ETV Bharat / city

ବାତ୍ଯା ଗୁଲାବ ପ୍ରଭାବ; ଏକାଧିକ ଟ୍ରେନ ବାତିଲ ସହ କିଛି ଟ୍ରେନର ରୁଟ ପରିବର୍ତ୍ତନ

author img

By

Published : Sep 27, 2021, 9:37 PM IST

ବାତ୍ଯା ଗୁଲାବ ପ୍ରଭାବ
ବାତ୍ଯା ଗୁଲାବ ପ୍ରଭାବ

ବାତ୍ୟା ଗୁଲାବ ପ୍ରଭାବରେ ପୂ୍ର୍ବତଟ ରେଳବାଇ ଆଜି(ସୋମବାର ) କିଛି ଟ୍ରେନ ବାତିଲ କରଥିଲା । ସେହିପରି ଆସନ୍ତାକାଲି ମଧ୍ୟ କିଛି ଟ୍ରେନ ବାତିଲ କରିଛି । ଯେମିତି କୌଣସି ଅସୁବିଧା ନହୁଏ, ଓ ଯାତ୍ରୀଙ୍କ ସମସ୍ୟା ନ ଉପୁଜେ ତାହାକୁ ଦୃଷ୍ଟିରେ ରଖି ପୂ୍ର୍ବତଟ ରେଳବାଇ ଏହି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ଭୁବେନେଶ୍ବର: ବାତ୍ୟା ଗୁଲାବ ପ୍ରଭାବରେ ପୂ୍ର୍ବତଟ ରେଳବାଇ ଆଜି (ସୋମବାର ) କିଛି ଟ୍ରେନ ବାତିଲ କରଥିଲା । ସେହିପରି ଆସନ୍ତାକାଲି ମଧ୍ୟ କିଛି ଟ୍ରେନ ବାତିଲ କରିଛି । ଯେମିତି କୌଣସି ଅସୁବିଧା ନହୁଏ ଓ ଯାତ୍ରୀଙ୍କ ସମସ୍ୟା ନ ଉପୁଜେ ତାହାକୁ ଦୃଷ୍ଟିରେ ରଖି ପୂ୍ର୍ବତଟ ରେଳବାଇ ଏହି ନିଷ୍ପତ୍ତି ନେଇଛି ।

ଆଜି (ସୋମବାର) ୨୭-୯-୨୦୨୧ ରେ ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ରହିଛି
08417 ପୁରୀ-ଗୁଣୁପୁର ସ୍ପେଶାଲ ପୁରୀ

08418 ଗୁଣୁପୁର-ପୁରୀ ସ୍ପେଶାଲ ଗୁଣୁପୁର

08528 ବିଶାଖାପାଟନମ-ରାୟପୁର ସ୍ପେଶାଲ

08527 ରାୟପୁର-ବିଶାଖାପାଟନମ ସ୍ପେଶାଲ ବାତିଲ


ବିଶାଖାପାଟନମ ରୁ ବାତିଲ |
• 08527 ରାୟପୁର-ବିଶାଖାପାଟନମ ସ୍ପେଶାଲ ରାୟପୁରରୁ 27.09.2021 ଦିନ ବାତିଲ ।
• 08522 ବିଶାଖାପାଟନମ-ଗୁଣୁପୁର ସ୍ପେଶାଲ ବିଶାଖାପାଟନମରୁ 27.09.2021 ଦିନ ବାତିଲ ।
• 08521 ଗୁଣୁପୁର-ବିଶାଖାପାଟନମ ସ୍ପେଶାଲ ଗୁଣୁପୁରରୁ 27.09.2021 ଦିନ ବାତିଲ ।
• 08466 ପୁରୀ-ଶାଲୀମାର ସ୍ପେଶାଲ ପୁରୀରୁ 27.09.2021 ଦିନ ବାତିଲ ।
• 08465 ଶାଲୀମାର-ପୁରୀ ସ୍ପେଶାଲ ଶାଲିମାରରୁ 28.09.2021 ଦିନ ବାତିଲ ।
• 08516 ବିଶାଖାପାଟନମ-କିରାଣ୍ଡୁଲ ସ୍ପେଶାଲ ବିଶାଖାପାଟନମରୁ 27.09.2021 ଦିନ ବାତିଲ ।
• 08515 କିରାଣ୍ଡୁଲ-ବିଶାଖାପାଟନମ ସ୍ପେଶାଲ କିରୁଣ୍ଡୁଲରୁ 27.09.2021 ଦିନ ଜଗଦଲପୁର ଏବଂ ବିଶାଖାପାଟନମ ମଧ୍ୟରେ ବାତିଲ ।


