହ୍ରାସ ପାଉଥିଲେ ମଧ୍ୟ ଏ ଯାଏଁ ବିପଦ ଟଳିନି । କୋରୋନା ସ୍ଥିତି ନେଇ ଏପରି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ରାଜ୍ୟରେ ଏବେ ବି ୨୫ରୁ ୩୦% ରହିଛି ଡେଲ୍‌ଟା ଭାରିଆଣ୍ଟ: ସ୍ୱାସ୍ଥ୍ୟ ନିର୍ଦେଶକ

ଯେହେତୁ ଡେଲ୍ଟା ଭରିଆଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ । ନିଜକୁ ବିପଦମୁକ୍ତ ରଖନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେବା ସହ ଟୀକାକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି । ଟିକା ନିଅନ୍ତୁ, ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ । ଆମେ ଯେଉଁଭଳି ଭାବେ କାର୍ଯ୍ୟକଳାପ ଜାରି ରଖିଥିଲେ, ସେହିଭଳି ଜାରି ରଖିବା ।

ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି । ଲଗାତାର ପଜିଟିଭିଟି ରେଟ୍ କମି ଚାଲିଛି । ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢୁଛି, କେଉଁଠି କମୁଛି, ଆମେ ସରକାରଙ୍କୁ ଟେକ୍ନିକାଲ ଇନପୁଟ ଦେବୁ । ଅନ୍ୟ ବିଭାଗ ବି ଇନପୁଟ ଦେଉଛନ୍ତି । ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରୀ କଟକଣା କୋହଳ ନେଇ ଶେଷ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.