ETV Bharat / city

'ବର୍ଷା ପରିସ୍ଥିତି ଦେଖି ନିଆଯିବ ସ୍କୁଲବନ୍ଦ ନିଷ୍ପତ୍ତି'

author img

By

Published : Sep 26, 2021, 1:15 PM IST

Updated : Sep 26, 2021, 1:50 PM IST

'ବର୍ଷା ପରିସ୍ଥିତି ଦେଖି ନିଆଯିବ ସ୍କୁଲବନ୍ଦ ନିଷ୍ପତ୍ତି'
'ବର୍ଷା ପରିସ୍ଥିତି ଦେଖି ନିଆଯିବ ସ୍କୁଲବନ୍ଦ ନିଷ୍ପତ୍ତି'

ଆଜି ରାତି ୯ଟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଗୁଲାବ । ଲ୍ୟାଣ୍ଡଫଲ ପରେ ବର୍ଷା ହେବା ନେଇ ସୂଚନା ମିଳିଛି । ତେବେ ବର୍ଷା ସ୍ଥିତିକୁ ଦେଖି ସ୍କୁଲବନ୍ଦ ହେବ କି ନାହିଁ ସେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଉପକୂଳ ମୁହାଁ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ତଥା ବାତ୍ୟା 'ଗୁଲାବ' । ତେବେ ଏଥିଲାଗି ରାଜ୍ୟରେ ଆଜି(ରବିବାର)ଠାରୁ ବର୍ଷା ଆରମ୍ଭ ହୋଇଛି । ତେବେ ରାଜ୍ୟରେ ବର୍ଷା ସ୍ଥିତିକୁ ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

'ବର୍ଷା ପରିସ୍ଥିତି ଦେଖି ନିଆଯିବ ସ୍କୁଲବନ୍ଦ ନିଷ୍ପତ୍ତି'

ବାତ୍ୟା ପରେ ବର୍ଷା ହେବ। IMD ସୂଚନା ଅନୁସାରେ ୟେଲୋ ଓ ରେଡ଼ ଜୋନ ଜିଲ୍କାକୁ ସତର୍କ କରାଯାଇଛି । ବର୍ଷା ହେଲେ ପିଲା ଘରୁ ବାହାରି ସ୍କୁଲ ନ ଯିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ । ତେବେ ଆସନ୍ତାକାଲି ସକାଳର ପରିସ୍ଥିତି ଦେଖି ଜିଲ୍ଲାପାଳମାନଙ୍କୁ ସ୍କୁଲ ବନ୍ଦ ନିଷ୍ପତ୍ତି ନେବାକୁ କ୍ଷମତା ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଆଜି ରାତି ୯ଟା ପରେ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ । ସେପଟେ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବିଭିନ୍ନ ସ୍ଥାନକୁ ଉଦ୍ଧାରକାରୀ ଟିମକୁ ମୁତୟନ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Sep 26, 2021, 1:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.