ETV Bharat / city

Odisha Weather: ଓଡିଶାକୁ ଆଉ ଏକ ବାତ୍ୟା ଭୟ, ୬ରେ ଲଘୁଚାପ

author img

By

Published : May 2, 2022, 12:23 PM IST

ମେ ୪ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ
ମେ ୪ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ

ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ(cyclonic circulation) । ୬ ତାରିଖ ବେଳକୁ ଘୂର୍ଣ୍ଣିବଳୟଟି ଲଘୁଚାପର ରୂପନେବା ସମ୍ଭାବନା । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ(cyclonic circulation) । ଏହି ଘୂର୍ଣ୍ଣିବଳୟ ଆସନ୍ତା ୬ ତାରିଖରେ ନେବ ଲଘୁଚାପର (Low Pressure) ରୂପ । ଏନେଇ ପୂର୍ବାନୂମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନଥିବାବେଳେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।

  • A cyclonic circulation is likely to form over South Andaman Sea and neighbourhood around 04th May. Under its influence, a Low Pressure Area is likely to form over the same region around 06th May. It is likely become more marked during subsequent 24 hours. pic.twitter.com/M1BLI30Z1w

    — Meteorological Centre, Bhubaneswar (@mcbbsr) May 2, 2022 " class="align-text-top noRightClick twitterSection" data=" ">

ଏପଟେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମଧ୍ୟ ଲଘୁଚାପର ପରବର୍ତ୍ତି ସ୍ଥିତି ନେଇ କୌଣସି ଆକଳନ ହୋଇନାହିଁ । ଏହା ସୃଷ୍ଟି ହେବା ପରେ ଅଧିକ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବ କି ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: ତାତିରୁ ମିଳିବ ତ୍ରାହି: ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ

ବିଗତ କିଛି ବର୍ଷ ହେଲା ଲଗାତାର ମେ ମାସରେ ବାତ୍ୟା ହେଉଥିବା ବେଳେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ଆଶଙ୍କାକୁ ବୃଦ୍ଧି କରୁଛି । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜିବୀକୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.