ଏହା ବ୍ୟତୀତ ପୂର୍ବ ତଟ ରେଳବାଇର ୱାଲଟିୟର ଡିଭିଜନ ଅନ୍ତର୍ଗତ ବିଶାଖାପାଟନମ-ବିଜୟନଗରମ-ରାୟଗଡା ରେଳ ବିଭାଗ ମଧ୍ୟରେ ରେଳ ଟ୍ରାକ ଉପରେ ଜଳ ପ୍ରବାହ କରିବା ଏବଂ ପାଣି ଜମି ରହିବା ଦୃଷ୍ଟିରୁ କିଛି ଟ୍ରେନ ବାତିଲ କରାଯାଇଛି। ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ରହିଛି


• 08508 ବିଶାଖାପାଟନମ-ରାୟଗଡା ସ୍ପେଶାଲ ବିଶାଖାପାଟନମରୁ 27.09.2021 ଦିନ ବାତିଲ ।
• 08107 ରାଉରକେଲା-ଜଗଦଲପୁର ସ୍ପେଶାଲ ରାଉରକେଲା ଠାରୁ 27.09.2021 ଦିନ ବାତିଲ ।
• 08507 ରାୟାଗଡା-ବିଶାଖାପାଟନମ ସ୍ପେଶାଲ ରାୟାଗଡା ଠାରୁ 28.09.2021 ଦିନ ବାତିଲ ।
• 08108 ଜଗଦଲପୁର-ରାଉରକେଲା ସ୍ପେଶାଲ ଜଗଦଲପୁରରୁ 28.09.2021 ଦିନ ବାତିଲ ।
• 08518 ବିଶାଖାପାଟନମ-କୋରବା ସ୍ପେଶାଲ ବିଶାଖାପାଟନମ୍ ରୁ 27.09.2021 ଦିନ ବାତିଲ ।
• 08517 କୋରବା-ବିଶାଖାପାଟନମ ସ୍ପେଶାଲ କୋରବା ଠାରୁ 27.09.2021 ଦିନ ବାତିଲ ।
• 08445 ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ଭୁବନେଶ୍ୱରରୁ 27.09.2021 ଦିନ ବାତିଲ ।
• 02097 ଭୁବନେଶ୍ୱର-ଜୁନାଗଡ ରୋଡ ସ୍ପେସିଆଲ ଭୁବନେଶ୍ୱରରୁ 27.09.2021 ଦିନ ବାତିଲ ।
• 08446 ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ଜଗଦଲପୁରରୁ 28.09.2021 ଦିନ ବାତିଲ ।
• 02098 ଜୁନାଗଡ ରୋଡ-ଭୁବନେଶ୍ୱର ସ୍ପେଶାଲ ଜୁନାଗଡ ରୋଡ ଠାରୁ 28.09.2021 ଦିନ ବାତିଲ ।

ଟ୍ରେନ ସମୟ ସାମୟିକ ପୁନଃ ନିର୍ଦ୍ଧାରଣ ହୋଇଥିବା ଟ୍ରେନ ହେଉଛି


02822 ଚେନ୍ନାଇ-ହାୱଡା ସ୍ପେଶାଲ ଚେନ୍ନାଇରୁ 27.09.2021 ଦିନ ସନ୍ଧ୍ୟା ୭ ଘ.୧୫ମି.ପରିବର୍ତ୍ତେ 28.09.2021 ଦିନ ପୂର୍ବାହ୍ନ ୯ ଘ.୩୦ମି.ରେ ଛାଡିବ |
ଏହା ବ୍ୟତୀତ ଲଗାଣ ବର୍ଷା ଯୋଗୁଁ ରେଳ ଧାରଣା ଉପରେ ଜଳ ପ୍ରବାହ କରିବା ଏବଂ ପାଣି ଜମି ରହିବା ସହିତ ବିଶାଖାପାଟନମ ଅଞ୍ଚଳରେ ବର୍ଷା ପାଣି ଜମି ରହିବା ଏବଂ କୋଚିଂ ଡିପୋ ଠାରେ ଜଳମଗ୍ନ ଯୋଗୁଁ କିଛି ଟ୍ରେନ ବିଶାଖାପାଟନମ ଛାଡିବାରେ ବିଳମ୍ବ ହୋଇପାରେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.