ETV Bharat / city

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି କହିଲେ SRC

author img

By

Published : Aug 19, 2022, 10:23 PM IST

Updated : Aug 19, 2022, 11:11 PM IST

ରାଜ୍ୟରେ ବନ୍ୟାସ୍ଥିତି ନେଇ SRCଙ୍କ ପ୍ରେସମିଟ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିବା ସୂଚନା (Deep depression over Bay of Bengal crosses coast) । ବର୍ତ୍ତମାନ ବାଲେଶ୍ବରରେ ପ୍ରବଳ ବର୍ଷା ଜାରି ରହିଥିବା ସେ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟରେ ବନ୍ୟାସ୍ଥିତି ନେଇ SRCଙ୍କ ପ୍ରେସମିଟ
ରାଜ୍ୟରେ ବନ୍ୟାସ୍ଥିତି ନେଇ SRCଙ୍କ ପ୍ରେସମିଟ

ଭୁବନେଶ୍ବର: ସନ୍ଧ୍ୟା ୭ ଟା ରୁ ୮ ଟା ଭିତରେ ଦୀଘା ପାଖରେ ସ୍ଥଳ ଭାଗ ଛୁଇଁଛି ତୀବ୍ର ଅବପାତ (Deep depression over Bay of Bengal crosses coast) । ଏହି ତୀବ୍ର ଅବପାତ ଉତ୍ତର- ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ପଶ୍ଚିମବଙ୍ଗରୁ ମୟୂରଭଞ୍ଜ-କେନ୍ଦୁଝର ମଧ୍ୟ ଅଞ୍ଚଳ ଦେଇ ସୁନ୍ଦରଗଡରୁ ରାଜ୍ୟ ବାହାରକୁ ଚାଲିଯିବ । ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି କହିଲେ SRC

SRC କହିଛନ୍ତି ଯେ, "ଉତ୍ତର ବାଲେଶ୍ଵର ଜିଲ୍ଲାରେ ୨୫-୩୦ କିମି ବେଗରେ ପବନ ବହୁଛି । ଏଠାରେ ପବନର ବେଗ ଆହୁରି ଅଧିକ ହେଇପାରେ । ଗତ ୨ ଘଣ୍ଟା ଧରି ବାଲେଶ୍ଵର ଓ ଉତ୍ତର ବାଲେଶ୍ବରରେ ବର୍ଷା ହେଇଛି । ଏବେ ସୁଦ୍ଧା ବାଲେଶ୍ଵରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି । ମୟୂରଭଞ୍ଜରେ ବର୍ଷା ଆରମ୍ଭ ହେଇଛି । ଆଗାମୀ ୬ରୁ ୮ ଘଣ୍ଟା ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବ । ବାଲେଶ୍ଵର, ମୟୁରଭଞ୍ଜ ଆଉ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବାଲେଶ୍ଵର ସହରରୁ ଏ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତୀବ୍ର ଅବପାତ ରାଜ୍ୟ ବାହାରକୁ ନଯିବା ପର୍ଯ୍ୟନ୍ତ ଏହାର ପ୍ରଭାବ ଲାଗି ରହିବ ।

ସେ ଆହୁରି କହିଛନ୍ତି "ଉତ୍ତର ଓଡ଼ିଶାର ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି । ବିଶେଷ କରି ବାଲେଶ୍ଵର, ମୟୁରଭଞ୍ଜରେ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଆଛି । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଓ କେନ୍ଦୁଝରକୁ ODRAF, NDRF ଓ ଅଗ୍ନିଶମ ବାହିନୀଙ୍କୁ ପଠାଯାଇଛି । ୪ ଟି ରିଜର୍ଭ ୟୁନିଟ ଅଛି ଯେଉଁଠି ଅଧିକ ଦରକାର ହେବ ସେଇଠିକି ପଠାଯିବ । ତେଲ ନଦୀରେ ସାମାନ୍ୟ ଜଳସ୍ତର ବଢ଼ିଛି । ୩୭ ହଜାର କ୍ୟୁସେକ ଜଳ ଆସିଛି । ଖଇରମାଲ ପାଖରେ ୬ ଲକ୍ଷ ୩୦ ହଜାରରେ ସୀମିତ ରହିବ । ମୁଣ୍ଡୁଳି ଠାରେ ଜଳସ୍ତର ଧୀରେ ଧୀରେ ଖସୁଛି । ମହାନଦୀରେ ଆଉ ଜଳସ୍ତର ବଢିବାର ଆଶଙ୍କା ନାହିଁ ।" ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବାତ୍ୟାର ଭୟ ନଥିବା ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 19, 2022, 11:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.