ETV Bharat / city

ଜାନୁଆରୀ ୩ରୁ ୧୫-୧୮ ବର୍ଷ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା, ପହିଲାରୁ ପଞ୍ଜିକରଣ ଆରମ୍ଭ

author img

By

Published : Dec 30, 2021, 12:56 PM IST

ଜାନୁଆରୀ ୩ରୁ ୧୫-୧୮ ବର୍ଷ କିଶୋର-କିଶୋରୀଙ୍କୁ  ଟୀକାକରଣ, ଦିଆଯିବ କୋଭକ୍ସିନ ଟିକା
ଜାନୁଆରୀ ୩ରୁ ୧୫-୧୮ ବର୍ଷ କିଶୋର-କିଶୋରୀଙ୍କୁ ଟୀକାକରଣ, ଦିଆଯିବ କୋଭକ୍ସିନ ଟିକା

ରାଜ୍ୟରେ ୧୫ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର କିଶୋର କିଶୋରୀଙ୍କୁ ଦିଆଯିବ ଟିକା। ଆସନ୍ତା ମାସ ୩ ତାରିଖରୁ ଆରମ୍ଭ ହେବ ଟୀକାକରଣ । ଏଥିପାଇଁ ୧ ରୁ ପଞ୍ଜିକରଣ ଆରମ୍ଭ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା ମାସ ୩ ତାରିଖରେ ରାଜ୍ୟରେ ଆରମ୍ଭ ହେବ ୧୫ ରୁ ୧୮ ବର୍ଷ କିଶୋର-କିଶୋରୀଙ୍କ ଟୀକାକରଣ (Vaccination of children in Odisha) । ୨୩ ଲକ୍ଷ ୬୫ ହଜାର କିଶୋର-କିଶୋରୀଙ୍କୁ ଟିକା ଦିଆଯିବ । ଏନେଇ କେନ୍ଦ୍ର ସରକାର ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି। ଏଥିପାଇଁ ୧ ରୁ ପଞ୍ଜିକରଣ ଆରମ୍ଭ ହେବ। ତେବେ ପିଲା ମାନେ କୋଭାକ୍ସିନ (Covaxin) ଟିକା ନେବେ। ଏଥି ପାଇଁ ପ୍ରାୟତଃ ୧୪ ଲକ୍ଷ ଡୋଜ ଉପଲବ୍ଧ ରହିଛି । ଏନେଇ ସମସ୍ତ ଜିଲ୍ଲାକୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକତା ଅନୁସାରେ ଟୀକାକରଣ କେନ୍ଦ୍ର ଖୋଲାଯିବ, ଦରକାର ପଡିଲେ ସ୍କୁଲରେ ବି ଟୀକାକରଣ କେନ୍ଦ୍ର ଖୋଲାଯିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଜାନୁଆରୀ ୩ରୁ ୧୫-୧୮ ବର୍ଷ ପିଲାଙ୍କୁ ଟୀକାକରଣ, ଦିଆଯିବ କୋଭକ୍ସିନ ଟିକା

ସଠିକ ସମୟରେ ସମସ୍ତେ ଟିକା ନେଲେ ଏକ ମାସ ମଧ୍ୟରେ ୧୫-୧୮ ବର୍ଷ ପିଲାଙ୍କ ଟୀକାକରଣ ଶେଷ ହେବ। ତେବେ ଟୀକାକରଣ କେନ୍ଦ୍ରରେ ସକାଳ ସମୟରେ ୧୫-୧୮ ବର୍ଷ ପାଇଁ ଟୀକାକରଣ ହେବ। ଅପରାହ୍ନରେ ଅନ୍ୟମାନଙ୍କ ଟୀକାକରଣ କରାଯିବ। ତେବେ ଟୀକାକରଣ ସମୟରେ ପିଲାଙ୍କ ସହ ଅଭିଭାବକ ଆସିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସେହିପରି ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ଦୁରାରୋଗ୍ୟରେ ପୀଡିତ ୧୦ ଲକ୍ଷ ୪୭ ହଜାର ୪୦୦ ହିତାଧିକାରୀ ପ୍ରିକସନ ଡୋଜ ନେବେ। କିନ୍ତୁ ଏନେଇ ତାରିଖ ସ୍ପଷ୍ଟ ହୋଇନାହିଁ । ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୭ ଲକ୍ଷ ୫ ହଜାର ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.