ETV Bharat / city

ଦୁର୍ବଳ ହେଉଛି ଗୁଲାବ; କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ

author img

By

Published : Sep 27, 2021, 1:42 PM IST

Updated : Sep 27, 2021, 1:59 PM IST

ଓଡ଼ିଶା ଛାଡ଼ୁଛି ଗୁଲାବ; ପଡିନି ବିଶେଷ ପ୍ରଭାବ
ଓଡ଼ିଶା ଛାଡ଼ୁଛି ଗୁଲାବ; ପଡିନି ବିଶେଷ ପ୍ରଭାବ

ବାତ୍ୟା ଗୁଲାବକୁ ନେଇ ଏସଆରସିଙ୍କ ସାମ୍ବାଦିକ ସମ୍ମିଳନୀ । ବାତ୍ୟା ଗୁଲାବର କେନ୍ଦ୍ରବିନ୍ଦୁ ଏବେ ମାଲକାନଗିରି ଜିଲ୍ଲାରେ ରହିଛି । 2 ରୁ 3 ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡିଶା ଅତିକ୍ରମ କରିବ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବାତ୍ୟା ଗୁଲାବର କେନ୍ଦ୍ରବିନ୍ଦୁ ଏବେ ମାଲକାନଗିରି ଜିଲ୍ଲାରେ ରହିଛି । 2 ରୁ 3 ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡିଶା ଅତିକ୍ରମ କରିବ । ସେମିତି ପବନର ବେଗ କେଉଁଠି ବି ଅଧିକ ହୋଇନାହିଁ । ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖସିଥିଲା । ଆଉ କିଛି ସ୍ଥାନରେ ଗଛ ଭାଙ୍ଗିଛି । ବାତ୍ୟା ଗୁଲାବର ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ଦୁର୍ବଳ ହେଉଛି ଗୁଲାବ; କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ

ଏସଆରସିଙ୍କ ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାରେ ବର୍ଷା ଜାରି ରହିଛି । ଆଶା କରୁଛୁ ସେମିତି କିଛି ସମସ୍ୟା ହେବନାହିଁ । କେବଳ ମାଲକାନଗିରିରେ 50 ରୁ 60 ଗଛ ଭାଙ୍ଗିଛି । ସମସ୍ତ ସ୍ଥାନରେ ୟୁନିଫଲ ରେନଫଲ ହୋଇଛି । 21 ଟି ବ୍ଲକରେ 50 ପ୍ରତିଶତରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ 148 ମିଲି ମିଟର ବର୍ଷା ହୋଇଛି । ମାଲକାନଗିରିର ଗୋଟିଏ ବ୍ଲକରେ 107 ମିଲିମିଟର ବର୍ଷା ହୋଇଛି । ଗଜପତିର ଗୋଷାଣୀରେ 83 ମିମି, ମୋହନାରେ 33 ମିମି, ରାୟଗଡ ବ୍ଳକରେ 60 ମିମି ଓ ନୂଆଗଡ଼ରେ 33 ମିମି ବର୍ଷା ରେକର୍ଡ ହୋଇଛି ।

ବିଦ୍ୟୁତ୍‌ ଭିତ୍ତିଭୂମି କେଉଁଠି କ୍ଷୟକ୍ଷତି ହୋଇନାହିଁ । ଖୁଣ୍ଟ କେଉଁଠି ଉପୁଡି ନାହିଁ । ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଛି । ବର୍ଷା କମିଲେ ତାହା ମରାମତି କରାଯିବ । ପାହାଡିଆ ସ୍ଥାନରେ କିଛି ଜାଗାରେ ପାଣି ଚାଲୁଥିଲା ତାହା ଏବେ ବନ୍ଦ ହୋଇଗଲାଣି । ମୋଟାମୋଟି ଭାବେ ପାଣି ପାଗ ବିଭାଗ ବାତ୍ୟା ଦ୍ୱାରା ଯେତିକି ବର୍ଷା ହେବ ବୋଲି ଆକଳନ କରିଥିଲା ସେମିତି ବର୍ଷା କି ପବନ ହୋଇନାହିଁ ।

କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ । ଏସଡ଼ିଆରଏଫ ନିୟମ ଆଧାରରେ ସମସ୍ତ ଜିଲ୍ଲାପାଳ କ୍ଷୟକ୍ଷତି ରିପୋର୍ଟ ଦେବେ । ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ ସେମାନେ 5 ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବେ । ସର୍ବମୋଟ 46 ହଜାର 75 ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । 1189ଟି ସେଲଟର ସେମାନଙ୍କୁ ରଖାଯାଇଥିଲା । 1533 ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସଆରସି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Sep 27, 2021, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.